Online Dating App Scams: କାଳ ସାଜିଲା ଡେଟିଂ ଆପ୍; କୋଟି କୋଟି ଟଙ୍କା ହରାଇ ବାସହରା ହେଲେ ମହିଳା

ଦୁଇ ଦୁଇ ଥର ଠକାମିର ଶିକାର ହେବା ପରେ ଯାଇ ସମ୍ପୃକ୍ତ ମହିଳାଙ୍କର ବୁଦ୍ଧି ଉଦୟ ହୋଇଛି । ଆଉ ଅନ୍ୟମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ସେ ଏହି କଥା ପ୍ରକାଶ କରିବା ପରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଡେଟିଂ ଆପ୍ କଲା ସର୍ବସ୍ବାନ୍ତ ।

କାଳ ସାଜିଲା ଅନଲାଇନ୍ ପ୍ରେମ । ଡେଟିଂ ଆପରେ ପ୍ରେମିକ ଖୋଜି ନାମ ନେଲେ ଜଣେ ମହିଳା । ବିବାହ ବିଚ୍ଛେଦ ପରେ ସାଥି ପାଲଟିଥିଲା ଅନଲାଇନ୍ ପ୍ରେମିକ । ଶେଷରେ ଏମିତି କିଛି ଘଟିଲା, ଯାହା ପରେ ସବୁ କିଛି ହରାଇ ଦାଣ୍ଡର ଭିକାରି ସାଜିଲେ ମହିଳା ।

ଆପଣ ଭାବୁଥିବେ ଆମେ ଆପଣଙ୍କୁ କୌଣସି ସିନେମାର କାହାଣୀ କହୁଛୁ । କିନ୍ତୁ ଏହା ଏକ ସତ ଘଟଣା । ଆସନ୍ତୁ ଜାଣିବା ପ୍ରେମରେ ପାଗଳୀ ହୋଇ କେମିତି କୋଟି କୋଟି ଟଙ୍କା ଏବଂ ଘର ହରାଇଛନ୍ତି ଜଣେ ମହିଳା

ଥରେ ନୁହେଁ ଦୁଇ ଦୁଇ ଥର ଠକାମିର ଶିକାର ହେବା ପରେ ଯାଇ ସମ୍ପୃକ୍ତ ମହିଳାଙ୍କର ବୁଦ୍ଧି ଉଦୟ ହୋଇଛି । ଆଉ ଅନ୍ୟମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ସେ ଏହି କଥା ପ୍ରକାଶ କରିବା ପରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏମିତି ଘଟଣା ଘଟିଛି ଅଷ୍ଟ୍ରେଲିଆର  ୫୭ ବର୍ଷୀୟା ମହିଳା ଆନେଟ୍ ଫୋର୍ଡଙ୍କ ସହିତ । ୨୦୧୮ ମସିହାରେ ସମ୍ପୃକ୍ତ ମହିଳାଙ୍କର ୩୩ ବର୍ଷର ବିବାହ ସମ୍ପର୍କ ଭାଙ୍ଗିଯାଇଥିଲା ।

ଅଧିକ ପଢ଼ନ୍ତୁ : ଜାତୀୟ ରାଜପଥ ନିର୍ମାଣ ହେଲେ ବିଦେଶୀ ପକ୍ଷୀଙ୍କ ଭୂ-ସ୍ୱର୍ଗ ଚିଲିକା ଉପରେ ପଡ଼ିବ କି ଚଡ଼କ ?

ଏହାପରେ ସେ ନିଜର ଏକେଲାପଣକୁ ଦୂର କରିବାକୁ 'ପ୍ଲେଣ୍ଟି ଅଫ୍ ଫିସ୍' ନାମକ ଏକ ଡେଟିଂ ଆପର ସହାୟତା ନେଇଥିଲେ । ଏହି ଆପ୍ ମାଧ୍ୟମରେ ଆନେଟ୍ ୱିଲିୟମ୍‌ ନାମକ ଏକ ଯୁବକ ସହ ପ୍ରେମାଳାପ ଅର୍ଥାତ ଚାଟିଂ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ସମୟ ସହ ବଢିଥିଲା ନିବିଡ଼ତା  । ସମୟକ୍ରମେ ସମ୍ପୃକ୍ତ ଯୁବକ ଜଣକ ଆନେଟ୍ ଫୋର୍ଡଙ୍କ ବିଶ୍ଵାସ ଜିତିବା ପାଇଁ ସଫଳ ହୋଇଥିଲା । ବିଶ୍ୱାସ ଜିତିବା ପରେ ନିଜର ସୈତାନ ଦିମାକ୍ ଲଗାଇ ମହିଳାଙ୍କୁ ଚୂନ ଲଗାଇଥିଲା । କିଛି ଜାଣିବା ଏବଂ ବୁଝିବା ପୂର୍ବରୁ ୧.୬  କୋଟି ଟଙ୍କା ହରାଇ ସାରିଥିଲେ ଆନେଟ୍ ।

ୱିଲିୟମ୍ ପ୍ରଥମେ ଫୋର୍ଡଙ୍କୁ କହିଥିଲା ମାଲେସିଆରେ ତା'ର ୱାଲେଟ୍ ଚୋରି ହୋଇଯାଇଛି । ତେଣୁ ତାକୁ ୨,୭୫,୦୦୦ ଟଙ୍କା ($୫୦୦୦) ଆବଶ୍ୟକ ଅଛି । ଏହାପରେ ହସ୍ପିଟାଲ ବାହାନାରେ ଲୁଟିବା ସହ ବିଭିନ୍ନ ବାହାନା କରି ଲୁଟେରା ପ୍ରାୟ ୧.୬ କୋଟି ଟଙ୍କା ଲୁଟି ସାରିଥିଲା ଅନଲାଇନ୍ ପ୍ରେମିକ । ପରେ ଆନେଟ୍ ସନ୍ଦେହ କରି ଟଙ୍କା ଦେବା ବନ୍ଦ କରିଦେବା ସହ ଅଷ୍ଟ୍ରେଲୀୟ ଫେଡେରାଲ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନଥିଲା । 

ଦ୍ୱିତୀୟ ଠକାମି:  ଏହାପରେ  ଏହି ଘଟଣାର ୪ ବର୍ଷ ପରେ ପୁଣି ଫେସବୁକ ମାଧ୍ୟମରେ ଅନ୍ୟ ଜଣେ ଠକ ହାବୁଡ଼ରେ ପଡ଼ି ୧.୫ କୋଟି ଟଙ୍କା ହରାଇଥିଲେ ସମ୍ପୃକ୍ତ ମହିଳା । ଯାହାପରେ ସେ ସର୍ବସ୍ୱାନ୍ତ ହେବା ସହ ଏବେ ବାସହୀନ ହୋଇ ଜୀବନ ଅତିବାହିତ କରୁଛନ୍ତି  ।  ତେବେ ଏହି ଘଟଣା ପରେ ସେ କେହି ବି ଏମିତି ନକରିବାକୁ ଅନୁରୋଧ କରିଛନ୍ତି । 

ଅଧିକ ପଢ଼ନ୍ତୁ : 'ଶିକ୍ଷା ନାଁ ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ଦେଉଛି କିଟ୍'