Advertisment

Donald Trump: କଠୋର ହୋଇ ଆଟାକ୍ କଲା ଆମେରିକା, ହେବ କି ତୃତୀୟ ବିଶ୍ୱଯୁଦ୍ଧ ?

ଇରାନକୁ ଚରମବାଣୀ ଶୁଣାଇ ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ। ଯୁଦ୍ଧ ସମାପ୍ତ କରିବାକୁ ରାଜି ହେବାକୁ ପଡିବ। ନହେଲେ ଭବିଷ୍ୟତରେ ଆହୁରି ବଡ଼ ହମଲା ହେବ। ପୂରା ଅପରେସନକୁ ରାତିରେ ବସି ଦେଖୁଥିଲେ ଟ୍ରମ୍ପ। ହ୍ବାଇଟ୍ ହାଉସ୍ ସିଚୁଏସନ୍ ରୁମରେ ବସି ଏୟାରଷ୍ଟ୍ରାଇକର ଲାଇଭ୍ ଷ୍ଟ୍ରିମିଂ ଦେଖୁଥିଲେ ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି।

ଅଦ୍ୟତନ ହୋଇଛି
usa

usa

Advertisment

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଶେଷରେ ଏଣ୍ଟ୍ରି ମାରିଛି ଆମେରିକା। ଇରାନ୍ ଉପରେ କରିଛି ଏୟାର ଷ୍ଟ୍ରାଇକ୍। ଗତ ରାତିରେ ଇରାନର ୩ଟି ପରମାଣୁ ପ୍ରତିଷ୍ଠାନକୁ ବିଧ୍ବଂସକାରୀ ବୋମା ପକାଇ ଉଡ଼ାଇ ଦେଇଛି। ନିଜେ ଟ୍ରମ୍ପ ଏହି ସୂଚନା ଦେବା ସହ କହିଛନ୍ତି, ଇରାନର ଆଣବିକ କ୍ଷମତାକୁ ସମୂଳେ ଧ୍ବଂସ କରିବା ଓ ଦୁନିଆକୁ ପରମାଣୁ ବିପଦରୁ ରୋକିବା ଆମର ଉଦ୍ଦେଶ୍ୟ ଥିଲା। ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଇରାନ୍ ରାଷ୍ଟ୍ରପତି। ଅନ୍ୟପଟେ ଆମେରିକାର ଆଟାକ୍ ପରେ ଇସ୍ରାଏଲର ୧୪ ସହରରେ ଜୋରଦାର ମିସାଇଲ୍ ମାଡ଼ ବି କରିଛି ଇରାନ୍।

Advertisment

ଇସ୍ରାଏଲ୍-ଇରାନ୍ ୱାରରେ ଆମେରିକାର ଏଣ୍ଟ୍ରି ମାରିଛି । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଇରାନ୍ ଉପରେ ଭୟଙ୍କର ଆଟାକ୍ କଲା ଆମେରିକା । ଆକ୍ଟିଭ୍ ମୋଡରେ ଥିବା ଟ୍ରମ୍ପ ଏବେ ଆକ୍ସନ ମୁଡରେ । ଇରାନ ଉପରେ ଅଧ ରାତିରେ ବୋମା ଓ ମିସାଇଲ୍ ମାଡରେ ଉଡ଼ାଇଲା ୩ଟି ପରମାଣୁ ଘାଟି ।

ଭାରତୀୟ ସମୟ- ଭୋର ସାଢ଼େ ୪ଟା। ଇରାନ ଭିତରେ ଏଣ୍ଟ୍ରି ମାରିଥିଲା ଆମେରିକାର ବୋମାବର୍ଷୀ ବିମାନ B2। ସେଥିରୁ ବର୍ଷିଥିଲା ବଙ୍କର ବଷ୍ଟର ବମ୍। ଯେଉଁଥିରେ ଧ୍ବଂସ ହୋଇଛି ଇରାନର ଫୋର୍ଡୋ, ନାତାଞ୍ଜ ଓ ଇସଫାହାନ ପରମାଣୁ ଘାଟି। ମିଶନ ସଫଳ ହୋଇଥିବା ନିଜେ ଟ୍ରମ୍ପ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ। ଫୋର୍ଡୋରେ ବୋମାର ପୂରା ପେଲୋଡ୍ ପଡ଼ିଥିଲା। ନାତାଞ୍ଜ ଓ ଇସଫାହାନ ଘାଟିରେ ବର୍ଷିଥିଲା ତୋମାହକ୍ ମିସାଇଲ୍। ଅପରେସନ୍ ପାଇଁ ଆକାଶରେ ୩୭ ଘଣ୍ଟା ଉଡ଼ିଥିଲା B2 ବମ୍ବର।

Advertisment

ହମଲା ସହ ଇରାନରୁ ପୁଣି କଡ଼ା ସତର୍କବାଣୀ ବି ଶୁଣାଇଛନ୍ତି ଟ୍ରମ୍ପ। କହିଛନ୍ତି, ଆକ୍ରମଣ କରିବାକୁ ଚାହୁଁ ନଥିଲା ଆମେରିକା। କଥା ନ ମାନିବାରୁ ହମଲା କରିବାକୁ ବାଧ୍ୟ ହେଲୁ। ଆମର ଉଦ୍ଦେଶ୍ୟ ଥିଲା ଇରାନର ଆଣବିକ କ୍ଷମତାକୁ ସମୂଳେ ଧ୍ବଂସ କରିବା ଓ ଦୁନିଆକୁ ଏହାର ପରମାଣୁ ବିପଦରୁ ରୋକିବା। ଇରାନର ପ୍ରମୁଖ ଆଣବିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଛି। ଇରାନକୁ ଚରମବାଣୀ ଶୁଣାଇ ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ। ଯୁଦ୍ଧ ସମାପ୍ତ କରିବାକୁ ରାଜି ହେବାକୁ ପଡିବ। ନହେଲେ ଭବିଷ୍ୟତରେ ଆହୁରି ବଡ଼ ହମଲା ହେବ। ପୂରା ଅପରେସନକୁ ରାତିରେ ବସି ଦେଖୁଥିଲେ ଟ୍ରମ୍ପ। ହ୍ବାଇଟ୍ ହାଉସ୍ ସିଚୁଏସନ୍ ରୁମରେ ବସି ଏୟାରଷ୍ଟ୍ରାଇକର ଲାଇଭ୍ ଷ୍ଟ୍ରିମିଂ ଦେଖୁଥିଲେ ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। 

ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି 

Advertisment

ବିଶ୍ବର ସବୁଠୁ ଘାତକ ପରମାଣୁ ବୋମାବର୍ଷୀ ବିମାନ B2। ପକ୍ଷୀ ଭଳି ଦେଖାଯାଉଥିବା ଏହି ୱାର ପ୍ଲେନ୍ ଏକାଥରକେ ୧୬ଟି ପରମାଣୁ ବୋମା ଧରି ଉଡ଼ିବାକୁ ସକ୍ଷମ। ଏକକାଳୀନ ୬ ହଜାର ମାଇଲରୁ ଅଧିକ ଦୂରତା ଯାଏ ଉଡ଼ାଣ କରିପାରିବ। ଏଥିରୁ ନିକ୍ଷେପ ହୋଇଥିବା ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା ୨୦୦ ଫୁଟ୍ ପାହାଡ଼କୁ ବି ଭେଦ କରି ପାରିବ। ବଙ୍କର ବଷ୍ଟର ବୋମା ଦ୍ବାରା ପରମାଣୁ ଘାଟିକୁ ଆମେରିକା ନଷ୍ଟ କରିବା ପରେ ରକ୍ତମୁଖା ହୋଇଛି ଇରାନ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି। ତେଲ ଅଭିଭ ଓ ହାଇଫା ସମେତ ୧୪ଟି ସହର ଉପରେ ବାଲିଷ୍ଟିକ୍ ମିସାଇଲ୍ ହମଲା କରିଛି ଇରାନ। ବହୁ ସାମରିକ ପ୍ରତିଷ୍ଠାନ ଓ ଆବାସିକ ସ୍ଥଳୀ ଛାରଖାର ହୋଇଛି। ସେହିପରି ଇସ୍ରାଏଲ୍ ବି ଇରାନ ଉପରେ ଜୋରଦାର କରିଛି ଏୟାରଷ୍ଟ୍ରାଇକ୍।

ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସାରା ବିଶ୍ବରେ ହଲଚଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି କଥା ହୋଇଛନ୍ତି ଇରାନ୍ ରାଷ୍ଟ୍ରପତି। ୪୫ ମିନିଟ ଧରି ଉଭୟ ନେତା ଆଲୋଚନା କରିଥିଲେ। ସୋସିଆଲ୍ ମିଡିଆରେ ସୂଚନା ଦେଇ ମୋଦି କହିଛନ୍ତି, ବର୍ତ୍ତମାନ ସ୍ଥିତି ନେଇ ବିସ୍ତୃତ ଆଲୋଚନା କଲୁ। ଉତ୍ତେଜନା ହ୍ରାସ ସହ ଆଲୋଚନା ଓ କୁଟନୀତିକୁ ପ୍ରାଥମିକତା ଦେବାକୁ ଅପିଲ୍ କରିଛି। ଶୀଘ୍ର ଶାନ୍ତି, ସୁରକ୍ଷା ଓ ସ୍ଥିରତା ପୁନଃସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରିଛି। ଅନ୍ୟପଟେ ଆମେରିକାର ଆକ୍ସନକୁ ନିନ୍ଦା କରିଛନ୍ତି ପାକିସ୍ତାନ ଓ ଚୀନ୍। ସେହିପରି ଋଷ ଔପଚାରିକ ଭାବରେ କୌଣସି ପ୍ରତିକ୍ରିୟା ରଖିନି। ସେପଟେ ଇରାନ୍ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅସକଚି କହିଛନ୍ତି, ନିର୍ବାଚନ ପୂର୍ବରୁ ଟ୍ରମ୍ପ କହୁଥିଲେ ଯୁଦ୍ଧ ଶେଷ କରିବେ। କିନ୍ତୁ ଏବେ ନିଜେ ନୂଆ ଯୁଦ୍ଧର ଆରମ୍ଭ କରିଛନ୍ତି। ଆମେରିକାକୁ କଡ଼ା ଜବାବ ଦେବୁ।

ଇରାନ୍-ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ଆହୁରି ତୀବ୍ର ହେବ। ଆମେରିକାର ଆଟାକ୍ ବିଶ୍ବରେ ସୃଷ୍ଟି କରିବନି ତ ତୃତୀୟ ବିଶ୍ବଯୁଦ୍ଧ ?

ଅଧିକ ପଢ଼ନ୍ତୁ: ଆମେରିକାର B-2 ବମ୍ୱର କ'ଣ, କାହିଁକି ଏହା ସବୁଠୁ ମାରାତ୍ମକ ?

Donald Trump USA Iran N-Deal Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ