Advertisment

ଲାଗିଯିବ କି ତୃତୀୟ ବିଶ୍ୱଯୁଦ୍ଧ ? ଇସ୍ରାଏଲରେ ଇରାନର କ୍ଷେପଣାସ୍ତ୍ର ବର୍ଷା ପରେ ବେକାବୁ ସ୍ଥିତି

ୟୁଏନ୍ ମୁଖ୍ୟ ସଚିବଙ୍କୁ ଇସ୍ରାଏଲ କଲା ବ୍ୟାନ୍ । ଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି ।

ଅଦ୍ୟତନ ହୋଇଛି
IRAN-ISRAEL WAR

IRAN-ISRAEL WAR

Advertisment

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇସ୍ରାଏଲ-ଇରାନ୍ ଫେସ୍ ଟୁ ଫେସ୍ । ଇସ୍ରାଏଲ ଉପରେ ଇରାନର ମିଜାଇଲ୍ ବର୍ଷା। ଆକାଶରେ ଧୂମକେତୁ ଭଳି ମାଡି ଯାଉଛି ୪ ଶହରୁ ଅଧିକ କ୍ଷେପଣାସ୍ତ୍ର। ଘୁ ଘୁ ଗର୍ଜନ ସହ ରକେଟ୍ ବେଗରେ ଟାର୍ଗେଟ୍ କରିଛି ଇସ୍ରାଏଲର ଶହେରୁ ଅଧିକ ଠିକଣାକୁ। ଟାର୍ଗେଟରେ ଇସ୍ରାଏଲର ଗୁଇନ୍ଦା ଏଜେନସି ମୋସାଦ୍ ହେଡକ୍ବାର୍ଟର ଏବଂ ଇସ୍ରାଏଲ ସେନା ଶିବିର। ହିଜବୁଲ୍ଲାଙ୍କୁ ନିପାତ ପାଇଁ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନକୁ ଇରାନ୍ ଦେଇଛି କଡ଼ା ଜବାବ। ହାଇପରସୋନିକ୍ ମିଜାଇଲ ଓ ରକେଟ୍‌ରେ କାଉଣ୍ଟର ଆଟାକ୍।

Advertisment

ତେବେ ଇରାନର ଅଧିକାଂଶ ମିଜାଇଲକୁ ଆକାଶରେ ହିଁ ନଷ୍ଟ କରିଦେଇଛି ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ। ଲୋକଙ୍କୁ ବୋମା ପ୍ରତିହତ ଆଶ୍ରୟ ସ୍ଥଳରେ ରଖଯାଇଥିବା ବେଳେ ସାରା ଦେଶରେ ଜାରି ହୋଇଛି ସତର୍କ ସୂଚନା। ଇରାନ୍ ଯେଉଁ ଭୁଲ କରିଛି ତାର ଭୟଙ୍କର ପରିଣାମ ଭୋଗିବ ବୋଲି କହିଛି ଇସ୍ରାଏଲ।

ଇସ୍ରାଏଲ ଉପରେ ମାରାଥନ୍ ମିଜାଇଲ୍ ଆଟାକ୍ ପରେ ସତର୍କ ରହିଛି ଇରାନ୍। ଇସ୍ରାଏଲ ପକ୍ଷରୁ ପ୍ରତି ଆକ୍ରମଣ ଆଶଙ୍କାରେ ଏୟାର ସ୍ପେସକୁ ବନ୍ଦ କରିଦିଆଯାଇଛି। ସେପଟେ ଇସ୍ରାଏଲ୍ ଆକାଶରେ ଇରାନ ମିଶାଇଲ ଦେଖିଲେ ତୁରନ୍ତ ଖସାଇଦେବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୱାସିଂଟନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୁଦ୍ଧ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ସାମରିକ, ଆର୍ଥିକ ଏବଂ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ଆଶ୍ୱସ୍ତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍।

Advertisment

ତେବେ କଣପାଇଁ ଏ ଯୁଦ୍ଧ ? କାହିଁକି ଏ ଶତ୍ରୁତା ? ଦିନେ ଇରାନ୍ ଓ ଇସ୍ରାଏଲ ଥିଲେ ଭଲ ବନ୍ଧୁ। ୧୯୪୮ରେ ଇସ୍ରାଏଲ ଗଠନ ବେଳେ ବିଶ୍ୱର ଅନେକ ଦେଶ ତାକୁ ମାନ୍ୟତା ଦେବାକୁ ମନା କରିଦେଇଥିଲେ। ହେଲେ ସେତେବେଳେ ସ୍ୱୀକୃତି ଦେଇଥିଲା ଇରାନ୍। ଇସ୍ରାଏଲ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଉଥିଲା, ବଦଳରେ ତେଲ ଯୋଗାଇ ଦେଉଥିଲା ଇରାନ୍।

ତେବେ ୧୯୭୯ ପରେ ବଦଳିଯାଇଥିଲା ସମ୍ପର୍କ। ଧିରେ ଧିରେ ଆମେରିକା ଓ ଇସ୍ରାଏଲ ସହ ସମ୍ପର୍କ କାଟି ଦେଇଥିଲା ଇରାନ୍। ପରେ ଇସ୍ରାଏଲ ବିରୋଧୀ ୟେମେନ୍, ସିରିଆ ଓ ଲେବାନନକୁ ଇରାନ୍ ଅସ୍ତ୍ରଶସ୍ତ୍ର ଯୋଗାଇବାରୁ ଚିହିଁକି ଉଠିଥିଲା ଇସ୍ରାଏଲ। ଏଥିସହ ହିଜବୁଲ୍ଲାକୁ ଇସ୍ରାଏଲ ବିରୋଧରେ ଠିଆ କରିବା ଏବଂ ଲେବାନନରେ ହମାସ, ହୁତି ସହ ସିରିଆ ଓ ଇରାକରେ ଇସ୍ରାଏଲ ବିରୋଧୀ ସଂଗଠନକୁ ଆଶ୍ରୟ ଓ ସହାୟତା ଦେବା ପରେ ଇରାନ ପାଲଟିଗଲା ଚିର ଶତ୍ରୁ।

Advertisment

ମଧ୍ୟପ୍ରାଚ୍ୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ବଢିଛି ସାରା ବିଶ୍ୱର ଚିନ୍ତା। ଭାରତ ବି ଚିନ୍ତା ପ୍ରକଟ କରିଛି। ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଜାରି ହୋଇଛି ଆଡଭାଇଜରି। ଭାରତୀୟଙ୍କୁ ସଜାଗ ରହିବା ସହ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ତେହରାନ୍ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ। ଏଥିସହ ଅତି ଆବଶ୍ୟକ ନଥିଲେ ଇରାନ୍ ଗସ୍ତରେ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଯୁଦ୍ଧକୁ ନେଇଜାତିସଂଘ ସୁରକ୍ଷା ପରିଷଦ ଜରୁରୀ ବୈଠକ ଡାକିଛି। ଏହାରି ଭିତରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ବ୍ୟାନ୍ ଲଗାଇଛି ଇସ୍ରାଏଲ। ଦେଶରେ ପ୍ରବେଶ ଉପରେ କଟକଣା ଜାରି କରିବା ସହ ଇସ୍ରାଏଲକୁ ଜାତିସଂଘ ମହାସଚିବଙ୍କ କୌଣସି ଆବଶ୍ୟକତା ନାହିଁ ବୋଲି କହିଛି।

Israel Iran War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ