Advertisment

ସତ ହେବ କି ଭବିଷ୍ୟତବାଣୀ ? ୨୦୨୩ରେ ହେବ ତୃତୀୟ ବିଶ୍ୱଯୁଦ୍ଧ, ୟୁରୋପ ହେବ ଯୁଦ୍ଧକ୍ଷେତ୍ର

ଋଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକାଇଛି। ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଛି ମନାନ୍ତର ଓ ମତାନ୍ତର ପରିସ୍ଥିତି।

author-image
Prangyan Parimita
Special Story

Special Story

ଋଷ୍‌-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏତିକି ବେଳେ ଏମିତି ଭବିଷ୍ୟବାଣୀ ସାରା ବିଶ୍ୱର ନିଦ ହଜାଇ ଦେଇଛି। ଫ୍ରାନ୍ସର ପ୍ରସିଦ୍ଧ ଦାର୍ଶନିକ ମାଇକେଲ୍‌ ଡି ନଷ୍ଟ୍ରାଡମସ୍‌ ବହୁଚର୍ଚ୍ଚିତ ପୁସ୍ତକ ଲେସ୍ ପ୍ରୋଫେଟିସରେ ଲେଖିଛନ୍ତି, ଚଳିତ ବର୍ଷ ଅର୍ଥାତ ୨୦୨୨ରେ ଶାନ୍ତ ରହିବ ବିଶ୍ୱ । କେବେ ହେଲେ ହେବ ନାହିଁ ତୃତୀୟ ବିଶ୍ୱଯୁଦ୍ଧ । କିନ୍ତୁ ଦେଶ ଦେଶ ମଧ୍ୟରେ ଲାଗି ରହିଥିବା କଳି ଆସନ୍ତା ବର୍ଷ ଉଗ୍ରରୂପ ନେବ । ୨୦୨୩ରେ ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ । ୪୫୦ ବର୍ଷ ପୂର୍ବେ ନଷ୍ଟ୍ରାଡମସ୍‌ ଲେଖିଥିବା ଭବିଷ୍ୟବାଣୀ ପୁସ୍ତକରେ ଏହା ଲେଖା ହୋଇଛି।

Advertisment

ଋଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକାଇଛି। ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଛି ମନାନ୍ତର ଓ ମତାନ୍ତର ପରିସ୍ଥିତି। ପ୍ରାୟ ଦେଢ ମାସ ହେବ ଋଷ-ୟୁକ୍ରେନ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢାଇ ଦେଇଛି। ଏସବୁ ଭିତରେ ଦାର୍ଶନିକ ‘ନଷ୍ଟ୍ରାଡମସ୍‌’ଙ୍କ ଭବିଷ୍ୟବାଣୀ ଡରାଉଛି। ନଷ୍ଟ୍ରାଡମସଙ୍କ ଲେସ୍ ପ୍ରୋଫେଟିସ ପୁସ୍ତକରେ ଲେଖା ହୋଇଛି, ରୁଷ୍-ୟୁକ୍ରେନ ଯୁଦ୍ଧ ଥମିଯିବ। ହେଲେ ଅନ୍ୟ ଦେଶମାନଙ୍କରେ ଏହାକୁ ନେଇ ମତଭେଦ ବଢ଼ିବ। ଯାହାର ପରିଣତି ହେବ ତୃତୀୟ ବିଶ୍ୱଯୁଦ୍ଧ। ଆସନ୍ତାବର୍ଷ ଅର୍ଥାତ ୨୦୨୩ରେ ୟୁରୋପ ମହାଦେଶରେ ଆରମ୍ଭ ହେବ ଏହି ଯୁଦ୍ଧ। ଋଷ୍ ଓ ଆମେରିକା ସମେତ ଅନେକ ଦେଶ ପାଖରେ ଥିବା ଆଣବିକ ଅସ୍ତ୍ର ଧ୍ୱଂସର ଭୟ ସୃଷ୍ଟି କରିପାରେ।

୨୦୨୩ ମସିହା ବେଳକୁ ଚୀନ୍‌ ଓ ଋଷ୍‌ ଖୁବ୍‌ ଶକ୍ତିଶାଳୀ ହୋଇଯିବେ। ବିଶ୍ୱରେ ମହାଶକ୍ତି ଭାବରେ ଏହି ଦୁଇ ଦେଶ ଉଭା ହେବେ। ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖାଦେଇ ପାରେ। ଏହି ସମୟରେ ଆମେରିକା ସବୁଠୁ ବଡ ସାମରିକ ଅଭ୍ୟାସ କରିବ ବୋଲି କୁହାଯାଉଛି।

Advertisment

ଅନେକ ସମୟରେ ନଷ୍ଟ୍ରାଡମସଙ୍କ ଭବିଷ୍ୟତବାଣୀ ସତ ହୋଇଛି। ଯେଉଁଥି ପାଇଁ ତାଙ୍କ ଲେଖା ଉପରେ ସମସ୍ତଙ୍କର ଅଗାଢ ବିଶ୍ୱାସ ରହିଛି। ସେ କରିଥିବା ପୂର୍ବାନୁମାନ ମଧ୍ୟରୁ ରୁଷ-ୟୁକ୍ରେନ ଯୁଦ୍ଧ ସତ ପ୍ରମାଣିତ ହୋଇଛି। ଏହା ସହ ହିଟଲରଙ୍କ ଉତଥାନ, ଜନ୍‌ କେନେଡିଙ୍କ ହତ୍ୟା ଓ ୯/୧୧ ଆକ୍ରମଣ ଭଳି ଘଟଣା ସତ ହୋଇ ସାରିଛି। ଆଗକୁ ନଷ୍ଟ୍ରାଡମସଙ୍କ ତୃତୀୟ ବିଶ୍ୱଯୁଦ୍ଧ ଭବିଷ୍ୟବାଣୀ ସତ ହେବ ନା’ ମିଛ ସେଥିପାଇଁ ଅପେକ୍ଷା ୨୦୨୩ ବର୍ଷକୁ ।

Nostradamus' Prediction
Advertisment
Advertisment