Advertisment

Mark Zuckerberg: କାହିଁକି ମେଟା ବିରୁଦ୍ଧରେ ମାମଲା ରୁଜୁ କଲେ ମାର୍କ ଜୁକରବର୍ଗ!

ମାର୍କ ଜୁକରବର୍ଗ ମେଟା ବିରୋଧରେ ମାମଲା ଦାୟର କରିଛନ୍ତି। ଯାହା ପରେ କମ୍ପାନୀକୁ ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ପଡିଲା। ଆସନ୍ତୁ ଜାଣିବା ଏହି ମାମଲା କଣ।

ଅଦ୍ୟତନ ହୋଇଛି
Mark Zuckerberg

Mark Zuckerberg

Advertisment

ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ମାର୍କ ଜୁକରବର୍ଗ। ଏହି ଘଟଣା ଆମେରିକାରୁ ସାମ୍ନାକୁ ଆସିଛି। କିନ୍ତୁ ଆପଣ ଯେଉଁ ଜୁକରବର୍ଗଙ୍କୁ ଭାବୁଛନ୍ତି ସେ ନୁହଁନ୍ତି। ଆମେରିକାର ଇଣ୍ଡିଆନା ରାଜ୍ୟରେ ରହୁଥିବା ଓକିଲ ମାର୍କ ଜୁକରବର୍ଗ ମେଟା ବିରୁଦ୍ଧରେ ମୋକଦ୍ଦମା ଦାୟର କରିଛନ୍ତି। ଏହାପରେ କମ୍ପାନୀକୁ ଓକିଲଙ୍କଠାରୁ କ୍ଷମା ମାଗିବାକୁ ପଡ଼ିଛି। ଆସନ୍ତୁ, ଜାଣିବା କାହିଁକି ମାର୍କ ଜୁକରବର୍ଗ ନାମକ ଓକିଲ ଏହି ବିଶାଳ ଟେକ୍ କମ୍ପାନୀ ବିରୁଦ୍ଧରେ ମୁକଦ୍ଦମା ଦାୟର କରିଛନ୍ତି?

Advertisment

ଆମେରିକାର ଇଣ୍ଡିଆନା ରାଜ୍ୟରେ ରହୁଥିବା ଓକିଲ, ଯାହାଙ୍କର ନାମ ମାର୍କ ଏସ. ଜୁକରବର୍ଗ। ଗତ ୮ ବର୍ଷରେ ଫେସବୁକ ତାଙ୍କ ବିଜନେସ୍ ଆକାଉଣ୍ଟକୁ ୫ ଥର ଏବଂ ବ୍ୟକ୍ତିଗତ ଆକାଉଣ୍ଟକୁ ୪ ଥର ବ୍ଲକ କରିଛି। ସେ କହିଛନ୍ତି ଯେ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଜୁକରବର୍ଗଙ୍କ ନାଁର ଉପଯୋଗ କରୁଥିବା ଜଣେ ଛଦ୍ମବେଶୀ ମନେ କରି ତାଙ୍କ ଆକାଉଣ୍ଟକୁ ବାରମ୍ବାର ବ୍ଲକ କରିଛି।

ଓକିଲ ମାର୍କ ଜୁକରବର୍ଗ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫେସବୁକ ଦ୍ୱାରା ବାରମ୍ବାର ତାଙ୍କ ଆକାଉଣ୍ଟ ବ୍ଲକ ହେବା ଯୋଗୁଁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ତାଙ୍କର ହଜାର ହଜାର ଡଲାରର ଆୟ ନଷ୍ଟ ହୋଇଯାଇଛି। ମାର୍କ ଏସ. ଜୁକରବର୍ଗ କହିଛନ୍ତି ଯେ ଫେସବୁକ ତାଙ୍କ ଆକାଉଣ୍ଟକୁ ଥରେ ନୁହେଁ, ଅନେକ ଥର ସସପେଣ୍ଡ କରିଛି। ମାର୍କ ଏସ. ଜୁକରବର୍ଗ ଦାବି କରିଛନ୍ତି ଯେ ଫେସବୁକ ଦ୍ୱାରା ଆକାଉଣ୍ଟ ସସପେଣ୍ଡ ହେବା ଯୋଗୁଁ ତାଙ୍କର ୧୧ ହଜାର ଡଲାର, ଅର୍ଥାତ୍ ପ୍ରାୟ ୮.୨ ଲକ୍ଷ ଟଙ୍କାର ବିଜ୍ଞାପନ ହଟାଇ ଦିଆଯାଇଛି। ସେ ନିଜର ପ୍ରଫେସନ ସହ ଜଡ଼ିତ ବିଜ୍ଞାପନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଇଥିଲେ।

Advertisment

ଓକିଲ ନିଜର ପ୍ରକୃତ ପରିଚୟ ପ୍ରମାଣ କରିବା ପାଇଁ ସେ ଫେସବୁକକୁ ନିଜର ଫୋଟୋ ଆଇଡି, କ୍ରେଡିଟ କାର୍ଡ ଆଦିର ଅନେକ ଫୋଟୋ ମଧ୍ୟ ପଠାଇଥିଲେ। କିନ୍ତୁ ତା ସତ୍ତ୍ବେ ବି ତାଙ୍କ ଫେସବୁକ୍ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ଏହି ନିଲମ୍ବନ ଦୀର୍ଘ ୪ ମାସ ଧରି ବଳବତ୍ତର ରହିଲା। ଯେଉଁଥିପାଇଁ ସେ ଅନେକ କ୍ଷତି ସହିଛନ୍ତି।

ମାର୍କ ଏସ. ଜୁକରବର୍ଗଙ୍କ ଦ୍ୱାରା ମୁକଦ୍ଦମା ଦାୟର କରାଯିବା ପରେ ମେଟା ନିଜର ଭୁଲ ସ୍ୱୀକାର କରି ଓକିଲଙ୍କଠାରୁ କ୍ଷମା ମାଗିଛି। କମ୍ପାନୀ କହିଛି ଯେ ତାଙ୍କ ଆକାଉଣ୍ଟକୁ ଭୁଲରେ ସସପେଣ୍ଡ କରାଯାଇଥିଲା। ତେବେ, ଓକିଲଙ୍କ ଫେସବୁକ ଆକାଉଣ୍ଟକୁ ବର୍ତ୍ତମାନ ପୁନଃସ୍ଥାପନ କରାଯାଇଛି।

Advertisment

ଅଧିକ ପଢନ୍ତୁ: ହିନ୍ଦୀ ଜାଣିଥିଲେ ଘଣ୍ଟାକୁ ୫ ହଜାର ଟଙ୍କା ଦେଉଛନ୍ତି ମାର୍କ ଜୁକରବର୍ଗ

Mark Zuckerberg Facebook
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ