Advertisment

ବ୍ରିଟେନ୍ ରାଜନୀତିର ସାପଶିଢ଼ି ଖେଳରେ ଜଣେ ଓସ୍ତାଦ୍ ଖେଳୁଆଡ଼ ରିଷି ସୁନକ

କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନସନ୍ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ରିଷି।

Rishi Sunak

Rishi Sunak

Advertisment

ବ୍ରିଟେନ୍‌ରେ ଭାରତୀୟଙ୍କ ରାଜ୍। ପ୍ରଥମ ଭାରତୀୟ ମୂଳ ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେଲେ ରିଷି ସୁନକ୍। ସେ ଭାରତୀୟ ବଂଶୋଦ୍ଭବ ତଥା ଭାରତର ଜ୍ୱାଇଁପୁଅ ବି।  ବ୍ରିଟେନ୍ ରାଜନୀତିର ସାପଶିଢ଼ି ଖେଳରେ ଜଣେ ଓସ୍ତାଦ୍ ଖେଳୁଆଡ଼। ପ୍ରାୟ ୨ ମାସ ତଳେ ପ୍ରଧାନମନ୍ତ୍ରୀ ରେସ୍‌ରେ ମାତ୍ ଖାଇଥିବା ରିଷି, ଆଜି ବିଜୟୀ ହୋଇଛନ୍ତି ସେଇ ରେସ୍‌ରେ। ବ୍ରିଟେନବାସୀଙ୍କ ଭରସା, ପୂର୍ବରୁ ଅର୍ଥମନ୍ତ୍ରୀ ଭାବେ କମାଲ୍ ଦେଖାଇଥିବା ରିଷି ସୁନକ ହିଁ ଏକମାତ୍ର ବ୍ୟକ୍ତି, ଯିଏକି ସୁଧାରି ପାରିବେ ଦେଶର ସଂକଟାପନ୍ନ ଆର୍ଥିକ ସ୍ଥିତିକୁ।

Advertisment

ଲିଜ୍ ଟ୍ରସଙ୍କ ଆର୍ଥିକ ନିଷ୍ପତ୍ତିଗତ ବିଫଳତା ସାମ୍ନାକୁ ଆସିବା ପରେ, ଜୋର୍ ଧରିଥିଲା ରିଷି କମବ୍ୟାକ୍ ସ୍ୱର। ସତକୁ ସତ ତୀବ୍ର ସମାଲୋଚନା ଓ ଚାପ ଶିକାର ହୋଇ ପିଏମ୍ ପଦ ଛାଡ଼ିବାକୁ ବାଧ୍ୟ ହେଲେ ଟ୍ରସ୍। ତେଣୁ ରିଷି ସୁନକଙ୍କ ଆଗରେ ବ୍ରିଟେନ୍ ଅର୍ଥନୀତିକୁ ବଞ୍ଚାଇବା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଓ ସମ୍ମାନର ପ୍ରଶ୍ନ।

ପଞ୍ଜାବର ମୂଳ ବାସିନ୍ଦା ସୁନକ୍ ପରିବାର, ବିଗତ ତିନି ପିଢ଼ି ଧରି ବ୍ରିଟେନ୍‌ରେ ରହିଆସୁଛନ୍ତି। ସାଉଥମ୍ପଟନ୍‌ରେ ରିଷିଙ୍କ ଜନ୍ମ; ଓ୍ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଏମବିଏ  ଇନ୍ଫୋସିସ୍ ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ରିଷି।

Advertisment

ରିଷି ସୁନକଙ୍କୁ ଫେବୃଆରୀ ୨୦୨୦ରେ ଚାନସେଲର ଅଫ୍ ଦି ଏକ୍ସଚେକର୍ ଭାବେ ନିଯୁକ୍ତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ଏହା ତାଙ୍କର ପ୍ରଥମ ପୂର୍ଣ୍ଣ କ୍ୟାବିନେଟ୍ ପଦ ଥିଲା। ଡିସି ରିଷି ଭାବେ ପରିଚିତ। ଏହି ନେତାଙ୍କ ଲୋକପ୍ରିୟତା ଆଶାତୀତ ବୃଦ୍ଧି ପାଇଥିଲା କରୋନା ଲକଡାଉନ ସମୟରେ। ବିଚକ୍ଷଣ ଦୂରଦୃଷ୍ଟିସଂପନ୍ନ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସେ ସବୁ ବର୍ଗର ଆଦୃତି ସାଉଁଟି ପାରିଥିଲେ।

କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନସନ୍ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ରିଷି। ବୋରିସଙ୍କ ପାଖେ ପାଖେ ରହୁଥିଲେ, ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ବ୍ରିଫିଂରେ ଅଧିକାଂଶ ସମୟରେ ଆଗକୁ ଆସୁଥିଲେ। ଅଥଚ ସେ ହିଁ ପ୍ରଥମେ ବୋରିସଙ୍କୁ କ୍ଷମତା ଛାଡ଼ିବାକୁ ଆହ୍ବାନ ଦେଇଥିଲେ। ଏହା ପୂର୍ବରୁ ପାର୍ଟି ଗେଟ୍ ସ୍କାଣ୍ଡାଲ୍ ଓ ପତ୍ନୀ ଅକ୍ଷତାଙ୍କ ଟ୍ୟାକ୍ସ ଚୋରି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲେ ରିଷି ସୁନକ୍।

Advertisment
Rishi Sunak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ