Advertisment

ଆଫଗାନିସ୍ତାନ୍‌ର କବ୍‌ଜା ପଛରେ ତାଲିବାନର ୫ ଭିଲେନ୍ !

ତାଲିବାନ ସରକାରରେ ରାଷ୍ଟ୍ରପତି ହେବାକୁ ଥିବା ମୁଲ୍ଲା ଅବଦୁଲ ଘନି ବରାଦର କିଏ? ଏହି ସଂଗଠନରେ ଅଛନ୍ତି ଆଉ କେଉଁ କେଉଁ ଟପ୍ ନେତା? ନଜର ପକାନ୍ତୁ ତାଲିବାନର ପ୍ରମୁଖ ଦାୟିତ୍ୱ ସମ୍ଭାଳୁଥିବା ଟପ୍ ୫ ନେତାଙ୍କ ଉପରେ।

ଆଫଗାନିସ୍ତାନ୍‌ର କବ୍‌ଜା ପଛରେ ତାଲିବାନର ୫ ଭିଲେନ୍ !

Taliban Leader

Advertisment

କାବୁଲ: ୧୯୯୪ରେ ଏକ ଛୋଟ ଗୋଷ୍ଠୀ ଦ୍ୱାରା ତାଲିବାନ ପ୍ରତିଷ୍ଠିତ ହୋଇଥିଲା। କିନ୍ତୁ ପରେ ଏହାର ଶକ୍ତି ବୃଦ୍ଧି ପାଇଲା। ସଂଗ୍ରାମୀମାନେ ଆଫଗାନିସ୍ତାନରେ ସେମାନଙ୍କର କାର୍ଯ୍ୟକଳାପରେ ଅଧିକରୁ ଅଧିକ ନିୟୋଜିତ ହେଲେ। ସମୟ ସହିତ ସେମାନଙ୍କ ଶକ୍ତି ବୃଦ୍ଧି ପାଇଲା। ସଂଗ୍ରାମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ସେମାନଙ୍କ ପାଖକୁ ଆସିବାକୁ ଲାଗିଲା। ୧୯୯୬ରେ ସେ ପ୍ରଥମେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ତାଲିବାନ ସରକାରରେ ରାଷ୍ଟ୍ରପତି ହେବାକୁ ଥିବା ମୁଲ୍ଲା ଅବଦୁଲ ଘନି ବରାଦର କିଏ? ଏହି ସଂଗଠନରେ ଅଛନ୍ତି ଆଉ କେଉଁ କେଉଁ ଟପ୍ ନେତା? ନଜର ପକାନ୍ତୁ ତାଲିବାନର ପ୍ରମୁଖ ଦାୟିତ୍ୱ ସମ୍ଭାଳୁଥିବା ଟପ୍ ୫ ନେତାଙ୍କ ଉପରେ।

Advertisment
  1. ମୁଲ୍ଲା ଅବଦୁଲ ଘନି ବରାଦର ଓରଫ୍ ମୁଲ୍ଲା ବରାଦର୍:  ମୁଲ୍ଲା ଓମାର ସହ ମିଶି ସେ ତାଲିବାନ ପ୍ରତିଷ୍ଠା କରିଥିଲେ। ୨୦୧୦ରେ ପାକିସ୍ତାନରେ ଗିରଫ ହୋଇଥିଲେ ବରାଦର୍। ୨୦୧୮ରେ କାତାରରେ ଅସ୍ତ୍ରବିରତି ପାଇଁ ଆଫଗାନ୍ ଓ ତାଲିବାନ ମଧ୍ୟରେ ବୁଝାମଣା ହେବା ପରେ, ତାଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ସେ କାତାରରେ ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖିଆ ହୋଇଥିଲେ। ୟାଙ୍କରି ନେତୃତ୍ୱରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଥିଲା।
  2. ହୈବାତୁଲ୍ଲା ଅଖୁନ୍ଦଜାଦା: ତାଲିବାନର ସୁପ୍ରିମ୍ ଲିଡର୍। ୨୦୧୬ରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ମୁଲ୍ଲା ମନସୁରଙ୍କ ମୃତ୍ୟୁ ପରେ ତାଙ୍କୁ ନେତା ଘୋଷଣା କରାଯାଇଥିଲା। ଅଲକାଏଦା ମୁଖ୍ୟ ଆୟମନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି।
    A wanted poster issued by the FBI for Sirajuddin Haqqani
  3. ସିରାଜୁଦ୍ଦିନ୍ ହକ୍କାନୀ: ହକାନି ନେଟୱର୍କର ମୁଖ୍ୟ ସୋଭିଏତ୍ ସେନା ବିରୋଧରେ ଜିହାଦ ଡାକରା ଦେଇଥିବା କମାଣ୍ଡର ଜଲାଲୁଦ୍ଦିନ୍ ହକାନିର ପୁଅ ସେ। ଏବେ ତାଲିବାନର ଉପମୁଖ୍ୟ ଦାୟିତ୍ୱରେ ରହିଛି। ହକାନୀ ନେଟୱର୍କ ମାଧ୍ୟମରେ ଆତ୍ମଘାତୀ ବୋମା ବ୍ୟବହାର କରି ସେ କାବୁଲର ଅନେକ ବିସ୍ଫୋରଣ ଘଟାଇଥିବା କୁହାଯାଏ।
  4. ମୁଲ୍ଲା ୟାକୁବ୍: ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ। ତାଲିବାନର ସାମରିକ କମିଶନ୍ର ମୁଖ୍ୟ ଥିବା ମୁଲ୍ଲା ୟାକୁବ୍ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ପ୍ରମୁଖ ଦାବିଦାର। ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ ମତରେ ୨୦୨୦ରେ ୟାକୁବକୁ କେବଳ ଲୋକଦେଖାଣିଆ ନିଯୁକ୍ତି ଦିଆଯାଇଛି।
  5. ରାହାବାରି ସୁରା: ତାଲିବାନ ନେତୃତ୍ୱ ପରିଷଦର ମୁଖ୍ୟ  ତାଲିବାନର ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାର ମତ ଚୂଡାନ୍ତ ବୋଲି ଧରାଯାଏ  ରାହାବାରି ସୁରା ରାଜନୈତିକ ଓ ସାମରିକ ନିଷ୍ପତ୍ତି ପାଇଁ ତାଲିବାନକୁ ପରାମର୍ଶ ଦେଇଥାନ୍ତି। 
Taliban Militants Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ