Advertisment

୪୦ ବର୍ଷ ତଳେ ଓଡ଼ିଶା ଆସିଥିଲେ ବ୍ରିଟେନ୍‌ର ନୂଆ ରାଜା ଚାର୍ଲସ

ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍‌ରେ ସମୟ କାଟିଥିଲେ ଚାର୍ଲସ।

ଅଦ୍ୟତନ ହୋଇଛି
King Charles visited Odisha

King Charles visited Odisha

Advertisment

ଚାର୍ଲସଙ୍କ ଓଡ଼ିଶା ସ୍ମୃତି...ଗାଁ ବୁଲା, ପଇଡ଼ ପିଆ...ସେତେବେଳେ ସେ ୩୨ ବର୍ଷୀୟ ପ୍ରିନ୍ସ...ଆଉ ଏବେ ଏବେ କିଙ୍ଗ୍... । ରାଜପଦ ପାଇବାରେ ବ୍ରିଟେନ୍‌ର ସବୁଠୁ ବୟସ୍କ ନୂଆ ରାଜା-୭୩ ବର୍ଷୀୟ ଚାର୍ଲସ ତୃତୀୟ। ୪୦ ବର୍ଷ ତଳେ ଯୁବ ଚାର୍ଲସଙ୍କ ଓଡ଼ିଶାରେ ସେଇ ଗୋଲ୍ଡେନ୍ ମେମୋରି ଆଜି ବି ମନେପଡୁଛି। ୧୯୮୦ ଡିସେମ୍ବର ୪  ବିବାହ ପୂର୍ବରୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିବା ଚାର୍ଲସଙ୍କୁ ସେତେବେଳେ ସ୍ବାଗତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ରାଜ୍ୟପାଳ ସି.ଏମ୍.ପୁନାଚା।

Advertisment

ରାଜ୍ୟ ଅତିଥି ହୋଇ ରାଜଭବନରେ ରହିଥିଲେ। ଆଉ ଭାରତର ଆତ୍ମା ଓଡ଼ିଶାର ଗ୍ରାମ୍ୟ ଚଳଣି, ସାଂସ୍କୃତିକ ପରମ୍ପରା ସହ ପରିଚିତ ହେବାକୁ ଗାଁ ବୁଲି ବାହାରି ପହଞ୍ଚିଥିଲେ ପୁରୀ ହରିପୁର ଶାସନରେ। ଆଉ ଚାର୍ଲସଙ୍କ ସହିତ ଫଟୋରେ ଫଟୋରେ ଇଏ ତତ୍କାଳୀନ ଗ୍ରାମ୍ୟଜୀବନରେ ଅତିଥି ପରାୟଣତାର ଛାପ। ଚାର୍ଲସଙ୍କ ସମ୍ମାନାର୍ଥେ ଗାଁ ଦାଣ୍ଡରେ ସାମିଆନା ଟଙ୍ଗା ହୋଇଥିଲା। ବେକରେ ଫୁଲମାଳ ପକାଇ ତତ୍କାଳୀନ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଯୋଡହସ୍ତ ମୁଦ୍ରାରେ ଗାଁ ବୁଲିଥିଲେ, ଗୋପୀନାଥ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଥିଲେ। ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍‌ରେ ସମୟ କାଟିଥିଲେ ଚାର୍ଲସ। ଦୀର୍ଘ ୪୦ ବର୍ଷ ପରେ ସେଦିନର ପ୍ରିନ୍ସ ଆଜି ଯେତେବେଳେ ରାଜ ପଦ ପାଇଛନ୍ତି, ସେଇ ଖୁସିରେ, ସେହି ଗୋପୀନାଥ ମନ୍ଦିରରେ ଚାର୍ଲସଙ୍କ ପାଇଁ ପୂଜାର୍ଚ୍ଚନା ସହ ତାଙ୍କ ସ୍ମୃତି ରୋମନ୍ଥନ କରିଛନ୍ତି ଗ୍ରାମବାସୀ।

ଓଡ଼ିଶା ଆସିବେ, ଆଉ ଦୁନିଆକୁ ଓଡ଼ିଆ କଳାକାରିଗର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନକୁ ଭେଟିବେନି। ଚାର୍ଲସଙ୍କ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ବାସ୍ତୁ କଳାରେ ରୁଚି ରଖୁଥିବା ଚାର୍ଲସ ସେଦିନ ସୂର୍ଯ୍ୟମନ୍ଦିରର ଉତ୍କର୍ଷ କାରୁକାର୍ଯ୍ୟକୁ ଅତି ପାଖରୁ ଦେଖି ଅଭିଭୂତ ହୋଇଥିଲେ। କେବଳ କୋଣାର୍କ ନୁହେଁ, ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ ଚାର୍ଲସ। କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତେ, ଲଣ୍ଡନ୍‌ର ଜେମ୍ସ ପ୍ୟାଲେସ୍‌ରେ ଆଜି ରାଜାଭାବେ ଚାର୍ଲସ ତୃତୀୟଙ୍କ ବିଧିବଦ୍ଧ ନାଁ ଘୋଷଣା ସହ ଓଡ଼ିଶା ଗସ୍ତର କାହାଣୀ ସବୁକୁ ନେଇ ବି ବେଶ୍ ଚର୍ଚ୍ଚା।

Advertisment

କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ

King Charles III King Charles Visited Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ