Advertisment

Donald Trump: ଟ୍ରମ୍ପଙ୍କ ନିଦ ହଜେଇ ଦେଲାଣି ଭାରତ, ଏଇଥିପାଇଁ ଜଳୁଛନ୍ତି

ଗତ କିଛି ବର୍ଷରେ ଭାରତ ବିଶ୍ୱର ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର କ୍ରୟରେ ହ୍ରାସ କରିଛି। ଋଷ୍ ଠାରୁ ଭାରତ ସବୁଠାରୁ ଅଧିକ ଅସ୍ତ୍ର କିଣୁଛି, କିନ୍ତୁ ଏହା ମଧ୍ୟ କମିଗଲାଣି । ଏହା ସହିତ ଭାରତ ଏବେ ଆମେରିକାଠାରୁ ଆଉ ଅସ୍ତ୍ର କିଣୁନାହିଁ। ଏହାର କାରଣ ହେଉଛି ଭାରତ ନିଜେ ଅସ୍ତ୍ର ନିର୍ମାଣ କରୁଛି ଏବଂ ମେଡ୍ ଇନ୍ ଇଣ୍ଡିଆ ମିସାଇଲରୁ ଆରମ୍ଭ କରି ଫାଇଟର ଜେଟ୍ ତିଆରି କରୁଛି।

Donald Trump

Donald Trump

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆଚରଣରେ କୌଣସି ପରିବର୍ତ୍ତନ ଆଣୁନାହାନ୍ତି। ନିର୍ବାଚନ ଜିତିବା ପରେ ସେ ଭାରତ ସମେତ ବିଶ୍ୱର ଅନେକ ଦେଶକୁ ଧମକ ଦେଉଛନ୍ତି। ଟ୍ରମ୍ପ ଭାରତ ଉପରେ ଲଗାତାର ଏହି ଚାପ ସୃଷ୍ଟି କରୁଛନ୍ତି ଯେ ଭାରତ ଋଷ୍ ସହିତ ନିଜର ବାଣିଜ୍ୟିକ ସମ୍ପର୍କ ଶେଷ କରି ଆମେରିକାକୁ ପ୍ରାଧାନ୍ୟ ଦେଉ। ତେବେ ଭାରତ ପ୍ରତିଥର ପରି ଏଥର ମଧ୍ୟ ସ୍ପଷ୍ଟ କରିଛି ଯେ ଏହା ନିଜର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣିବ ନାହିଁ।

Advertisment

ଏପରି ପରିସ୍ଥିତିରେ ଏହା ଜାଣିବା ଜରୁରୀ ହୋଇପଡିଛି ଯେ ଆମେରିକା ଓ ଭାରତ ମଧ୍ୟରୁ କାହାର ଅଧିକ ଆବଶ୍ୟକତା ରହିଛି। ଏହା ସହିତ ଏହି ବାଣିଜ୍ୟ ଯୁଦ୍ଧରେ କାହାର ପଲା ଭାରୀ ଅଛି ।

ଗତ କିଛି ବର୍ଷ ଭିତରେ ଭାରତ ଏପରି କ’ଣ କରିଛି ଯେ ଆମେରିକୀୟ ରାଷ୍ଟ୍ରପତି ଏତେ ଉତ୍ତେଜିତ ହୋଇଛନ୍ତି। ଏହା ପଛରେ ଅନେକ କାରଣ ରହିଛି, ସେଇଥି ପାଇଁ ଭାରତ ଆମେରିକାର ନଜରରେ ଶତ୍ରୁ ଭଳି ଦେଖାଯାଉଛି । ।

Advertisment

ଗତ କିଛି ବର୍ଷରେ ଭାରତ ବିଶ୍ୱର ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର କ୍ରୟରେ ହ୍ରାସ କରିଛି। ଋଷ୍ ଠାରୁ ଭାରତ ସବୁଠାରୁ ଅଧିକ ଅସ୍ତ୍ର କିଣୁଛି, କିନ୍ତୁ ଏହା ମଧ୍ୟ କମିଗଲାଣି । ଏହା ସହିତ ଭାରତ ଏବେ ଆମେରିକାଠାରୁ ଆଉ ଅସ୍ତ୍ର କିଣୁନାହିଁ। ଏହାର କାରଣ ହେଉଛି ଭାରତ ନିଜେ ଅସ୍ତ୍ର ନିର୍ମାଣ କରୁଛି ଏବଂ ମେଡ୍ ଇନ୍ ଇଣ୍ଡିଆ ମିସାଇଲରୁ ଆରମ୍ଭ କରି ଫାଇଟର ଜେଟ୍ ତିଆରି କରୁଛି।

ଟ୍ରମ୍ପଙ୍କୁ ଭୟ ରହିଛି ଯେ ଯଦି ବ୍ରିକ୍ସ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାରେ ବାଣିଜ୍ୟ ଆରମ୍ଭ କରେ, ତେବେ ଏହା ଆମେରିକା ପାଇଁ ଏକ ବଡ଼ ଧକ୍କା ହେବ । ଏହା ଦ୍ୱାରା ସେମାନଙ୍କ ଅର୍ଥନୀତିରେ ଭୂମିକମ୍ପ ଆସିପାରେ। ଟ୍ରମ୍ପ ଖୋଲାଖୋଲି କହିଛନ୍ତି ଯେ ବ୍ରିକ୍ସ ମୌଳିକ ଭାବେ ଆମେରିକା ବିରୋଧୀ ଦଳଗୁଡ଼ିକର ଏକ ଗୋଷ୍ଠୀ ଏବଂ ଭାରତ ମଧ୍ୟ ତାର ସଦସ୍ୟ। ସେ କହିଛନ୍ତି ଯେ ଏହା ଡଲାର ଉପରେ ଆକ୍ରମଣ ଏବଂ ଆମେ କାହାକୁ ମଧ୍ୟ ଏପରି କରିବାକୁ ଅନୁମତି ଦେବୁ ନାହିଁ। ତେଣୁ ଭାରତର ମାମଲା ବ୍ରିକ୍ସ ଏବଂ ବାଣିଜ୍ୟ ସହିତ ମଧ୍ୟ ଜଡ଼ିତ।

Advertisment

ମୋଟାମୋଟି ଭାବେ ଟ୍ରମ୍ପ ବିବ୍ରତ ହୋଇ ପଡିଛନ୍ତି ଏବଂ ନିରାଶାରେ ବୟାନ ଦେବା ଆରମ୍ଭ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବାର କଥା କହିଛନ୍ତି ଏବଂ ଭାରତର ଅର୍ଥନୀତିକୁ ‘ମୃତ ଅର୍ଥନୀତି’ ବୋଲି ମଧ୍ୟ କହିଛନ୍ତି। ଭାରତ ଋଷଠାରୁ ତୈଳ କିଣା ବନ୍ଦ କରିନାହିଁ ।

ଟ୍ରମ୍ପ ଯଦିଓ ଭାରତର ଅର୍ଥନୀତିକୁ ‘ମୃତ ଅର୍ଥନୀତି’ ବୋଲି ନାମ ଦେଇଛନ୍ତି, କିନ୍ତୁ ଭାରତ ଏହି ମାନଦଣ୍ଡରେ କୌଣସି ଭାବେ ଖାପ ଖାଉନାହିଁ। ‘ମୃତ ଅର୍ଥନୀତି’ ସେହି ଦେଶକୁ କୁହାଯାଏ, ଯେଉଁଠାରେ କୌଣସି ପ୍ରକାରର ବାଣିଜ୍ୟ ନଥାଏ। ଅର୍ଥାତ୍ ଯେଉଁ ଦେଶରେ ବଡ଼ କମ୍ପାନୀଗୁଡ଼ିକ ବ୍ୟବସାୟ କରିବାକୁ ଇଚ୍ଛା କରନ୍ତି ନାହିଁ । ଯେଉଁ ଦେଶର ଅର୍ଥନୈତିକ ବିକାଶ ଅଟକି ଯାଇଛି, ତାହାକୁ ଏହି ନାମରେ ଡକାଯାଏ। ଏବେ ଭାରତର ଅର୍ଥନୀତିର ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଏହା ଲଗାତାର ଉନ୍ନତ ହେଉଛି ଏବଂ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ବାରମ୍ୱାର କହୁଛନ୍ତି । ବର୍ତ୍ତମାନ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି। ଜିଡିପି ବୃଦ୍ଧି ବିଷୟରେ କହିବାକୁ ଗଲେ, ଗତ ଚାରି ବର୍ଷରେ ଭାରତର ଜିଡିପି ବୃଦ୍ଧି ହାର ୬ ପ୍ରତିଶତରୁ ଅଧିକ ରହିଛି।

ଟ୍ରମ୍ପ ଭଲ ଭାବେ ଜାଣନ୍ତି ଯେ ଆଗାମୀ କିଛି ବର୍ଷରେ ଭାରତ ବିଶ୍ୱ ପାଇଁ କେତେ ବଡ଼ ସୁଯୋଗ ଭାବେ ଛିଡା ହେବ। ତାଙ୍କର ଏହି ଧମକ ଓ ଚାପ କେବଳ ଆଲୋଚନାରେ ଶକ୍ତି ବୃଦ୍ଧି ପାଇଁ। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭାରତୀୟ ଅର୍ଥନୀତି ସମ୍ବନ୍ଧରେ ଅନୁମାନ କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୬.୫% ହାରରେ ବୃଦ୍ଧି ପାଇପାରେ।

ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ନୁହଁନ୍ତି ଯିଏ ଭାରତ ସହିତ ଏପରି କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଆମେରିକାର ଅନେକ ରାଷ୍ଟ୍ରପତି ଏପରି କରିଛନ୍ତି। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଓ ୧୯୬୨ରେ ଚୀନ ସହିତ ଯୁଦ୍ଧ ପରେ ଭାରତର ଅବସ୍ଥା ଖରାପ ଥିଲା । ଭାରତ ସମ୍ପୂର୍ଣ୍ଣ ଭାବେ ଆମେରିକାରୁ ଆସୁଥିବା ଖାଦ୍ୟଶସ୍ୟ ଉପରେ ନିର୍ଭରଶୀଳ ଥିଲା । ସେହି ସମୟରେ ଆମେରିକା ରାଷ୍ଟ୍ରପତି ଲିଣ୍ଡନ ବେନ୍ସ ଜନସନ ଯୁଦ୍ଧ ମଧ୍ୟରେ ଭାରତକୁ ଖାଦ୍ୟଶସ୍ୟ ଦେବାକୁ ମନା କରି ଦେଇଥିଲେ। ଏହାର ଫଳାଫଳ ଏହା ହେଲା ଯେ ସମଗ୍ର ଦେଶ ଏକଜୁଟ ହେଲା ଏବଂ ଭାରତରେ ଏକ ସବୁଜ କ୍ରାନ୍ତିର ଆବିର୍ଭାବ ହେଲା । ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଭାରତ କାହା ଆଗରେ ହାତ ପାତିବ ନାହିଁ। ଏହା ବ୍ୟତୀତ ୧୯୯୮ରେ ହୋଇଥିବା ପରମାଣୁ ପରୀକ୍ଷଣ ପରେ ମଧ୍ୟ ଆମେରିକା ଭାରତ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । କିନ୍ତୁ ଭାରତ ଆଗକୁ ବଢ଼ିଥିଲା ।

ଭାରତର ଆମେରିକା ଉପରେ ନିର୍ଭରଶୀଳତା ବହୁତ କମ। ଆମେରିକା ଦୀର୍ଘ ସମୟ ଧରି ଭାରତକୁ ଦୁଗ୍ଧ ଓ ଏହାରୁ ତିଆରି ଉତ୍ପାଦ ବିକ୍ରି କରିବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତ କୃଷି ଓ ଡେରୀ କ୍ଷେତ୍ରରେ ଭଲ କରୁଛି ।

ଯଦି ଯୁଦ୍ଧରେ ବ୍ୟବହାର ହେଉଥିବା ଅସ୍ତ୍ରଶସ୍ତ୍ରର କଥା କହିବା, ତେବେ ଏଥିରେ ମଧ୍ୟ ଭାରତ ଏବେ ଆମେରିକା ଉପରେ ନିର୍ଭରଶୀଳ ନାହିଁ। ଆମେରିକା ନିଜର ପ୍ରଯୁକ୍ତିକୁ ଭାରତର ଶତ୍ରୁ ଦେଶମାନଙ୍କ ସହିତ ମଧ୍ୟ ବାଣ୍ଟୁଛି । ତେଣୁ ଭାରତ ତା’ ବଦଳରେ ଋଷ୍ ଉପରେ ଅଧିକ ଭରସା କରୁଛି ଏବଂ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦେଉଛି। ଭାରତ ଆମେରିକାର ଏଫ-୩୫ ଷ୍ଟେଲ୍ଥ ଜେଟ୍ କିଣିବା ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି।

ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରିଦେଲେ ବୋଲି ନିଜ ଆଡୁ କହିଚାଲିଛନ୍ତି । କିନ୍ତୁ ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତା ହୋଇନାହିଁ ବୋଲି ଭାରତ ବାରମ୍ୱାର କହୁଛି । ନୋବେଲ୍ ପୁରସ୍କାର ପାଇଁ ସ୍ୱପ୍ନ ଦେଖୁଥିବା ଟ୍ରମ୍ପଙ୍କୁ କୁଆଡେ ଏହା ବହୁତ ବାଧିଛି ।

ଅଧିକ ପଢ଼ନ୍ତୁ: ନାଁ ଶୁଣିଲେ ପାକିସ୍ତାନୀ ଲୋକଙ୍କୁ ରାତିରେ ନିଦ ହେଉନି, ପୁଣି ଡରାଇଲେ ମୋଦି

India Donald Trump USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ