• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗାଜାରେ ବ୍ୟବହାର ହେଉଛି ଧଳା ଫସଫରସ୍ । ବିସ୍ଫୋରଣ ପାଇଁ ଧଳା ଫସଫରସକୁ ବ୍ୟବହାର କରୁଛି ଇସ୍ରାଏଲ ସେନା । ଏନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୃଶ୍ୟ । ବିଭିନ୍ନ ଫଟୋ, ଭିଡିଓରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଜନ ବହୁଳ ସ୍ଥାନ ଗାଜାରେ ଧଳା ଫସଫରସର ଅହେତୁକ ପ୍ରୟୋଗ କରୁଛି ଇସ୍ରାଏଲ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରୁ ଏହା ଜଣା ପଡ଼ିଛି । କେତେକ ମିଡିଆ ସଂସ୍ଥା ମଧ୍ୟ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି ।
ଧଳା ଫସଫରସ ମୁଖ୍ୟତଃ ଏକ ରାସାୟନିକ ପଦାର୍ଥ । ଏହା ବିସ୍ଫୋରଣରେ ବ୍ୟବହାର ହୁଏ ।

ରାତି ସମୟରେ ଏହା ଅଧିକ କାମରେ ଲାଗେ । ରାସାୟନିକ ପଦାର୍ଥ ଦ୍ବାରା ହେଉଥିବା ଏହି ବିସ୍ଫୋରଣରେ ପାଖାପାଖି ୮୧୫ ଡିଗ୍ରୀର ଉତ୍ତାପ ସୃଷ୍ଟି ହୋଇଥାଏ, ଯାହା ସବୁ କିଛି ଜାଳିପୋଡ଼ି ଛାରଖାର କରିଦେଇଥାଏ । ଧଳା ଫସଫରସ ବିସ୍ଫୋରଣ ଦ୍ବାରା ଚର୍ମ ପୋଡାଜଳା ସହ ଲୋକେ ବିକଳାଙ୍ଗ ହେବାର ନଜିର ମଧ୍ୟ ରହିଛି । ଅଧିକ କ୍ଷତିକାରକ ହୋଇଥିବାରୁ ଏହାର ବ୍ୟବହାରକୁ ବର୍ତ୍ତମାନ ପର୍ଯ୍ୟାୟରେ ନିଷିଦ୍ଧ କରା ଯାଇଛି ।

ତେବେ ପ୍ରଥମ ଥର ୧୮୦୦ ମସିହାରେ ଆୟର୍ଲାଣ୍ତ ଓ ବ୍ରିଟିଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ଧଳା ଫସଫରସର ବ୍ୟବହାର ହୋଇଥିଲା । ଏଥିରେ ଅତ୍ୟଧିକ ପରିମାଣର ଧୂଆଁ ତଥା ରାସାୟନିକ ପଦାର୍ଥ ଥିବାରୁ ୧୯୭୨ ରେ ମିଳିତ ଜାତିସଙ୍ଘ ଦ୍ବାରା ଏହାକୁ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଅଣା ଯାଇଥିଲା । ପରେ ସହମତି ଭିତ୍ତିରେ ୧୯୮୦ ମସିହାରେ ଏହାକୁ ବ୍ୟାନ କରାଗଲା ।

ତେବେ ବର୍ତ୍ତମାନ ଗାଜାରେ ଇସ୍ରାଏଲ ଦ୍ବାରା ଏହି କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି ବୋଲି ଅଭିଯୋଗ ଆସିଛି । ଜନ ବହୁଳ ଗାଜାରେ ଏହାର ବ୍ୟବହାର ଦ୍ବାରା ବହୁ କ୍ଷତି ହେଉଥିବା ଅଭିଯୋଗ ଆସିଛି । ଲୋକେ ପୋକମାଛି ଭଳି ମରୁଛନ୍ତି। ଏହାର ବିସ୍ଫୋରଣ ପରେ ଏଭଳି କଳା ଧୂଆଁ ବାହାରେ ଯେ, ସଂପୃକ୍ତ ଅଞ୍ଚଳ ପୂରା ଅନ୍ଧାକାରାଚ୍ଛନ୍ନ ହୋଇଯାଏ। 

ଗତ ୪ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ବହୁ ପରିମାଣରେ କ୍ଷତି ହୋଇଥିବା ବେଳେ ଇସ୍ରାଏଲ ମଧ୍ୟ ପାଲଟା ଜବାବ ଦେଉଛି । ତେବେ ଉଭୟ ପକ୍ଷର ଯୁଦ୍ଧରେ ସାଧାରଣ ଲୋକ ଯେ ପରିଣାମ ଭୋଗୁଛନ୍ତି ଏହା ନିସନ୍ଦେହ ।