USA’
ଇସ୍ରାଇଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଲମ୍ଫ ମାରିଛି ଆମେରିକା। ଆଉ ସରପ୍ରାଇଜ ଆଟାକରେ ଇରାନକୁ କରିଛି ଘାଇଲା। ରବିବାର ସକାଳେ ଆମେରିକା ଇରାନର ତିନୋଟି ପରମାଣୁ ଘାଟି ଉପରେ ଆକ୍ରମଣ କରିଛି। ଯେଉଁଥିପାଇଁ ଆମେରିକା ବ୍ୟବହାର କରିଥିଲା B-2 ଷ୍ଟିଲ୍ଥ ବମ୍ୱର। ଯାହା ଗଭୀର ଭାବରେ ଲୁକ୍କାୟିତ ସ୍ଥାନକୁ ଭେଦ କରିବାକୁ ସକ୍ଷମ।
ଅଧିକ ପଢନ୍ତୁ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ବଡ଼ ଆକ୍ରମଣ, ହେବ କି ତୃତୀୟ ବିଶ୍ୱ ଯୁଦ୍ଧ?
ଆମେରିକା ରାଷ୍ଟ୍ରପଚି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। B2 ବିମାନ ଦୁଇଟି 15-ଟନ୍ ବଙ୍କର-ବଷ୍ଟର ବୋମା ବହନ କରିପାରିବ, ଯାହା କେବଳ ଆମେରିକା ପାଖରେ ଅଛି। ଏଗୁଡ଼ିକ ଦ୍ୱାରା ଇରାନ ଉପରେ ଆକ୍ରମଣ କରାଯାଇଛି। ତେବେ ଆସନ୍ତୁ ଜାଣିବା କଣ ଏହି B-2 ଷ୍ଟିଲ୍ଥ ବମ୍ୱର, ଏହା କେତେ ବିପଦପୂର୍ଣ୍ଣ ଏବଂ ଏହାର ବିଶେଷତ୍ୱ ​​କ'ଣ?
ଅବିକଳ ଏକ ଚିଲ ପରି ଦେଖାଯାଉଥିବା B-2 ବମ୍ୱର ହେଉଛି ଏକ ଆମେରିକୀୟ ବିକଶିତ ବୋମାବର୍ଷୀ ବିମାନ। ଏହାକୁ ପ୍ରଥମେ 1980 ଦଶକରେ ଡିଜାଇନ୍ କରାଯାଇଥିଲା ଏବଂ 1997 ମସିହାରେ ଏହା ପୂର୍ଣ୍ଣ ସେବାରେ ଆସିଥିଲା। ଏହା ବିଶ୍ୱର ସବୁଠାରୁ ମହଙ୍ଗା ବିମାନ ମଧ୍ୟରୁ ଗୋଟିଏ, ପ୍ରତି ୟୁନିଟ୍ ମୂଲ୍ୟ ପ୍ରାୟ 2 ବିଲିୟନ ଡଲାର ଅର୍ଥାତ ପ୍ରାୟ ୧୬,୭୨୦ କୋଟି ଟଙ୍କା। ଏହା ଦୁଇଜଣ ପାଇଲଟଙ୍କ ଦ୍ୱାରା ପରିଚାଳିତ।
B-2 ର ଡିଜାଇନ୍ ଏବଂ ଏହାର ନିର୍ମାଣରେ ବ୍ୟବହୃତ ସ୍ୱତନ୍ତ୍ର ଧାତୁ ଏହାକୁ ରାଡାର ଦ୍ୱାରା ଚିହ୍ନଟ ହେବାରୁ ରକ୍ଷା କରେ। ଏହାର ଫ୍ଲାଇଙ୍ଗ୍-ଉଇଙ୍ଗ ଡିଜାଇନ୍ ଏବଂ ରାଡାର-ଶୋଷକ ଆବରଣ ଏହାକୁ ପ୍ରାୟ ଅଦୃଶ୍ୟ କରିଥାଏ। ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଏଡାଇ ଏହା ଆକ୍ରମଣ କରିବାରେ ସକ୍ଷମ ହୋଇଥାଏ। B-2 ବମ୍ୱର ପରମାଣୁ ବୋମା, ପାରମ୍ପରିକ ବୋମା ଏବଂ ଗାଇଡେଡ୍ ଯୁଦ୍ଧାସ୍ତ୍ର ସମେତ 18 ଟନ୍ ପର୍ଯ୍ୟନ୍ତ ଭାରୀ ଅସ୍ତ୍ର ବହନ କରିପାରେ। B2 ବିମାନ ଥରେ ଇନ୍ଧନ ଭରିବା ପରେ ପ୍ରାୟ 11,000 କିଲୋମିଟର ଉଡ଼ିପାରିବ । ଏହା ଆକାଶ ମାର୍ଗରେ ଇନ୍ଧନ ମଧ୍ୟ ଭରିପାରେ। B-2କୁ ଦ୍ରୁତ ଏବଂ ଗୁପ୍ତ ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି। ଏହା ଶତ୍ରୁର କମାଣ୍ଡ ସେଣ୍ଟର, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ବଙ୍କର ଭଳି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟକୁ ଧ୍ୱଂସ କରିବାରେ ମାହିର ।
ବି-୨ ବମ୍ୱରକୁ ୧୯୯୯ କୋସୋଭୋ ଯୁଦ୍ଧ, ୨୦୦୧ ଆଫଗାନିସ୍ତାନ, ୨୦୦୩ ଇରାକ ଯୁଦ୍ଧ ଏବଂ ୨୦୧୧ ଲିବିଆରେ ବ୍ୟବହାର କରାଯାଇଥିଲା। ଏବେ, ୧୪ ବର୍ଷ ପରେ, ଏହାକୁ ଇରାନର ପରମାଣୁ ଘାଟିଗୁଡ଼ିକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇଛି। ତେବେ ବି-୨ ବୋମାବର୍ଷୀ ବିମାନର ରକ୍ଷଣାବେକ୍ଷଣ ଏବଂ ବ୍ୟବହାର ବହୁତ ମହଙ୍ଗା। ତେଣୁ ଆମେରିକୀୟ ବାୟୁସେନା ପାଖରେ ମଧ୍ୟ କେବଳ ୨୦ ଟି ବି-୨ ବିମାନ ଅଛି ।
ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି
।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_USA____1750668448.jpg)