Advertisment

ରୁଷ୍‌ର ଘାତକ ବୋମା: ନିମିଷକେ ଧୁଆଁ ହୋଇଯାଉଛି ମଣିଷ ଶରୀର

ଯୁଦ୍ଧର ବିଭୀଷିିକା ଭିତରେ ସାଧାରଣ ୟୁକ୍ରେନୀୟଙ୍କ କାରନାମା ବି ଚର୍ଚ୍ଚାର ଖୋରାକ୍ ଯୋଗାଇଛି।

ଅଦ୍ୟତନ ହୋଇଛି
Ukraine War

Ukraine War

Advertisment

ଋଷ-ୟୁକ୍ରେନ୍ ଯୁଦ୍ଧରେ ନିର୍ଣ୍ଣାୟକ ହୋଇପାରେ ଆଜିର ରାତି। ବେଲାରୁସ ସୀମାରେ ଗତକାଲିର ୫ ଘଣ୍ଟିଆ ବୈଠକରୁ କୌଣସି ନିଷ୍କର୍ସ ନବାହାରିବାରୁ, ଆଜି ରାତିରେ ରାଜଧାନୀ କିଭ୍ ଦଖଲ କରିବାକୁ ବଡ଼ ଧରଣର ଆକ୍ରମଣ କରିପାରେ ଋଷୀୟ ସେନା। ସେମାନେ କିଭ୍‌କୁ ଚାରିପଟୁ ଘେରି ରହିଥିବା ବେଳେ, ସହରର ଉତ୍ତର ପଶ୍ଚିମ ରାସ୍ତାରେ ୬୪ କିଲୋମିଟର ଯାଏଁ ଶହ ଶହ ଋଷୀୟ ଟ୍ୟାଙ୍କ୍, ଯୁଦ୍ଧାସ୍ତ୍ର ଓ ଅନ୍ୟ ଯୁଦ୍ଧ ବାହନ ଅଟକିଥିବା ସାଟେଲାଇଟ୍ ଇମେଜ୍‌ରୁ ଦେଖିବାକୁ ମିଳିଛି।

Advertisment

ଯୁଦ୍ଧର ଷଷ୍ଠ ଦିନରେ ୟୁକ୍ରେନ୍ର ଦ୍ୱିତୀୟ ବଡ଼ ସହର ଖାର୍‌କିଭ୍‌ରେ ଜୋରଦାର ହମ୍‌ଲା ହୋଇଛି। ସେଣ୍ଟ୍ରାଲ୍ ସ୍କୋୟାର୍ ଓ ଜନବସତି ଅଞ୍ଚଳରେ ରକେଟ୍ ମାଡ଼ ହୋଇଥିବା ବେଳେ, ଆଞ୍ଚଳିକ ପ୍ରଶାସନିକ କୋଠାରେ ବି ଭୟଙ୍କର ବିସ୍ଫୋରଣର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି। ଖାରକିଭ୍ ଓ କିଭ୍ ମଝିରେ ଥିବା ଓଖ୍‌ତିରକା ମିଲିଟାରି ବେସ୍‌ରେ ଋଷ ଆକ୍ରମଣରେ ୭୦ ୟୁକ୍ରେନୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ଏଥିସହ ଚେର୍ନିହିବ୍‌ରେ ବି ଆକ୍ରମଣର ତୀବ୍ରତା ବଢ଼ିଛି।

ଜବାବୀ ହମଲାରେ ୟୁକ୍ରେନ୍ ବି ତୁର୍କୀ ଡ୍ରୋନ୍ ସାହାଯ୍ୟରେ ଋଷୀୟ ଟ୍ୟାଙ୍କ୍‌କୁ ଉଡ଼ାଉଥିବା ଭିଡିଓ ସାମ୍ନାକୁ ଆସିଛି। ୫ ଦିନରେ ଋଷ ୫୬ଟି ରକେଟ୍ ଷ୍ଟ୍ରାଇକ୍ କରିଥିବା ଓ ୧୧୩ଟି କ୍ରୁଜ୍ ମିଜାଇଲ୍ ମାଡ଼ କରିଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି। ଏବେ ସୁଦ୍ଧା ୧୪ ଶିଶୁଙ୍କୁ ମିଶାଇ ୩୫୨ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଏବଂ ୧୬ଶହରୁ ଅଧିକ ଆହତ ହୋଇଥିବା ସେ ଜଣାଇଛନ୍ତି।

Advertisment

ଋଷ ୟୁକ୍ରେନ୍‌ରେ କିପରି ଦମନଲୀଳା ଚଳାଇଛି ତାହା ବିଶ୍ୱ ସମ୍ମୁଖକୁ ଆଣିଛନ୍ତି ଜାତିସଂଘରେ ୟୁକ୍ରେନୀୟ ପ୍ରତିନିଧି। ସେ ଜାତିସଂଘରେ ପଢ଼ି ଶୁଣାଇଛନ୍ତି, ଜଣେ ଋଷୀୟ ସୈନ୍ୟଙ୍କ ଶେଷ ମୋବାଇଲ୍ ମେସେଜ୍। ମୃତ୍ୟୁର କିଛି ସମୟ ପୂର୍ବରୁ ସେ ନିଜ ମାଆଙ୍କୁ ଲେଖିଥିଲେ, ମାଆ, ମୋତେ ଡର ଲାଗୁଛି। ଆମେ ସହର ଗୁଡ଼ିକୁ ବୋମାରେ ଉଡ଼ାଉଛୁ, ସାଧାରଣ ଲୋକଙ୍କୁ ବି  ଟାର୍ଗେଟ୍ କରୁଛୁ। ଆମକୁ କୁହାଯାଇଥିଲା, ସେମାନେ ଆମକୁ ସ୍ୱାଗତ କରିବେ। ହେଲେ ସେମାନେ ଆମକୁ ରୋକିବା ପାଇଁ ଯୁଦ୍ଧ ଗାଡ଼ିର ଚକ ତଳେ ଶୋଇଯାଉଛନ୍ତି। ମାଆ ମୁଁ କଠିନ ସମୟ ଦେଇ ଗତିକରୁଛି। 

ଦମନଲୀଳାକୁ ଆହୁରି ବିଭତ୍ସ କରିବା ପାଇଁ ଋଷ ଭାକ୍ୟୁମ୍ ବମ୍ ପ୍ରୟୋଗ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି, ଯାହାକି ବିସ୍ଫୋରଣ ସ୍ଥଳରେ ମଣିଷକୁ ଆଖି ପିଛୁଳାକେ ବାଷ୍ପିଭୂତ କରିଦେଇପାରେ। ସେପଟେ ମାନବାଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ମଧ୍ୟ ଅଭିଯୋଗ କରିଛି, ଋଷ ଆଶ୍ରୟସ୍ଥଳ ପାଲଟିଥିବା ସ୍କୁଲ ଓ ହସ୍ପିଟାଲ ଉପରେ ବିବାଦୀୟ କ୍ଲଷ୍ଟର୍ ବମ୍ ପକାଉଛି, ଯାହାକି ଏକ ଓ୍ୱାର୍ କ୍ରାଇମ୍ ବା ଯୁଦ୍ଧ ଅପରାଧ। ତେବେ ସିଭିଲିଆନ୍‌କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛି ଋଷ। ଏପଟେ ଭାରତ ଜାତିଂସଘ ସୁରକ୍ଷା ପରିଷଦ ବୈଠକରେ ନିଜ ମତ ଦୋହରାଇବା ସହ ୟୁକ୍ରେନ୍-ଋଷ ଆଲୋଚନାକୁ ସ୍ୱାଗତ କରିଛି।

Advertisment

ଯୁଦ୍ଧର ବିଭୀଷିିକା ଭିତରେ ସାଧାରଣ ୟୁକ୍ରେନୀୟଙ୍କ କାରନାମା ବି ଚର୍ଚ୍ଚାର ଖୋରାକ୍ ଯୋଗାଇଛି। କେଉଁଠି ଜଣେ ଖାଲି ହାତରେ ଟ୍ୟାଙ୍କ୍‌କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ, ଆଉ କେଉଁଠି ୟୁକ୍ରେନୀୟ ଚାଷୀ ଟ୍ରାକ୍ଟରରେ ଋଷୀୟ ଟ୍ୟାଙ୍କ୍‌କୁ ଚୋରାଇ ନେଉଛନ୍ତି। ତା ସହିତ ଭାଇରାଲ୍ ହେଉଛି ବମ୍ ସେଲ୍ଟର ଭିତରେ ଭୟ ଦୂରାଇବାକୁ ଛୋଟ ଛୋଟ ପିଲାଙ୍କ ଜାତୀୟ ସଂଗୀତ ଗାନ, ଯାହାକୁ ଟୁଇଟ୍ କରିଛି ୟୁକ୍ରେନ୍ ବୈଦେଶିକ ମନ୍ତ୍ରାଳୟ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ