Advertisment

ପୁଟିନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ବେଲାରୁଷ ରାଷ୍ଟ୍ରପତି, ଜାଣନ୍ତୁ ଏହା ପଛର ରହସ୍ୟ...

ପୁଟିନ୍‌ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।

ଅଦ୍ୟତନ ହୋଇଛି
Vladmir Putin

Vladmir Putin

Advertisment

ସାରା ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଋଷ - ୟୁକ୍ରେନ୍‌ ଯୁଦ୍ଧ । ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧକୁ ନେଇ ପୁରା ବିଶ୍ୱ ଚିନ୍ତାରେ ପଡ଼ିଛି । ଏମିତିକି ଋଷରେ ରାଷ୍ଟ୍ରପତି ପୁଟିନ୍‌(Vladimir Putin)ଙ୍କୁ ଲୋକେ ବିରୋଧ କରିବା ଆରମ୍ଭ କରିଥିବା ବେଳେ ଏପଟେ ଜେଲେନ୍‌ସ୍କିଙ୍କୁ ଲୋକେ ସମାଲୋଚନା କରୁଛନ୍ତି । ଦୁଇ ଦେଶର ସ୍ଥିତି ଏବେ ଅତି ଶୋଚନୀୟ ହୋଇ ରହିଛି । ଅର୍ଥନୀତି ବିଗିଡ଼ିବା ସହ ଲୋକଙ୍କ ଅବସ୍ଥା ବି ଶୋଚନୀୟ । ଆମେ ସମସ୍ତେ ଜାଣିଛନ୍ତି ପ୍ରଥମେ ଋଷ ହିଁ ୟୁକ୍ରେନ୍ ଉପରେ ଆକ୍ରମଣ କଲା । ଆଉ ଏଥିପାଇଁ ପୁଟିନ୍‌ ଆଦେଶ ଦେଇଥିଲେ । ପୁଟିନ୍‌ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।

Advertisment

ପୁଟିନଙ୍କ ଏଭଳି ମନ୍ତବ୍ୟ ପରେ ସାରା ବିଶ୍ୱରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଏମିତିକି ତାଙ୍କ ଛବି ବିଶ୍ୱଦରବାରରେ ଏକ ପ୍ରକାର ମଳିନ ପଡ଼ିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହାରି ଭିତରେ ପୁଟିନ୍‌ଙ୍କୁ ନେଇ ଆଉ ଏକ ଘଟଣା ଘଟିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ କୌତୁହଳ ପୁର୍ଣ୍ଣ ଚର୍ଚ୍ଚା ଚାଲିଛି । ଋଷର ରାଷ୍ଟ୍ରପତି ତଥା ବିଶ୍ୱର ଜଣେ ପାୱାରଫୁଲ୍‌ ନେତା ଭ୍ଲାଦ୍‌ମିର ପୁଟିନ୍‌ଙ୍କୁ ମିଳିଛି ଟ୍ରାକ୍ଟର ଉପହାର ।

ବେଲାରୁଷର ରାଷ୍ଟ୍ରପତି ଆଲକ୍ସଜେଣ୍ଡାର ଲୁକାଶେଙ୍କୋ (Alexander Lukashenko) ଋଷ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ଙ୍କୁ ତାଙ୍କର ୭୦ ତମ ଜନ୍ମ ଦିନରେ ଦେଇଛନ୍ତି ଟ୍ରାକ୍ଟର ଉପହାର । କାରଣ ବେଲାରୁଷ ଶିଳ୍ପ ଜଗତର ପ୍ରତୀକ ହେଉଛି ଟ୍ରାକ୍ଟର । ତେଣୁ ପୁଟିନ୍‌ଙ୍କୁ ସମ୍ମାନ ଦେବାକୁ ଯାଇ ଆଲେକ୍‌ଜେଣ୍ଡାର ବା ବେଲାରୁଷ ରାଷ୍ଟ୍ରପତି ତାଙ୍କୁ ଟ୍ରାକ୍ଟର ଉପହାର ଦେଇଛନ୍ତି ।

Advertisment
Russia Vladimir Putin Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ