Advertisment

ଆତଙ୍କ ଭିତରେ ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର, ବାଲକୋନି ଲାଇଟ୍ ଜାଳି ଗାଇଲେ ଜାତୀୟ ସଂଗୀତ 'ହାତିକଭା'

ଏଠି ଗୁଳି ଗୋଳାର ଗର୍ଜନ ନୁହେଁ, ଶୁଭୁଛି ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର। ସେନାର ମନୋବଳ ବଢ଼ାଇବାକୁ ବାଲକୋନି ଲାଇଟ୍ ଧପ୍ ଧପ୍ କରିବା ସହ, ଏକସ୍ୱରରେ ଗାଉଛନ୍ତି ନିଜ ଜାତୀୟ ସଂଗୀତ 'ହାତିକ୍ଭା'- ଯାହାର ଅର୍ଥ ଆମେ ନଇଁବୁ ନାହିଁ, ଭାଙ୍ଗିବୁ ନାହିଁ।

Israel War

Israel War

Advertisment

ଗାଜାରେ ବର୍ଷୁଛି ବୋମା, ଇସ୍ରାଏଲରେ ଆତଙ୍କୀ ଓ ଆତଙ୍କର ଛକାପଞ୍ଝା। ଇସ୍ରାଏଲର ବିଭିନ୍ନ ଜନବସତି ଅଞ୍ଚଳରେ ହମାସ୍ ଆତଙ୍କୀ ଗୁଣ୍ଡାରାଜ ଚଳାଇଥିବା ବେଳେ, ଯାହାକୁ ଇଚ୍ଛା ତାକୁ ମାରୁଛନ୍ତି, ମହିଳା ଓ ଶିଶୁଙ୍କୁ ଅପହରଣ କରିନେଉଛନ୍ତି । ତେଣେ ଏହାର ବଦଲା ନେବାକୁ ହମାସ୍‌ର ଗଡ଼ ଗାଜାପଟ୍ଟିକୁ ସତେ ଯେମିତି ମାଟିରେ ମିଶାଇ ଦେବାକୁ ପଣ କରିଛି ଇସ୍ରାଏଲୀ ସେନା । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧକୁ ୫ ଦିନ ବିତିଥିବା ବେଳେ, ଉଭୟ ପକ୍ଷରୁ ମୃତ୍ୟସଂଖ୍ୟା ୩ ହଜାର ଟପିଲାଣି। ଏହାରି ଭିତରେ ସାରା ବିଶ୍ୱକୁ ଚିନ୍ତିତ କରି ମଧ୍ୟ ପ୍ରାଚ୍ୟରେ ପୁଣି ଥରେ ମୁଣ୍ଡ ଟେକିଛି ଉତ୍କଟ ମାନବୀୟ ସଂକଟ ।

Advertisment

ଏଠି ଗୁଳି ଗୋଳାର ଗର୍ଜନ ନୁହେଁ, ଶୁଭୁଛି ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର। ସେନାର ମନୋବଳ ବଢ଼ାଇବାକୁ ବାଲକୋନି ଲାଇଟ୍ ଧପ୍ ଧପ୍ କରିବା ସହ, ଏକସ୍ୱରରେ ଗାଉଛନ୍ତି ନିଜ ଜାତୀୟ ସଂଗୀତ 'ହାତିକ୍ଭା'- ଯାହାର ଅର୍ଥ ଆମେ ନଇଁବୁ ନାହିଁ, ଭାଙ୍ଗିବୁ ନାହିଁ। ଖାଲି ବାଲକୋନି କାହିଁକି, ଏ ବିମାନ ଭିତରେ ବି ଗୁଞ୍ଜରୁଛି ଇସ୍ରାଏଲୀଙ୍କ ଆତ୍ମବିଶ୍ୱାସର ସଂଗୀତ। ଦେଶ ଯୁଦ୍ଧ ସ୍ଥିତିରେ ଥିବା ଜାଣି, ଯିଏ ଯେଉଁ ଦେଶରେ ଥିଲେ ବି, ଏବେ ନିଜ ମାଟିକୁ ଫେରୁଛନ୍ତି ସମସ୍ତେ। ବିମାନ ସୁରକ୍ଷିତ ଓହ୍ଲାଇବ, ନା ମଝି ଆକାଶରେ ହମାସର ରକେଟ୍ ମାଡ଼ରେ ଉଡ଼ିଯିବ, ଜଣାନାହିଁ । ତେଣୁ ସମସ୍ତେ ଏକ ସ୍ୱରରେ ଗାଉଛନ୍ତି 'ହତିକ୍ଭା' । ଯାହାଙ୍କ ପୂର୍ବପୁରୁଷ ହିଟଲରର ହାଲକାଷ୍ଟ ନିର୍ଯାତନା ପରେ ବି ନିଜକୁ ବିଲୋପ ହେବାକୁ ଦେଇନଥିଲେ, ସେମାନଙ୍କ ଉତ୍ତର ଦାୟାଦ ଏତେ ଶୀଘ୍ର ନଇଁଯିବେ କେମିତି ।

ଇସ୍ରାଏଲର ସ୍ଥିତି ଏବେ ଯାହା, ଯବାନ ପାଇଁ ଅସ୍ତ୍ରବଳ ଓ ଜନତାଙ୍କ ପାଇଁ ଆତ୍ମବଳ ହିଁ ସବୁଠୁ ବଡ଼ ସମ୍ବଳ। ଇସ୍ରାଏଲରେ ପଶି ଗୁଣ୍ଡାରାଜ ଚଳାଇଛନ୍ତି ହମାସ୍ ଆତଙ୍କୀ। ମଣିଷ-ପଶୁ, ଯିଏ ସାମ୍ନାରେ ଆସୁଛି ମାରୁଛନ୍ତି। ହଜାରେରୁ ଅଧିକ ଲୋକଙ୍କୁ ହତ୍ୟା କରିବା ସହ ୨ଶହ ଲୋକଙ୍କୁ ଅପହରଣ କରିନେଇଛି ହମାସ୍ । ଘରଦ୍ୱାର, ରାସ୍ତାଘାଟ, ଚାରିଆଡ଼େ ଚାଲିଛି ଲୁଟ୍‌ପାଟ, ଆତଙ୍କରାଜ । ସେପଟେ ଗାଜା ପରେ ଲେବାନନ ପଟୁ ବି ଦକ୍ଷିଣ ଇସ୍ରାଏଲକୁ ଆତଙ୍କୀ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ହେଜବୁଲ୍ଲା ଗ୍ରୁପ୍‌ର ୧୫ଟି ରକେଟ୍ ପଡ଼ି ୟେହୁଦା ହାଲେଭି ଅଞ୍ଚଳରେ ଭୀଷଣ କ୍ଷୟକ୍ଷତି ହେବା ପରେ, ଇସ୍ରାଏଲ ବି ଏୟାରଷ୍ଟ୍ରାଇକରେ ଏହାର କଡ଼ା ଜବାବ ଦେଇଛି ।

Advertisment

ଗାଜାର ଦୁର୍ଦ୍ଦଶା ବି କୌଣସି ଗୁଣରେ କମ୍ ନୁହେଁ । ଦେଖନ୍ତୁ ଏ ଦୃଶ୍ୟକୁ। ସାଇରନ ବାଜିବା କ୍ଷଣି ପ୍ରାଣ ବଞ୍ଚାଇବାକୁ ଚାଲିଛି ଧାଁଦୌଡ଼। ଇସ୍ରାଏଲ ସେନା ଆକାଶ ମାର୍ଗରୁ ଆକ୍ରମଣ କରି ଗାଜାକୁ ଏକପ୍ରକାର ଶ୍ମଶାନରେ ପରିଣତ କରିସାରିଲାଣି । କେତେ ହଜାର ଯେ ମଲେଣି, କଳନା ନାହିଁ । ଗାଜା ସୀମାବର୍ତ୍ତି ଅଞ୍ଚଳରେ ଇସ୍ରାଏଲୀ ସେନା ହମାସ୍ ଆତଙ୍କୀଙ୍କୁ ସଫା କରିବା ପାଇଁ ତନ୍ନତନ୍ନ ଯାଞ୍ଚ ଚଳାଇଥିବା ବେଳେ, ଆଗକୁ ଗାଜାପଟ୍ଟିରେ ପଶି କୋଠା ଓ ଭୂତଳ ଟନେଲ୍ ଗୁଡ଼ିକ ଅଣ୍ଡାଳିବ ବୋଲି ଆଭାସ ମିଳୁଛି। ଯାହାକି ଗାଜାବାସୀଙ୍କ ସ୍ଥିତିକୁ ଆହୁରି ବିପନ୍ନ କରିପାରେ । ଏବେ ପ୍ରାୟ ୩ ଲକ୍ଷ ଇସ୍ରାଏଲୀ ସେନା ଗାଜାକୁ ଚାରିପଟୁ ଘେରି ବାହାରୁ ଖାଦ୍ୟ, ବିଦ୍ୟୁତ ଓ ଇନ୍ଧନ ଯୋଗାଣ ବନ୍ଦ ରଖିଛନ୍ତି । ଗାଜାର ଏକମାତ୍ର ପାୱାର ପ୍ଲାଣ୍ଟରେ ୧୦-୧୨ ଘଣ୍ଟାର ଇନ୍ଧନ ବଞ୍ଚିଛି। ଅନୁମାନ କରାଯାଉଛି ଯେ, ଇଏ ଉତ୍କଟ ମାନବୀୟ ସଂକଟର ଆରମ୍ଭ ମାତ୍ର। ଆଗକୁ ସ୍ଥିତି ବହୁଗୁଣ ବିଗିଡ଼ିପାରେ ।

Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ