Advertisment

ଜେଲେନସ୍କିଙ୍କୁ ମାଆଙ୍କ ହାତ ତିଆରି ବର୍ଫି ଖୁଆଇଲେ UK ପ୍ରଧାନମନ୍ତ୍ରୀ

ଭାରତୀୟ ‘ବର୍ଫି‌’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ ।

author-image
Manoranjan Behera
ଅଦ୍ୟତନ ହୋଇଛି
UK PM Rishi Sunak offering barfi to Ukrainian President Volodymyr Zelenskyy

UK PM Rishi Sunak offering barfi to Ukrainian President Volodymyr Zelenskyy

ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ମାଆ ତିଆରି କରିଥିବା ବର୍ଫି ଖାଇଲେ । ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଭିଡିଓ । UK ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । କିଛି ଦିନ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଏକ ବୈଠକ ଚାଲିଥିବା ବେଳେ ଭୋକ ଅନୁଭବ କରିଥିବା ଜେଲେନସ୍କିଙ୍କୁ ନିଜ ମା’ଙ୍କ ହାତ ତିଆରି ବରଫି ପରଷି ଦେଇଥିଲେ ଋଷି ସୁନକ । ଏହି ଭିଡିଓକୁ ଇଂଲଣ୍ଡ୍‌ର ୧୦ ଡାଉନିଙ୍ଗ୍‌ ‌ଷ୍ଟ୍ରିଟ୍‌ରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ଅଫିସିଆଲ୍‌’ ୟୁଟ୍ୟୁବ୍‌ ଚାନେଲ୍‌ରେ ମଧ୍ୟ ସେୟାର୍‌ କରାଯାଇଛି। 

Advertisment

ରବିବାର ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ସେୟାର୍‌ କରିଥିବା ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ‘ଜେଲେନ୍‌ସ୍କି ସବୁଦିନ ମାଆଙ୍କ ହାତ ତିଆରି ମିଠେଇ ଚାଖି ପାରିବେ ନାହିଁ’ । ଉପରୋକ୍ତ ଘଟଣା ମନେପକାଇ ସୁନକ କହିଛନ୍ତି, ଘରେ ତିଆରି କରିଥିବା ‘ବର୍ଫି’ ନାମକ ଭାରତୀୟ ମିଷ୍ଟାନ୍ନ ମାଆ ମୋ ପାଇଁ ଆଣିଥିଲେ । ଜେଲେନସ୍କିଙ୍କ ସହ ମୋର ମିଟିଂ ବେଳେ ସେ ଭୋକ ଅନୁଭବ କରିଥିଲେ। ତେଣୁ ମୋ’ ନିକଟରେ ଥିବା ବରଫି ମୁଁ ତାଙ୍କୁ ଖାଇବାକୁ ଦେଇଥିଲି। ଏବଂ ଏହା ଏକ ଭାରତୀୟ ମିଠା ବୋଲି ବି କହିଥିଲି। ତାହା ଖୁବ୍‌ ସୁସ୍ୱାଦୁ ବୋଲି କହିବା ସହ ଜେଲେନସ୍କି ତାହାର ପ୍ରଶଂସା ବି କରିଥିଲେ। ମୋ’ ମା’ ଏହା ଜାଣି ଖୁବ୍‌ ଖୁସି ହେଲେ।

Advertisment

ଏହି ଭିଡିଓକୁ ୟୁଜର୍ସମାନେ ଖୁବ୍‌ ଭଲ ପାଇବା ଦେବା ସହ କମେଣ୍ଟ ବି କରିଛନ୍ତି । କିଛି ଲେଖିଛନ୍ତି ଯେ, ତୁମେ ପ୍ରଧାନମନ୍ତ୍ରୀ ହୁଅ କି ସାଧାରଣ ମଣିଷ, ତୁମ ମା’ଙ୍କ ହାତ ତିଆରି ବରଫିକୁ ତୁମେ ନିଜ ସହ ରଖୁଛ । ଏହା ଭାରତୀୟଙ୍କ ଭଲ ପାଇବା ବୋଲି ସ୍ପଷ୍ଟ ହେଉଛି। ଏହା ଖୁବ୍‌ ସୁନ୍ଦର ଓ ମଜାଦାର ବୋଲି ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ।

କିଛି ଦିନ ପୂର୍ବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ବ୍ରିଟେନ ଗସ୍ତରେ ଯାଇଥିଲେ। ରୁଷ ସହ ଚାଲିଥିବା ଯୁଦ୍ଧରେ ଅସ୍ତଶସ୍ତ୍ର ସାହାଯ୍ୟ ନିମନ୍ତେ ସେ ବ୍ରିଟେନ ଗସ୍ତ କରିଥିବା ଜଣାଯାଇଛି। ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ୟୁକ୍ରେନର ଫାଇଟର ପାଇଲଟଙ୍କୁ ବ୍ରିଟେନ ତାଲିମ ଦେବ ବୋଲି ସୂଚନା ଦେଇଛି। ଫଳରେ ଖୁବ୍‌ କମ୍‌ ମାସ ମଧ୍ୟରେ ସେମାନେ F-16 ବିମାନ ଉଡ଼ାଇବାକୁ ସକ୍ଷମ ହେବେ ବୋଲି କୁହାଯାଇଛି ।

Barfi Rishi Sunak Volodymyr Zelenskyy
Advertisment
Advertisment