Advertisment

ସାମନାକୁ ଆସିଲା ଖଲିସ୍ତାନୀ ଆତଙ୍କୀ ନିଜ୍ଜରର ହତ୍ୟା ଭିଡିଓ...ସିସିଟିଭି ଫୁଟେଜ ଜାରି କଲା କାନାଡା ପୋଲିସ

ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍‌କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍‌ କରି ଅଟକାଇଥିଲେ।

Video of Khalistani terrorist Nijjar's killing

Video of Khalistani terrorist Nijjar's killing

Advertisment

ମୋଷ୍ଟ ଓ୍ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ଭିଡିଓ ସାମ୍ନାକୁ ଆସିଛି। ହତ୍ୟାର ୯ମାସ ପରେ ଭିଡିଓ ଜାରି କରିଛି କାନାଡା ପୋଲିସ। ୨୦୨୦ରେ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଗତବର୍ଷ ଜୁନ ୧୮ରେ ତାକୁ ବ୍ରିଟିଶ କଲମ୍ବିଆର ସୁରେର ଗୁରୁଦ୍ୱାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

Advertisment

କେବିସି ନେଟୱାର୍କରେ ପ୍ରସାରିତ କାନାଡାର ଅନୁସନ୍ଧାନକାରୀ ଡକ୍ୟୁମେଣ୍ଟାରୀ ସିରିଜ୍ 'ଦି ଫିଫଥ୍ ଇଷ୍ଟେଟ୍'ରୁ ଏହି ଭିଡିଓ ସଂଗ୍ରହ କରାଯାଇଛି । ଏହି ଫୁଟେଜକୁ ବାରମ୍ୱାର ଯାଞ୍ଚ କରାଯାଇଛି ବୋଲି କେବିସି ନ୍ୟୁଜ୍ ରିପୋର୍ଟ କରିଛି। ଫୁଟେଜରେ କେଉଁ ଭଳି ଭାବେ ଏହି ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା କରାଯାଇଥିଲା ତାହା ଦେଖିବାକୁ ମିଳିଛି।

ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍‌କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍‌ କରି ଅଟକାଇଥିଲେ। ପରେ ଆକ୍ରମଣକାରୀମାନେ ଆତଙ୍କବାଦୀ ନିଜ୍ଜର ଉପରେ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। କାନାଡା ପୋଲିସ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଘଟଣା ଘଟିବା ପରେ ନିକଟରେ ଥିବା ଏକ ପଡ଼ିଆରେ ଫୁଟବଲ ଖେଳୁଥିବା ଦୁଇଜଣ ବ୍ୟକ୍ତି କହିଛନ୍ତି ଯେ ଗୁଳି ବିନିମୟ ହୋଇଥିବା ସ୍ଥାନରୁ ସେମାନେ ଦୌଡ଼ିଥିଲେ ଏବଂ ଆକ୍ରମଣକାରୀଙ୍କୁ ଗୋଡ଼ାଇବାକୁ ମଧ୍ୟ ଉଦ୍ୟମ କରିଥିଲେ। ଭୁପିନ୍ଦର ସିଂ ସିଦ୍ଧୁର କହିବା ଅନୁଯାୟୀ ସେମାନେ ଦୁଇଜଣ ଯୁବକ ଦୌଡି ପଳାଇବାର ଦେଖିଛନ୍ତି। ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ନିଜ୍ଜରଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ଉଦ୍ଧାର କରିଥିଲେ। ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିଲା।

Advertisment

ଏହି ଘଟଣାକୁ ୯ମାସ ବିତିଯାଇଛି। ରୟାଲ୍ କାନାଡିୟ ମାଉଣ୍ଟେଡ୍ ପୋଲିସ୍ (ଆରସିଏମ୍ପି) ନିଜ୍ଜାର ହତ୍ୟା କିମ୍ବା ଗିରଫ ଘଟଣାରେ କୌଣସି ସନ୍ଦିଗ୍ଧଙ୍କ ନାମ ପ୍ରକାଶ ମଧ୍ୟ କରିନି। ଏହି ଖଲିସ୍ତାନୀ ଆତଙ୍କବାଦୀର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ନିଜ୍ଜର ହତ୍ୟା ପାଇଁ କାନାଡା ସରକାର ଭାରତୀୟ ଗୁପ୍ତଚର ସଂସ୍ଥାକୁ ଦାୟୀ କରିଥିଲେ। କାନାଡା ସରକାରଙ୍କ ଏହି ଅଭିଯୋଗକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହିପରି କୌଣସି ଘଟଣା ସହ କୌଣସି ସମ୍ପର୍କ ନାହିଁ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା।

CCTV Footage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ