• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ନେଉଛି ଅଜବ ନିଶା । କାହାର ନିଶା ଡେୟାର୍ ଡେଭିଲ୍ ବନିବା, କାହାର ନିଶା ଷ୍ଟଣ୍ଟ୍ ଦେଖାଇବା, ଆଉ କାହାର ନିଶା ଅଜବ ଅଜବ ଡାଏଟ୍ ପ୍ଲାନ୍ ସଂପର୍କରେ ଲୋକଙ୍କୁ ପ୍ରଭାବିତ କରି ସେଲିବ୍ରିଟି ସାଜିବା । ଋଷର ଜଣେ ଯୁବତୀ ୧୦ ବର୍ଷ ହେଲା କେବଳ କଞ୍ଚା ଫଳ ଓ ପନିପରିବା ଖାଇବା ସହିତ, ଏହା ତାଙ୍କୁ ଚିରଯୌବନ ପ୍ରଦାନ କରିବ ବୋଲି ଦାବି କରୁଥିଲେ । କିନ୍ତୁ ପରିଣତି ଓଲଟା ଓ ଅତି ଦୁଃଖଦ।

ରୁଷର ଝନ୍ନା ସାମସେନୋଭା( Zhanna Samsonova) ଜଣେ ଭେଗାନ୍ ଇନଫ୍ଲୁଏନ୍ସର ହୋଇଥିବା ବେଳେ କେବଳ କଞ୍ଚା ଫଳ ଓ ପରିବା ଖାଇବାକୁ ଲୋକଙ୍କୁ ଦେଉଥିଲେ ପରାମର୍ଶ । ଏଥିପାଇଁ ସେ ଅନେକ ଲୋକପ୍ରିୟତା ମଧ୍ୟ ସାଉଁଟିଥିଲେ । ହେଲେ ଅକାଳରେ ଯୁବତୀଙ୍କ ମୃତ୍ୟୁର କାରଣ ସାଜିଲା ଭୋକ ଓ କୁପୋଷଣ... ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସୋସିଆଲ ମିଡିଆରେ ସେ ଥିଲେ ଜଣେ ଲୋକପ୍ରିୟ ଭେଗାନ୍ ଡାଏଟ୍ ଇନଫ୍ଲୁଏନ୍ସର ।

 
 
 
 
 
 
 
 
 
 
 
 
 
 
 

A post shared by Raw food Creation by Zhanna D’art (@rawveganfoodchef)

ଆପଣ ଜାଣିଲେ ଚକିତ ହେବେ ଯେ, ଗତ ୧୦ ବର୍ଷ ହେଲା ସେ କେବଳ କଞ୍ଚାଫଳ ଓ ପନିପରିବା ଖାଉଥିବା ଦାବି କରୁଥିଲେ। ଆଉ ଲୋକଙ୍କୁ ବି ତାଙ୍କ ଭଳି ଭେଗାନ୍ ଡାଏଟ୍ ଖାଇବାକୁ ପ୍ରବର୍ତ୍ତାଉଥିଲେ । ତାଙ୍କ ଭିଡିଓର ହେଉଥିଲା ଲକ୍ଷ ଲକ୍ଷ ଭିୟୁ । ସୋସିଆଲ ମିଡିଆରେ ଥିଲେ ଅନେକ ଫଲୋଅର୍ । ହେଲେ ତାଙ୍କର ଏହି ଜିଦ୍ ହିଁ  ତାଙ୍କ ପାଇଁ ସାଜିଲା କାଳ । ୩୯ ବର୍ଷ ବୟସରେ ଅକାଳରେ ପ୍ରାଣ ହରାଇଲେ ଝନ୍ନା। ଦକ୍ଷିଣ ଏସିଆର ଏକ ମେଡିକାଲରେ ଗତ ଜୁଲାଇ ୨୧ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ, ଏଥିପାଇଁ ଅନାହାର ଓ କୁପୋଷଣକୁ ଦାୟୀ କରୁଛନ୍ତି ଡାକ୍ତର ।...

କଞ୍ଚା ଫଳ ଓ ପନିପରିବା ଖାଇ ନିଜର ଯୌବନକୁ ଅତୁଟ ରଖିବାକୁ ଚାହୁଁଥିଲେ ଝନ୍ନା । ତାଙ୍କର ମୁଖ୍ୟ ଖାଦ୍ୟ ଥିଲା- ଫଳ, ଗଜା ସୂର୍ଯ୍ୟମୁଖୀ ମଞ୍ଜି  ଓ ଜୁସ୍ । ତେବେ ୭ ବର୍ଷ ହେଲା ସେ ମୁଖ୍ୟତଃ ଡୁରିଆନ୍ ବା ପଣସ ଭଳି ଏକ ଫଳ ଖାଉଥିଲେ। ମୃତ୍ୟୁ ବେଳକୁ ସେ ଦକ୍ଷିଣ ଏସୀୟ ଟୁରରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଏତେ ବିଗିଡ଼ି ଗଲା ଯେ, ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ତାଙ୍କ ସାଙ୍ଗ ମାନେ କହିଛନ୍ତି ଯେ, ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଥିବା ବେଳେ ହିଁ ସେ ଖୁବ୍ ଦୁର୍ବଳ ଓ ରୁଗ୍ଣ ଦେଖାଯାଉଥିଲେ । ତାଙ୍କର ଗୋଡ଼ ଫୁଲିଯାଇଥିଲା ।

ତାଙ୍କୁ ଚିକିତ୍ସା ପାଇଁ ଘରକୁ ପଠାଯାଇଥିଲା, ହେଲେ ସେ ଫୁକେଟ୍ ପଳାଇଥିଲେ । ତେବେ ଝନ୍ନା ନିଜ ଫଲୋଅରଙ୍କୁ ସୋସିଆଲ ମିଡିଆରେ କହିଥିଲେ ଯେ, ମୋ ସାଙ୍ଗମାନେ ଜଙ୍କ୍ ଫୁଡ୍ ଖାଇ ନିଜ ବୟସଠୁ ଅଧିକ ବୟସ୍କ ଦେଖାଯାଉଛନ୍ତି । ହେଲେ ମୁଁ ଦିନକୁ ଦିନ ନିଜ ଶରୀର ଓ ମନରେ ପରିବର୍ତ୍ତନ ଦେଖିବାକୁ ପାଉଛି । ଏହି ନୂଆ ପରିବର୍ତ୍ତନ ମୋତେ ଭଲ ଲାଗୁଛି । ତେବେ ଝନ୍ନାଙ୍କ ମାଆ କହିଛନ୍ତି ଭିନ୍ନ କଥା । ସେ କହିଛନ୍ତି ଯେ, ହଇଜା ଭଳି ଏକ ସଂକ୍ରମଣ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାଜିଲା ।...