vaidehi dongre crowned miss india usa
ୱାଶିଂଟନ:ମିଶିଗନ୍ର ୨୫ ବର୍ଷୀୟ ବୈଦେହୀ ଡୋଙ୍ଗରେ ମିସ୍ ଇଣ୍ଡିଆ ୟୁଏସଏ-୨୦୨୧ (Miss India USA 2021) ମୁକୁଟ ଜିତିଛନ୍ତି। ୨ ନମ୍ବରରେ ରହିଛନ୍ତି ଜର୍ଜିଆର ଅର୍ଶୀ ଲାଲାନୀ। ବୈଦେହୀ ମିଶିଗନ ବିଶ୍ୱ ବିଦ୍ୟାଳୟର ସ୍ନାତକର ଛାତ୍ର। ଏଥିସହ ସେ ଏକ ବଡ କମ୍ପାନୀରେ ବିଜିନେସ ଡେଭଲପେମଣ୍ଟ ମ୍ୟାନେଜର ଭାବେ କାମ କରନ୍ତି।
ମୁକୁଟ ଜିତିବା ପରେ ବୈଦେହୀ କହିଛନ୍ତି, ମୁଁ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହିଁବି। ମହିଳାମାନଙ୍କ ଆର୍ଥିକ ସ୍ୱତନ୍ତ୍ରତା ଏବଂ ସାକ୍ଷରତା ପାଇଁ କାମ କରିବାକୁ ଚାହୁଁଛି।
ବୈଦେହୀ ଖୁବ ସୁନ୍ଦର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଥକ ନାଚନ୍ତି। ଏଥିପାଇଁ ତାଙ୍କୁ ମିସ୍ ଟାଲେଣ୍ଟଡ ପୁରସ୍କାର ମଧ୍ୟ ଦିଆଯାଇଛି।
ସେହିପରି ଲାଲାନି (୨୦) ନିଜର ଆତ୍ମବିଶ୍ୱାସ ଏବଂ ପ୍ରସ୍ତୁତିରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଲାଲାନି ବ୍ରେନ ଟ୍ୟୁମ୍ରରେ ପୀଡିତ। ସେହିପରି ଉତ୍ତର କେରୋଲିନାର ମୀରା କାସାରୀ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ପ୍ରତିଯୋଗିତା ସପ୍ତାହାନ୍ତରେ ଅୟୋଜନ କରାଯାଇଥିଲା। ମିସ୍ ୱାର୍ଲଡ ୧୯୯୭ ଡାଏନା ହେଡନ ପ୍ରତିଯୋଗିତାର ମୁଖ୍ୟ ଅତିଥି ଏବଂ ମୁଖ୍ୟ ବିଚାରପତି ଥିଲେ। ୩୦ ରାଜ୍ୟର ୬୧ ପ୍ରତିଯୋଗୀ ୩ଟି ଭିନ୍ନ ଭିନ୍ନ ପ୍ରତିଯୋଗିତା ମିସ ଇଣ୍ଡିଆ ୟୁଏସଏ, ମିସେଜ ଇଣ୍ଡିଆ ୟୁଏସଏ ଏବଂ ମିସ୍ ଟିନ୍ ଇଣ୍ଡିଆ ୟୁଏସ୍ଏରେ ଭାଗ ନେଇଥିଲେ। ଏହି ତିନି ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୁମ୍ବାଇ ଯିବା ଲାଗି ଟିକେଟ ଦିଆଯାଇଛି।
ନ୍ୟୁୟର୍କରେ ରହୁଥିବା ବିଶିଷ୍ଟ ଭାରତୀୟ ଆମେରିକୀୟ ଧର୍ମାତ୍ମା ଶରନ ଏବଂ ନିଲମ ସରନ ଦୀର୍ଘ ୪୦ ବର୍ଷ ପୂର୍ବରୁ ୱାର୍ଲଡ ପେଜେଣ୍ଟସ୍ ବ୍ୟାନରରେ ଏହି ପ୍ରତିଯୋଗିତାର ଆରମ୍ଭ କରିଥିଲେ। ମିସ୍ ଇଣ୍ଡିଆ ୟୁଏସଏ ଭାରତ ବାହାରେ ହେଉଥିବା ସବୁଠାରୁ ଦୀର୍ଘ ସମୟ ଧରି ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଟେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us