Advertisment

ମଲ୍‌ ଭିତରେ ଆଖିବୁଜା ଗୁଳିମାଡ଼, ଭୟଭୀତ ଲୋକେ

ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି।

ଅଦ୍ୟତନ ହୋଇଛି
US Shooting Incidents

US shooting incidents

Advertisment

ଆମେରିକାରେ ପୁଣି ନୀରିହ ଲୋକଙ୍କୁ ଟାର୍ଗେଟ କରି ଗୁଳିମାଡ଼ ହୋଇଛି। ୱାଶିଂଟନ ୟାକିମା ସ୍ଥିତ ମଲ୍‌ରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଦୁର୍ବୃତ୍ତ ଜଣଙ୍କ ଦୋକାନ ଭିତରକୁ ପଶି ଅତର୍କିତ ଗୁଳିମାଡ କରିଥିଲା। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୁରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ କରୁଛି।

Advertisment

ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ତେବେ ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି। ଏନେଇ ଭୟଭୀତ ହେଇପଡ଼ିଛନ୍ତି ଆମେରିକାବାସୀ।  ବିଶେଷ କରି ଆମେରିକାର ଶିଶୁମାନଙ୍କ ଭିତରେ ଅହେତୁକ ଭୟ ଦେଖା ଦେଇଛି। ସର୍ବସାଧାରଣ ସ୍ଥାନରେ ବାରମ୍ବାର ଗୁଳିମାଡ଼ ହେଉଥିବାରୁ ଆମେରିକା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ କଠୋର ବନ୍ଧୁକ ଆଇନ୍ ଲାଗୁ କରିବାକୁ ଦାବି ଜୋର ଧରିଛି।

ଅଧିକ ପଢ଼ନ୍ତୁ: ଆମେରିକାରେ ଗୁଳି ବର୍ଷା, ୯ ମୃତ

ସୂଚନାଥାଉ କି, ଗତ ୨୨ ତାରିଖରେ ଚୀନ ନୂଆବର୍ଷ ପାଳନ ବେଳେ ଲସ୍ ଆଞ୍ଜେଲସ୍‌ର ଏକ କ୍ଲବ୍‌ରେ ଆତତାୟୀ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏହାର ଦିନକ ପରେ କାଲିଫର୍ଣ୍ଣିଆର ହାଫ୍ ମୁନ୍ ବେ’ ସହରରେ ଜଣେ ଦୁର୍ବୁତ୍ତର ଗୁଳିମାଡ଼ରେ ୭ ଜଣଙ୍କ ଜୀବନ ଯାଇଥିଲା।  

Advertisment
Shooting Firing US Shooting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ