Advertisment

ଆକାଶରେ ଉଡୁଥିବା ଉଡ଼ନ୍ତା ଥାଳିଆର ବଢୁଛି ଆକାର

ଏସବୁ ସେନା ନିୟନ୍ତ୍ରଣରେ ଥିବା ତାଲିମ କ୍ଷେତ୍ରରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
US reports on UFO

US reports on UFO

Advertisment

୨୦୦୦ ମସିହା ପରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି ୟୁଏଫ୍ଓ ବା ଉଡ଼ନ୍ତା ଥାଳିଆ ଦେଖାଯିବା ଘଟଣା। ଅନ୍ଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ୍ ଅବଜେକ୍ଟ ବା ୟୁଏଫ୍ଓ ହେଉଛି ଚିହ୍ନଟ ହୋଇପାରୁନଥିବା କୌଣସି ଉଡ଼ନ୍ତା ବସ୍ତୁ। ଗତ ୨୦ ବର୍ଷ ହେଲା ୟୁଏଫ୍ଓ ଦେଖାଯିବା ଘଟଣା ବହୁମାତ୍ରାରେ ବଢ଼ିଛି ବୋଲି ରିପୋର୍ଟ ପ୍ରକାଶ କରିଛି ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍।

Advertisment

ଏସବୁ ସେନା ନିୟନ୍ତ୍ରଣରେ ଥିବା ତାଲିମ କ୍ଷେତ୍ରରେ ଦେଖିବାକୁ ମିଳିଛି। ଆପଣ ଦେଖୁଥିବା ଏହି ଭିଡିଓ ଆମେରିକୀୟ ନୌସେନା ସମୁଦ୍ର ଉପରେ ଉଡ଼ୁଥିବା ଏକ ୟୁଏଫ୍ଓର ବୋଲି କୁହାଯାଉଛି।

Advertisment

ସାଧାରଣତଃ ୟୁଏଫ୍ଓ ବା ଉଡ଼ନ୍ତା ଥାଳିଆ କହିଲେ ଏଲିଏନ୍ ଅର୍ଥାତ୍ ଅନ୍ୟ ଗ୍ରହର ଜୀବଙ୍କ ଯାନ ବୋଲି ବିବେଚନା କରାଯାଉଥିବା ବେଳେ, ଗତ ୨୦ ବର୍ଷ ହେଲା ଦେଖାଯାଇଥିବା ୟୁଏଫ୍ଓ ସହିତ ଅନ୍ୟ ଗ୍ରହର ଜୀବଙ୍କ କୌଣସି ସଂପର୍କ ଥିବା ସ୍ପଷ୍ଟ ହୋଇନାହିଁ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। 

UFO US Reports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ