Advertisment

ମିଶନ ଶେଷ, ଏବେ ଆଫଗାନିସ୍ତାନ ମିଳିତ ସରକାର ସହ ମିଶି କାମ କରିବୁ-ବାଇଡେନ

‘ମୋର ବିଶ୍ୱାସ ଏହା ସଠିକ ନିଷ୍ପତ୍ତି, ଚତୁର ନିଷ୍ପତ୍ତି ଏବଂ ଶ୍ରେଷ୍ଠ ନିଷ୍ପତ୍ତି। ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ମୁଁ ଦେଶର ଚତୁର୍ଥ ରାଷ୍ଟ୍ରପତି। ମୁଁ ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲି, ପାଳନ କରିଛି।’

US president Joe Biden speech

US president Joe Biden speech

Advertisment

ୱାଶିଂଟନ:ଧାର୍ଯ୍ୟ ସମୟର ୨୪ ଘଣ୍ଟା ପୂର୍ବରୁ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ଆମେରିକା ରାଷ୍ଟ୍ରପତି ବାଇଡେନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ବାଇଡେନ କହିଛନ୍ତି,  ମୋର ବିଶ୍ୱାସ ଏହା ସଠିକ ନିଷ୍ପତ୍ତି, ଚତୁର ନିଷ୍ପତ୍ତି ଏବଂ ଶ୍ରେଷ୍ଠ ନିଷ୍ପତ୍ତି। ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ମୁଁ ଦେଶର ଚତୁର୍ଥ ରାଷ୍ଟ୍ରପତି। ମୁଁ ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲି, ପାଳନ କରିଛି।’

Advertisment

ସେ ଆହୁରି କହିଛନ୍ତି, ‘ମୁଁ ଏଠି ସ୍ପଷ୍ଟ କରିବାକୁ ଚାହେଁ ଆମେରିକାବାସୀ କାହାର କ୍ଷତି ଚାହାନ୍ତି ନାହିଁ। ଯିଏ ଆମ ବିରୋଧରେ, ସହଯୋଗୀଙ୍କ ବିରୋଧରେ ଲାଗିବ ଛାଡ଼ିବୁ ନାହିଁ। ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ, ଭୁଲିବୁ ନାହିଁ, ପ୍ରତିଶୋଧ ନେବୁ। ଆଫଗାନିସ୍ତାନ ସମେତ ଅନ୍ୟ ଦେଶରେ ଆତଙ୍କବାଦ ବିରୋଧରେ ଲଢ଼ିବୁ। ଆଫଗାନିସ୍ତାନ ଛାଡ଼ିବା ସାଧାରଣ ନାଗରିକଙ୍କ ସର୍ବସମ୍ମତ ନିଷ୍ପତ୍ତି। ସାମରିକ ପରାମର୍ଶଦାତା ଓ ଆଫଗାନିସ୍ତାନରେ ମୁତୟନ କମାଣ୍ଡରଙ୍କ ନିଷ୍ପତ୍ତି।’

Advertisment

ସେ କହିଥିଲେ, ‘ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବା ମୋର ଇଚ୍ଛାଧିନ ନିଷ୍ପତ୍ତି ନ ଥିଲା। ପୂର୍ବତନ ରାଷ୍ଟ୍ରପତି ମେ’ ୧ ସୁଦ୍ଧା ଛାଡ଼ିବା ନେଇ ତାଲିବାନ ସହ ଚୁକ୍ତି କରିଥିଲେ। ଆଫଗାନିସ୍ତାନରେ ଯୁଦ୍ଧ ଆମର ଲକ୍ଷ୍ୟ ନ ଥିଲା; ସେବା ଥିଲା ମୂଳ ଲକ୍ଷ୍ୟ। ଇତିହାସରେ ଆମେରିକା ବ୍ୟତୀତ ଆଉ କୌଣସି ରାଷ୍ଟ୍ର ଏହା କରି ନାହାନ୍ତି । ଆମେ ୨୦ ବର୍ଷ ଯାଏ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିଲୁ। ଆମେ ଯାହା କରିଛୁ, ଆଉ କେହି କରିପାରି ନ ଥାନ୍ତେ। ତାଲିବାନଙ୍କ ଉପସ୍ଥିତିରେ ଆମେ ଲୋକଙ୍କୁ ଉଦ୍ଧାର କରିଛୁ।’ ସେ ଦାବି କରିଛନ୍ତି, ଆମେ ପ୍ରାୟ ଏକ ଲକ୍ଷ ୨୫ ହଜାର ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିଛୁ।’

ବାଇଡେନ ତାଲିବାନ ଶାସକଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ଆମେ ଆଫଗାନର ସରକାର ସହ ମିଶି କାମ କରିବୁ। ଏବେ ତାଲିବାନ ହାତରେ ଆଫଗାନିସ୍ତାନର କ୍ଷମତା। ଆଫଗାନିସ୍ତାନର ମାଟି ଆମ ବିରୋଧରେ କିମ୍ବା ଅନ୍ୟ କୌଣସି ଦେଶ ବିରୋଧରେ  ଆତଙ୍କବାଦ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ’

Advertisment

ଜୋ ବାଇଡେନ କହିଥିଲେ, ‘ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଆମେ ପ୍ରଚୁର ଅର୍ଥ ଖର୍ଚ୍ଚ କଲୁ। ଏହି ଅର୍ଥ ନିଜ ଦେଶର ଉନ୍ନତି ପାଇଁ ଆମେ ଖର୍ଚ୍ଚ କରିପାରିଥାନ୍ତୁ। ଏହାର ପରିଣାମ ଆମେ ଭୋଗୁଛୁ। ଆମେ ବହୁତ ସଂଘର୍ଷ କଲୁ। ଅନେକ ସମସ୍ୟାକୁ ସାମ୍ନା କଲୁ। ଏହା ନିଶ୍ଚିତ ଭାବେ ଆମ ପାଇଁ କଷ୍ଟ ଦାୟକ ଥିଲା। ଆମେରିକାରେ ପ୍ରତିଦିନ ଶତାଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ସେମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ଭବିଷ୍ୟତ ଯେପିର ଅଧିକ ସୁରକ୍ଷିତ ହେବ ସେ ଦିଗରେ ଆମର ପ୍ରୟାସ ଜାରି ରହିବ। ଏବେ ଆମେରିକାର ମିଶନ ଶେଷ ହୋଇଛି।’

Afghanistan US President Joe Biden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ