US Man Painful Surgerie
ଯୁବକମାନେ ସାଧାରଣତଃ ସେମାନଙ୍କ ଉଚ୍ଚତା ବଢ଼ାଇବା ଉପରେ ବିଶେଷ ଧ୍ୟାନ ଦେଇଥା’ନ୍ତି । ଅନେକ ଯୁବକ ନିଜର ସୁସ୍ଥ ଶାରୀରିକ ଜୀବନ ଗଠନ କରିବାକୁ ବହୁ ଚେଷ୍ଟା ମଧ୍ୟ କରନ୍ତି । ସେନାରେ ସମିଲ ହେବାକୁ ଅନେକ ଯୁବକ ଶାରୀରିକ ପରିଶ୍ରମ କରିବା ସହ ଉଚ୍ଚତା ବଢ଼ାଇବାକୁ ଚେଷ୍ଟା କରିଥିବା ଆପଣ ନିହାତି ଜାଣିଥିବେ । ହେଲେ ଜଣେ ଯୁବକଙ୍କ ଉଚ୍ଚତା ଛୋଟଥିବାରୁ ଗର୍ଲଫ୍ରେଣ୍ଡ ପାଇବା ପାଇଁ ସେ ଅପରେସନ ହୋଇ ତାଙ୍କ ଉଚ୍ଚତା ବଢ଼ାଇଥିବା ଖବର କେବେ ଶୁଣିନଥିବେ ।
ହଁ, ଯୁବକ ଜଣକ ଗର୍ଲଫ୍ରେଣ୍ଡ ପାଇବା ପାଇଁ ନିଜର ଅପରେସନ କରାଇଛନ୍ତି । ନିଜର ଉଚ୍ଚତା ୫ ଇଞ୍ଚ ବଢ଼ାଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ୧.୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଦିଆଯାଇଥିବା ସୂଚନା ଅନୁସାରେ ୪୧ ବର୍ଷୀୟ ମୋସେସ୍ ଗିବସନ୍ଙ୍କ ଉଚ୍ଚତା ୫ଫୁଟ୍ ୫ ଇଞ୍ଚ ରହିଥିଲା । ତେଣୁ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ସେ ଡେଟିଂ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କୌଣସି ଯୁବତୀ ମିଳୁନଥିଲେ । ତେଣୁ ତାଙ୍କ ଉଚ୍ଚତା ବଢ଼ାଇବାକୁ ସେ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ସେ ଅପରେସନ୍ ହୋଇ ନିଜର ଉଚ୍ଚତା ବଢ଼ାଇଛନ୍ତି ।
USର ଏହି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ନିଜେ ଗିବସନ୍ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମତେ ଅଧିକାଂଶ ସମୟରେ ଏହି କାରଣରୁ ଆଦୌ ଭଲ ଲାଗୁନଥିଲା । କୌଣସି ଯୁବତୀଙ୍କ ସହ ମୋର ଡେଟିଂ ହୋଇପାରୁନଥିଲା । ଟିକିଏ ଉଚ୍ଚତା ବଢ଼ାଇବାକୁ ମୁଁ ବହୁତ ଚେଷ୍ଟା କରିଥିଲି । ଡାକ୍ତରମାନଙ୍କ ସହ କଥା ହେବା ସହ ନିଜର ଉଚ୍ଚତା ବଢ଼ାଇବାକୁ ଔଷଧ ସେବନ କରିଥିଲି । ହେଲେ କିଛି ସୁଫଳ ନମିଳିବାରୁ ଅସ୍ତ୍ରୋପଚାର କରିବାକୁ ସ୍ଥିର କରିଥିଲି ।
ଅସ୍ତ୍ରୋପଚାର କରିବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ସଫ୍ଟୱେୟାର ଇଞ୍ଜିନିୟର ଏବଂ ଉବର ଡ୍ରାଇଭର ଭାବରେ କାର୍ଯ୍ୟ କରି ତିନି ବର୍ଷ ମଧ୍ୟରେ ଅସ୍ତ୍ରୋପଚାର ପାଇଁ ୭୫୦୦୦ ଡଲାର ସଞ୍ଚୟ କରିବା ପରେ ସେ ଦୁଇ ଦୁଇଥର ଅପରେସନ କରାଇ ନିଜର ଉଚ୍ଚତା ୫ ଇଞ୍ଚ ବଢ଼ାଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୩ ଇଞ୍ଚ ଉଚ୍ଚତା ବଢ଼ାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨ ଇଞ୍ଚ ବଢ଼ାଇଛନ୍ତି ୪୧ ବର୍ଷୀୟ ମୋସେସ୍ ଗିବସନ୍ । ବର୍ତ୍ତମାନ ଗିବସନ୍ଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681561777.jpg)