Advertisment

US–India Trade Clash: ଆମେରିକା କରିଥିଲା ଟାରିଫ ମାଡ଼,ଭାରତ କରିବ ପାଲଟା ଆକ୍ରମଣ

୩୦ ଜୁଲାଇରେ, ଆମେରିକା ଏକ ନିର୍ଦ୍ଦେଶ ଜାରି କରି କହିଥିଲା ​​ଯେ $୮୦୦ ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ ନିୟମକୁ ଉଚ୍ଛେଦ କରାଯାଇଛି। ଏପରି ପରିସ୍ଥିତିରେ, ୨୯ ଅଗଷ୍ଟରୁ, ଆମେରିକାକୁ ଯାଉଥିବା ସମସ୍ତ ଆନ୍ତର୍ଜାତୀୟ ଡାକ ସାମଗ୍ରୀ, ସିଏ ଯାହାକି ହେଉ, ସବୁ ଉପରେ ସୀମା ଶୁଳ୍କ ଲାଗୁ ହେବ।

usa

usa

Advertisment

ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତାରେ ବିରକ୍ତ ହୋଇଯାଇଥିଲା ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଦିଦେଇଥିଲ। ହେଲେ ଏବେ ଆସିଛି ଭାରତର ପ୍ରତିଶୋଧର ସମୟ। ଭାରତ ଏଥିପାଇଁ ଏକ ବଡ଼ ପଦକ୍ଷେପ ନେଇ ୨୫ ଅଗଷ୍ଟରୁ ଆମେରିକା ପାଇଁ ସମସ୍ତ ଡାକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଘୋଷଣା କରିଛି ।

Advertisment

୩୦ ଜୁଲାଇରେ, ଆମେରିକା ଏକ ନିର୍ଦ୍ଦେଶ ଜାରି କରି କହିଥିଲା ​​ଯେ $୮୦୦ ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ ନିୟମକୁ ଉଚ୍ଛେଦ କରାଯାଇଛି। ଏପରି ପରିସ୍ଥିତିରେ, ୨୯ ଅଗଷ୍ଟରୁ, ଆମେରିକାକୁ ଯାଉଥିବା ସମସ୍ତ ଆନ୍ତର୍ଜାତୀୟ ଡାକ ସାମଗ୍ରୀ, ସିଏ ଯାହାକି ହେଉ, ସବୁ ଉପରେ ସୀମା ଶୁଳ୍କ ଲାଗୁ ହେବ। ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଆମେରିକା କଷ୍ଟମ୍ସ ଦ୍ୱାରା ଅନୁମୋଦିତ ଡାକ ସାମଗ୍ରୀ ପଠାଉଥିବା କମ୍ପାନୀଗୁଡ଼ିକୁ ଏହି ଶୁଳ୍କ ଜମା କରିବାକୁ ପଡିବ। ତଥାପି, ଏହି କମ୍ପାନୀ ଗୁଡ଼ିକ କିଏ ହେବେ ଏବଂ ସେମାନଙ୍କୁ କିପରି ଶୁଳ୍କ ଜମା କରିବାକୁ ପଡିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତେଣୁ ନୂତନ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି, ଆମେରିକା ଯାଉଥିବା ବିମାନ କମ୍ପାନୀଗୁଡ଼ିକ ମଧ୍ୟ ଅଗଷ୍ଟ 25 ତାରିଖରୁ ଡାକ ସାମଗ୍ରୀ ବହନ କରିବାକୁ ମନା କରିଦେଇଛନ୍ତି। ଏହା ସହିତ, ଡାକ ବିଭାଗ ମଧ୍ୟ ଆମେରିକାକୁ ବୁକିଂ ବନ୍ଦ କରିଦେଇଛି। ଡାକ ବିଭାଗ ଶନିବାର ଏକ ବିବୃତ୍ତିରେ ଘୋଷଣା କରିଛି ଯେ ଏହି ମାସ ଶେଷ ଭାଗରେ କାର୍ଯ୍ୟକାରୀ ହେଉଥିବା ଆମେରିକାର କଷ୍ଟମ୍ ନିୟମରେ ପରିବର୍ତ୍ତନ ଯୋଗୁଁ 25 ଅଗଷ୍ଟରୁ ଯୁକ୍ତରାଷ୍ଟ୍ରକୁ ସମସ୍ତ ଡାକ ସେବା ଅସ୍ଥାୟୀ ଭାବରେ ସ୍ଥଗିତ ରହିବ। ତେବେ ଏହି ନିୟମ ପରେ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେବେ।

Advertisment
India Donald Trump USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ