Advertisment

ପ୍ରଭାବିତ ହେବ ଭାରତ ରପ୍ତାନୀ ଶିଳ୍ପ ! ଆଜିଠୁ ଲାଗିବ ୫୦% ଟାରିଫ୍

ଆମେରିକାର ୫୦ ପ୍ରତିଶତ ଟାରିଫ ଯୋଗୁ ଭାରତର ରପ୍ତାନୀ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଋଷ ଠାରୁ ତେଲ କିଣିବା ହେତୁ ଭାରତ ଉପରେ ଏଭଳି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

America Tariff

America Tariff

Advertisment

ଆଜିଠୁ ଭାରତ ଉପରେ ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କକୁ ମିଶାଇ ମୋଟ୍ ୫୦ ପ୍ରତିଶତ ଟାରିଫ୍ । ଆମେରିକା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ଟ୍ରମ୍ପ ପ୍ରଶାସନ । ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିଲେ ଟ୍ରମ୍ପ । ଏହାପରେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗିବା ପରେ କିଛି ଭାରତୀୟ ଉତ୍ପାଦ ଉପରେ ଏବେ ଶୁଳ୍କ ୫୦ ପ୍ରତିଶତରେ ପହଞ୍ଚିଛି ।

Advertisment

ଆମେରିକାର ୫୦ ପ୍ରତିଶତ ଟାରିଫ ଯୋଗୁ ଭାରତର ରପ୍ତାନୀ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଋଷ ଠାରୁ ତେଲ କିଣିବା ହେତୁ ଭାରତ ଉପରେ ଏଭଳି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପଟେ ଗତକାଲି ଏହି ପ୍ରସଙ୍ଗରେ ଭାରତର ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।

ପିଏମ୍ଓରେ ଅନୁଷ୍ଠିତ ବୈଠକରେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥ ଓ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀମାନେ ସାମିଲ ହୋଇଥିଲେ।... ତେବେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଦେଶର ହିତ ସର୍ବୋପରି। ଭାରତ ସରକାର କାହାର ଆର୍ଥିକ ସ୍ବାର୍ଥ ରାଜନୀତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ଏହାକୁ ସାମ୍ନା କରିବା ପାଇଁ ନିଜର ଶକ୍ତିବୃଦ୍ଧି ସହ ବିକଳ୍ପ ରାସ୍ତା ବାହାର କରିବ ଭାରତ।...

Advertisment
US America Trade Tariff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ