Advertisment

ଆମେରିକା ଟାର୍ଗେଟରେ ଆତଙ୍କୀ ଆଡ୍ଡା: ଇରାକ ଓ ସିରିୟାରେ ଏୟାର ଷ୍ଟ୍ରାଇକ୍

ଆତଙ୍କୀ ଆଡ୍ଡା ଉପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଯଦି କେହି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ ଆମେ ଚୁପ୍ ବସିବୁ ନାହିଁ ବୋଲି ବାଇଡେନ୍ କହିଛନ୍ତି।

ଅଦ୍ୟତନ ହୋଇଛି
 US Air Strikes

US Air Strikes

Advertisment

ଜୋର୍ଡାନରେ ସୈନ୍ୟ ଶିବିରରେ ଡ୍ରୋନ୍ ଆକ୍ରମଣର ବଦଲା ନେଲା ଆମେରିକା। ଇରାକ ଓ ସିରିୟାରେ ଥିବା ଇରାନ ସମର୍ଥିତ ଆତଙ୍କୀ ଆଡ୍ଡା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍। ସିରିଆ ସୀମାବର୍ତ୍ତୀ ଜୋର୍ଡାନରେ ଥିବା ଆମେରିକା ସୈନ୍ୟ ଶିବିର ଉପରେ ଡ୍ରୋନ ଆକ୍ରମଣ ପରେ ଆମେରିକା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏକି ଆକ୍ରମଣରେ ସିରିଆର ୧୮ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି।

Advertisment

ଗତ ରବିବାର ଜୋର୍ଡାନରେ ଆମେରିକାର ସୈନ୍ୟ ଶିବିର ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏଥିରେ ଆମେରିକାର ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ। ଏଥିଲାଗି ଚରମ ପରିଣତି ଭୋଗିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ ଚେତାବନୀ ଦେଇଥିଲେ। ଏବେ ଆତଙ୍କୀ ଆଡ୍ଡା ଉପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଯଦି କେହି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ ଆମେ ଚୁପ୍ ବସିବୁ ନାହିଁ ବୋଲି ବାଇଡେନ୍ କହିଛନ୍ତି।

ଆମେରିକା ସେନା ରକେଟ, ମିସାଇଲ, ଡ୍ରୋନ ଓ ଗୋଳାବାରୁଦ ଆଦି ବ୍ୟବହାର କରି ଆକ୍ରମଣ କରିଛି। ଆମେରିକା ୮୫ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି। ଯେଉଁଥିରେ ସିରିଆର ୪ଟି ଓ ଇରାକର ୩ଟି ଠିକଣା ରହିଛି। ଆମେରିକାର ଯୁଦ୍ଧ ବିମାନ ମଧ୍ୟ ସିରିଆ-ଇରାକ ସୀମା ନିକଟ ଅଲ-ବୁକାମାଲ ସହରର ଅଲ-ହିଜାମ ଅଞ୍ଚଳ ତଥା ଶିଳ୍ପାଞ୍ଚଳକୁ ଟାର୍ଗେଟ କରିଛି। ମୋଟାମୋଟି ଭାବେ, ଯୁଦ୍ଧ ବିମାନଗୁଡ଼ିକ ଅଲ-ମାୟାଦେନ ଉପରେ ତିନି ରାଉଣ୍ଡ ଏବଂ ଅଲ-ବୁକାମାଲ ଉପରେ ଗୋଟିଏ ରାଉଣ୍ଡ ଏୟାର ଷ୍ଟ୍ରାଇକ କରିଛି।

Advertisment

ଆମେରିକାର ଏୟାର ଷ୍ଟ୍ରାଇକକୁ ଇରାକ୍ କଡ଼ା ନିନ୍ଦା କରିଛି। ଇରାକ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷଙ୍କ ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ​​ଯେତେବେଳେ ଇରାକ ଏହି ଅଞ୍ଚଳରେ ସ୍ଥିରତା ଆଣିବାକୁ ଚେଷ୍ଟା କରୁଥିଲା। ମୁଖପାତ୍ର ଏହି ଆକ୍ରମଣକୁ ଇରାକର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛନ୍ତି।

Joe Biden Syria Airstrike Iraq Base
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ