Elon Musk
ଆମେରିକୀୟ ବାୟୁସେନା ଏଲନ ମସ୍କଙ୍କ ସ୍ପେସଏକ୍ସ ସହ ପ୍ରସ୍ତାବିତ ପ୍ରକଳ୍ପରୁ ଓହରିଯାଇଛି । ଜନଷ୍ଟନ୍ ଆଟଲ ଦ୍ୱୀପରେ ହାଇପରସୋନିକ ରକେଟ କାର୍ଗୋ ଡେଲିଭେରୀ ଟେଷ୍ଟ କରାଯାଇଥାଆନ୍ତା । ଏହା ପରିବେଶଗତ ଚିନ୍ତା ବିଶେଷ କରି ସେହି ସ୍ଥାନରେ ରହୁଥିବା ସାମୁଦ୍ରିକ ପକ୍ଷୀଙ୍କ ଉପରେ କୁପ୍ରଭାବ ଥିବାରୁ ଏହାକୁ ସ୍ଥଗିତ କରାଯାଇଥିବା କୁହାଯାଇଛି ।
ଏହାକୁ ପରିବେଶ ବିଶେଷଜ୍ଞ ଓ ବିଭିନ୍ନ ସଂଗଠନ ବିରୋଧ କରିଥିଲେ । ହାୱାଇଠାରୁ ପ୍ରାୟ ୧୩ ଶହ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପରେ ବହୁ ସାମୁଦ୍ରିକ ପକ୍ଷୀ ବାସ କରନ୍ତି । ଏହି ପରୀକ୍ଷଣ ହେଲେ ଏହା ଏହି ସାମୁଦ୍ରିକ ପକ୍ଷୀଙ୍କୁ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏହି କ୍ଷତିର ମୂଲ୍ୟାଙ୍କନ କରାଯାଉଥିବା ଆମେରିକାର ବାୟୁସେନା ପକ୍ଷରୁ କୁହାଯାଇଛି । ବାୟୁସେନା ଏଥିପାଇଁ ଏକ ବିକଳ୍ପ ସ୍ଥାନ ଖୋଜୁଥିବାର ଦର୍ଶାଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୃଥିବୀର କୌଣସି ସ୍ଥାନରେ ୯୦ ମିନିଟ୍ ଭିତରେ ୧୦୦ ଟନ୍ କାର୍ଗୋ ଡେଲିଭେରୀ ହୋଇପାରିବ । ଏହା ମିଲିଟାରୀ କ୍ଷେତ୍ରରେ ଏକ ବଡ଼ ଅଗ୍ରଗତି ଥିଲା ବୋଲି କୁହାଯାଇପାରିବ । ଏହି ଦ୍ୱୀପରେ ରକେଟ ରି-ଏଣ୍ଟ୍ରୀ ଭେଇକିଲ ଲ୍ୟାଣ୍ଡିଂ ଟେଷ୍ଟ କରାଯାଥାଆନ୍ତା । ବିଭିନ୍ନ ଦେଶକୁ ମିଲିଟାରୀ ଲଜିଷ୍ଟିକ୍ସ ପଠାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହି ଦ୍ୱୀପକୁ କମର୍ସିଆଲ୍ ରକେଟ୍ ପାଇଁ ବ୍ୟବହାର କରାଯାଇଥାଆନ୍ତା ।
ଶବ୍ଦ, ଆଲୋକ ଓ ପରିବେଶ ପାଇଁ ଅତି ସମ୍ୱେଦନଶୀଳ ଥିବା ଏହି ଦ୍ୱୀପରେ ଏପରି ପରୀକ୍ଷଣକୁ ବିରୋଧ କରିଥିଲା ଆମେରିକୀୟ ପକ୍ଷୀ ସଂରକ୍ଷଣ ସଂଗଠନ (American Bird Conservancy) । ଏହାଦ୍ୱାରା ପକ୍ଷୀଙ୍କ ବାସସ୍ଥାନ ଓ ଜୀବନ ଚକ୍ର ପ୍ରଭାବିତ ହେବ ବୋଲି ସଂଗଠନ ଯୁକ୍ତି ଦର୍ଶାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Elon_Musk_1752058114.jpg)