Set On Fire
ୱାଶିଂଟନ୍ରେ ଥିବା ଇସ୍ରାଏଲ୍ ଦୂତାବାସ ବାହାରେ ନିଜ ଦେହରେ ନିଆଁ ଲଗାଇଦେଲେ ଯବାନ। ଆମେରିକାର ବାୟୁସେନାରେ କାର୍ଯ୍ୟରତ ଥିବା ଜଣେ ଯବାନ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ସେ ଗାଜାରେ ଚାଲିଥିବା ନରସଂହାରକୁ ବିରୋଧ କରୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ଅଗ୍ନିଶମ ବିଭାଗ ଏନେଇ ସୋସିଆଲ ମିଡିଆ Xରେ ଏକ ପୋଷ୍ଟ କରିଛି। ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଇସ୍ରାଏଲ ଦୂତାବାସ ସାମନାରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଥିବା ଖବର ମିଳିଥିଲା। ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଗୁଇନ୍ଦା ସଂସ୍ଥାର ଅଧିକାରୀ, ଆମେରିକାର ରାଜନୈତିକ ନେତା, ରାଜ୍ୟର ପ୍ରମୁଖ ବ୍ୟକ୍ତି ଓ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ ଓ ନିଆଁଲିଭା କାମ ସରିଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ୟକ୍ତି ଜଣକ ବାୟୁସେନାର ଜଣେ ସକ୍ରିୟ ସଦସ୍ୟ ହୋଇଥିବା ବାୟୁସେନା ମୁଖପାତ୍ର AFPକୁ ସୂଚନା ଦେଇଛନ୍ତି। ଇସ୍ରାଏଲର ଦୂତାବାସ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ସେ ସେହି ବ୍ୟକ୍ତିଙ୍କୁ ଜାଣି ନାହାନ୍ତି।
ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣକ ଏହାର ଲାଇଭଷ୍ଟ୍ରିମ କରିଥିଲେ। ପ୍ରଥମେ ନିଜ ଦେହରେ ପେଟ୍ରୋଲ ଢାଳିଥିଲେ। ଏହା ପରେ ସେ ନରସଂହାରରେ ସାମିଲ ହେବେନାହିଁ ବୋଲି କହିଥିଲେ। ଏହା ପରେ ସେ "ପାଲେଷ୍ଟାଇନକୁ ମୁକ୍ତ କର!" ଚିତ୍କାର କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଶରୀରରେ ନିଆଁ ଲାଗିଯିବା ପରେ ସେ ତଳେ ପଡିଯାଇଥିଲେ।
ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ ବିରୋଧ କରି ସାରା ଆମେରିକାରେ ବିରୋଧ ବଢୁଥିବା ଏହି ଘଟଣାରୁ ସାମନାକୁ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708923643.jpg)