/odishatv-khabar/media/post_attachments/uploadimage/library/16_9/16_9_0/Shooting_1681701249.jpg)
Shooting
ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି । ଜଣ ଜଣ କରି ୪ ଜଣ ଟଳିପଡ଼ିଲେ । ଆମେରିକାର ଅଲବାମାରେ ଜନ୍ମଦିନ ପାର୍ଟିରେ ହୋଇଥିବା ଗୁଳି ବିନିମୟରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଗୁଳିମାଡ଼ ହୋଇଥିବା ବିଲ୍ଡିଂ ପାଖରେ ପୋଲିସ୍ ଏବେ ପଇଁତରା ମାରୁଛି ।
ଶନିବାର ରାତିର ଘଟଣା
ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ତଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି , ଅନେକ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ କିଶୋର । ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ, ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ ସାଢ଼େ ୧୦ଟାରେ ଜଣେ କିଶୋରଙ୍କ ଜନ୍ମଦିନ ପାର୍ଟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ଅଲବାମାରେ ଜଣେ କିଶୋରଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରାଯାଇଥିଲା । ପାର୍ଟିରେ ପ୍ରାୟ ୫୦ ଜଣ ଉପସ୍ଥିତ ଥିଲେ । ସେତିକିବେଳେ ହଠାତ୍ ଲୋକଙ୍କ ଉପରକୁ ଅତର୍କିତ ଭାବରେ ଗୁଳିମାଡ଼ ହୋଇଥିଲା । ବେଶ କିଛି ସମୟ ଧରି ଚାଲିଥିବା ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ସୁରକ୍ଷା ଏଜେନ୍ସି ଅନୁସାରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେବେ କିଏ କରିଥିଲା, ଉଦ୍ଦେଶ୍ୟ କ’ଣ ଥିଲା, ଅଭିଯୁକ୍ତ ଧରାପଡ଼ିଛି କି ନାହିଁ, ସେ ବିଷୟରେ କିଛି ବି ସୂଚନା ଦିଆଯାଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)