Advertisment

ଯୁଦ୍ଧ ଆଶଙ୍କା ! ଜାତିସଂଘ ସୁରକ୍ଷା ପରିଷଦର ଘନ ଘନ ବୈଠକ, ଶାନ୍ତି ଚାହୁଁଛି କହିଲା ୟୁକ୍ରେନ୍‌

ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍‌ ।

United nation

United nation

Advertisment

ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ତୀବ୍ର ହେଉଛି । ଆଉ ଏହାକୁ ନେଇ ଜାତିସଂଘ ସାଧାରଣ ପରିଷଦରେ ଜୋରଦାର ଆଲୋଚନା ହୋଇଛି । ହେଲେ ଏହି ଆଲୋଚନାରେ ଶାନ୍ତି ସପକ୍ଷରେ ମତ ରଖିଛନ୍ତି ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ । ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍‌ । ୟୁରୋପରେ ହେବାକୁ ଥିବା ବିଭୀଷିକାକୁ ବର୍ତ୍ତମାନର ମୁକ୍ତ ବିଶ୍ୱ ମିଳିମିଶି ଦୂରେଇ ଦେବା ଦରକାର ।

Advertisment

ତେବେ ସବୁଠାରୁ ବଡ଼ କଥା ହେଲା ୟୁକ୍ରେନ ସଙ୍କଟ ନେଇ ମିଳିତ ଜାତିସଂଘର ପୁଣି ଜରୁରୀ ବୈଠକ ବସିଛି । ୩ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ରୁଷିଆର ମିଲିଟାରୀ ଅପରେସନ ଘୋଷଣା ପରେ ଏହି ବୈଠକ ହୋଇଛି ।

ସେପଟେ ୪୦ ନିୟୁତ ୟୁକ୍ରେନ୍‌ବାସୀ ଶାନ୍ତି ଓ ମୈତ୍ରୀ ଚାହୁଁଥିବା ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ ୟୁରୋପରେ ସେମାନେ ହିଁ ସବୁଠୁ ନିରାପତ୍ତା ସଙ୍କଟ ମଧ୍ୟରେ ଥିବା କହିଛନ୍ତି ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ । ରୁଷର ମନମାନି ପାଇଁ ଏବେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ୟୁକ୍ରେନ ଉପରେ ରୁଷିଆ କରୁଥିବା ଦାବି ଭିତ୍ତିହୀନ ବୋଲି ସେ କହିଛନ୍ତି । ୟୁକ୍ରେନ୍ କେବେ ବି କାହା ଉପରେ ଆକ୍ରମଣ କରିବା କଥା କହିନାହିଁ । କିମ୍ବା ସାମରିକ ପଦକ୍ଷେପ ନେବାକୁ କୌଣସି ଯୋଜନା ମଧ୍ୟ କରିନି । ସେହିଭଳି ଉସୁକାଇବା କିମ୍ବା ଷଡ଼ଯନ୍ତ୍ର ଭଳି କୌଣସି କାର୍ଯ୍ୟ ୟୁକ୍ରେନ୍ କରି ନାହିଁ ବୋଲି ଜାତିସଂଘ ସାଧାରଣ ପରିଷଦରେ ନିଜ ପକ୍ଷ ରଖିଛିି ୟୁକ୍ରେନ୍ ।

Advertisment

ସେପଟେ ୟୁକ୍ରେନ ବିବାଦ ଥମିବାର ନା ଧରୁନି । ଦିନକୁ ଦିନ ଉଗ୍ରରୂପ ନେଉଛି । ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି । ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି। ଆମେରିକା ପୁତିନଙ୍କ ଏହି ପଦକ୍ଷେପକୁ ଜୋରଦାର ବିରୋଧ କରିବା ସହ ଋଷିଆ ଓ ଦୁଇ ପ୍ରଦେଶ ବିରୁଦ୍ଧରେ ଆର୍ଥିକ କଟକଣା ଘୋଷଣା କରିଛି। ଅନ୍ୟପକ୍ଷରେ ଯୁଦ୍ଧ ଆଶଙ୍କା ଭିତରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନସେବା ଆରମ୍ଭ କରିଦେଇଛି।

Russia America Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ