Advertisment

ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସାରା ବିଶ୍ୱ ଏକାଠି ହୁଅ: ଜାତିସଂଘ

ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଫଗାନିସ୍ତାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ।

ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସାରା ବିଶ୍ୱ ଏକାଠି ହୁଅ: ଜାତିସଂଘ

File image of UN secretary general Antonio Guterres. AP

Advertisment

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ। ଆଫଗାନିସ୍ତାନ ସଙ୍କଟ ଉପରେ ଉଦବେଗ ପ୍ରକାଶ କରି ଏଭଳି ଆହ୍ବାନ ଦେଇଛନ୍ତି ଜାତିସଂଘ ମହାସଚିବ। ଆଣ୍ଟୋନିଓ ଗୁଟେରସ୍  ଆଜି ବସିଥିବା ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱ ସମୂହକୁ ଆହ୍ବାନ ଦେଇ ମହାସଚିବ କହିଛନ୍ତି, ଆଫଗାନିସ୍ତାନ ଯେପରି ଆତଙ୍କବାଦର ପେଣ୍ଠସ୍ଥଳୀ ପାଲଟିନଯିବ ସେଥିପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ। ଆଫଗାନିସ୍ତାନରେ ବର୍ତ୍ତମାନ ଯାହା ଚାଲିଛି ତାକୁ ଅଣଦେଖା କରିହେବନାହିଁ। ତାଲିବାନ କବଜା ପରେ ଆଫଗାନିସ୍ତାନବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି। 

Advertisment

ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଫଗାନିସ୍ତାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ। ତାଲିବାନର ଆଫଗାନୀସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି। ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି ନୂଆଦିଲ୍ଲୀ। ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛି ବିଦେଶ ମନ୍ତ୍ରାଳୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ।

ସେ କହିଛନ୍ତି- ଆଫଗାନୀସ୍ତାରେ ରହୁଥିବା ଶିଖ୍ ଓ ହିନ୍ଦୁ ସମୁଦାୟ ପ୍ରତିନିଧିଙ୍କ ସହ ମନ୍ତ୍ରାଳୟ ଯୋଗାଯୋଗରେ ରହିଛି। ଯେଉଁମାନେ ଆଫଗାନୀସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ବିଭିନ୍ନ ସମୟରେ ନୂଆ ନୂଆ ପରାମର୍ଶ ଜାରି କରାଯାଉଛି। କାବୁଲ୍ ଏୟାରପୋର୍ଟରେ ବିମାନ ସେବା ହଠାତ୍ ବନ୍ଦ ହେବା ପରେ ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନରେ ସମସ୍ୟା ସୃଷ୍ଟି ହୋଇଛି। ଯେତେଶୀଘ୍ର ବିମାନସେବା ଆରମ୍ଭ ହେବ, ତୁରନ୍ତ ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ବୋଲି ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି। 

Advertisment
Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ