ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷୀୟ ସେନାର ଆମାନବୀୟ କାଣ୍ଡ ସାମନାକୁ ଆସିଛି। ରୋଗୀଣା ମାଆ ପାଇଁ ଝିଅ ଔଷଧ ଖୋଜୁଥିବା ବେଳେ ଋଷ ସେନାର ହାବୁଡ଼ରେ ପଡ଼ି ଜୀବନ ଯାଇଛି। କେବଳ ସେତିକି ନୁହେଁ ରୋଗିଣା ମାଙ୍କ ସହ ଜଣେ କାର ଡ୍ରାଇଭରଙ୍କ ବି ମୃତ୍ୟୁ ହୋଇଛି।
ତେବେ ଯୁଦ୍ଧ ସମୟରେ ତାଙ୍କ ମା ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନଆସିବାରୁ ମେଡିସିନ୍ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା। ତେବେ ଏଭଳି ସ୍ଥିତିରେ କାର୍ରେ ତାଙ୍କୁ ମାଙ୍କୁ ନେଇ ମେଡିସିନ କିଣିବା ପାଇଁ ଯାଇଥିଲେ। ଔଶଧ କିଣିବା ପରେ ଦେଶ ଛାଡି ଚାଲିଯିବାକୁ ସ୍ଥିର କରିଥିଲେ। କିନ୍ତୁ ସମୟ କିଛି ଅଲଗା ଲେଖିଥିଲା। ପଶ୍ଚିମ ସୀମାନ୍ତ ଆଡ଼କୁ ଗାଡ଼ି ଚଳାଇଥିଲେ। ଏତିକିବେଳେ ଋଷ ସେନା ଆସୁଥିବାରୁ ବେକ୍ର ଲଗାଇଥିଲେ କିନ୍ତୁ ଋଷ ସେନା ତାଙ୍କ ଉପରେ ତୋପମାଡ଼ ସହ ଗୁଳିମାଡ଼ କରିଥିଲେ। ଋଷ ସେନାର ଅତର୍କିତ ଆକ୍ରମଣରେ ଭାଲେରିଆଙ୍କ ସମେତ ତାଙ୍କ ମାଆ ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ନେଇ ଡେଲି ମେଲ୍ ରିପୋର୍ଟ କହିଛି।
ଗତ ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଯୁଦ୍ଧ ଘୋଷଣା କରିଥିଲା ଋଷ। ଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ତମ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକରେ ଲଗାତାର ରକେଟ୍ ବର୍ଷା ହେଉଛି । ଋଷୀୟ ସୈନିକ ଏବଂ ୟୁକ୍ରେନୀୟମାନଙ୍କ ମଧ୍ୟରେ ଏକ ଗରିଲା ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଶହ ଶହ ନୀରିହ ଜନତାଙ୍କ ଜୀବନ ଗଲାଣି । ବଡ଼ ବଡ଼ ଅଟ୍ଟାଳିକା ଗୁଡ଼ିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଲୁଚି ରହିଛନ୍ତି ।