Advertisment

କମୁଛି ପୁଟିନ ସେନାର ଦବଦବା: ଋଷ ସୀମାରେ ପହଞ୍ଚିଲେ ୟୁକ୍ରେନ୍ ଆର୍ମି

ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।

undefined

Russian Troop

Advertisment

ଦୁର୍ବଳ ହେବାରେ ଲାଗିଛି କି ରୁଷ ସେନା? ସେମାନଙ୍କ ଉପରେ ଭାରି ପଡ଼ୁଛି କି ୟୁକ୍ରେନ୍ ଆର୍ମି? ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ୟୁକ୍ରେନ୍‌ର ପୂର୍ବଭାଗରୁ ଧିରେ ଧିରେ ରୁଷ ସେନାର ଦବଦବା ହ୍ରାସ ପାଇବାରେ ଲାଗିଛି। ଫଳରେ କିଭ୍‌ରୁ ବାହାରି ଏକ ସେନା ଦଳ ରୁଷ ସୀମାରେ ମଧ୍ୟ ପହଞ୍ଚିବାରେ ସଫଳ ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦୋମିର୍ ଜେଲେନସ୍କିଙ୍କୁ ୟୁକ୍ରେନୀୟ ସୈନ୍ୟଙ୍କ ବାର୍ତ୍ତା ଦେଇଛନ୍ତି- ମିଷ୍ଟର୍ ପ୍ରେସିଡେଣ୍ଟ୍, ଆମେ ଏହା କରି ଦେଖାଇଲୁ। ଯୁଦ୍ଧ ଭିତରେ ରୁଷ ସୀମାରେ ପହଞ୍ଚିବାରେ ସଫଳ ହେବା ପରେ ଏହି ଭିଡିଓ ଛାଡ଼ିଛନ୍ତି ୟୁକ୍ରେନ୍ ଆର୍ମିର ଏହି ଯବାନମାନେ। 

Advertisment

ଏହି ଭିଡିଓ ସୂଚାଉଛି ଯେ, ୟୁକ୍ରେନ୍‌ର ପୂର୍ବଭାଗରୁ ରୁଷୀୟ ସୈନ୍ୟଙ୍କ ଦବଦବା କମିବାରେ ଲାଗିଛି। ଦୁର୍ବଳ ହେବାରେ ଲାଗିଛି ପୁତିନ ସେନା। ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।

Ukrainian troopsA screenshot from the video sent by Ukrainian troops to President Volodymyr Zelensky. Kharkiv's regional governor confirmed that Ukrainian troops have reached the border with Russia.
Advertisment

ତେଣେ କୃଷ୍ଣ ସାଗରର ସ୍ନେକ୍ ଆଇଲ୍ୟାଣ୍ଡକୁ ରୁଷୀୟ ସେନା କବଳରୁ ମୁକ୍ତ କରିବା ପାଇଁ ଆକ୍ରମଣ ଜାରି ରଖିଛି ୟୁକ୍ରେନ୍। ଏୟାଫୋର୍ସ ପୂର୍ବରୁ ସ୍ନେକ୍ ଆଇଲ୍ୟାଣ୍ଡ୍ ନିକଟରେ ୨ଟି ରୁଷୀୟ ପାଟ୍ରୋଲିଂ ବୋଟ୍ ଉପରେ ଡ୍ରୋନ୍ ଆକ୍ରମଣ ଭିଡିଓ ଭାଇରାଲ୍ ହୋଇଥିବା ବେଳେ, ଏବେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ  ଯେଉଁଥିରେ ୟୁକ୍ରେନ୍ ବାୟୁସେନାର ୨ଟି ସୁଖୋଇ-27 ଫାଇଟର୍ ଜେଟ୍ ରୁଷୀୟ ସେନା ଶିବିର ଉପରେ ବୋମା ମାଡ଼ କରୁଛି।

 ଏହି ଦୃଶ୍ୟକୁ TB-2 ଡ୍ରୋନ୍ ସାହାଯ୍ୟରେ ରେକର୍ଡ କରାଯାଇଛି। ତେଣେ ରୁଷ ବାୟୁସେନାକୁ କିନ୍ତୁ ବଡ଼ ଝଟ୍‌କା ଲାଗିଛି। ୟୁକ୍ରେନ୍‌ର ଏକ ନଦୀ ପାରି ହେବାକୁ ଚେଷ୍ଟା କରିବା ସମୟରେ ୭ଟି ରୁଷୀୟ ଡ୍ରୋନ୍, ୨ଟି କ୍ରୁଜ୍ ମିଜାଇଲ୍ ଏବଂ ଗୋଟିଏ ଲେଖାଏଁ KA-52 ହେଲିକପ୍ଟର ଓ MI-28 ଚପର୍ ଧ୍ୱଂସ କରିତିବା ଦାବି କରିଛି ୟୁକ୍ରେନ୍ ସେନା।

Advertisment

 ଏଭିତରେ ଆଉ ଏକ ଖବର ହେଉଛି ଯେ, ରୁଷ ସେନା ବିରୋଧରେ ନିଜ କୌଶଳ ପ୍ରୟୋଗ କରିବା ପାଇଁ ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି ୟୁକ୍ରେନ୍‌ର ଅଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ସୁଟର୍ କ୍ରିଷ୍ଟିନା ଦିମିତ୍ରେଙ୍କୋ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ