Advertisment

ରୁଷ୍‌ ବିରେଧରେ ୟୁକ୍ରେନ୍‌ର ବଡ଼ ଅସ୍ତ୍ର ସାଜିବ ୟୁରୋପ

ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା।

Ukrine War

Ukrine War

Advertisment

ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ୟୁକ୍ରେନ୍‌ର ଆବେଦନକୁ ମଞ୍ଜୁରୀ। ୟୁରୋପୀୟ ସଂସଦରେ ୟୁକ୍ରେନ୍ ଆବେଦନକୁ ମଞ୍ଜୁରୀ ପରେ ସଦସ୍ୟତା ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଏଥିପାଇଁ ଆବେଦନ କରିଥିବା ବେଳେ, ଆଜି  ୟୁରୋପୀୟ ସଂସଦକୁ ଭିଡିଓ କନ୍ଫରେନ୍ସ ଯୋଗେ ସମ୍ବୋଧନ କରିଥିଲେ।

Advertisment

ସେ କହିଛନ୍ତି ଯେ, ଋଷୀୟ ଆକ୍ରମଣ ସତ୍ତ୍ୱେ ୟୁକ୍ରେନୀୟ ମାନେ ନିଜ ଦେଶ ଓ ନିଜ ସ୍ୱାଧୀନତା ପାଇଁ ଲଢ଼ୁଛନ୍ତି। ଆମେ ଆମର ଶକ୍ତି ପ୍ରମାଣିତ କରିଛୁ।  ତେଣୁ ୟୁରୋପୀୟ ସଂଘ ମଧ୍ୟ ପ୍ରମାଣ ଦେଉ ଯେ, ସେ ୟୁକ୍ରେନ ସହିତ ରହିଛି ଓ ଆଗକୁ ବି ରହିବ। ତାଙ୍କ ଅଭିଭାଷଣ ପରେ ତାଙ୍କୁ ସମ୍ମାନ ଜଣାଇ ୟୁରୋପୀୟ ସଂସଦରେ ସଦସ୍ୟ ରାଷ୍ଟ୍ର ସଭ୍ୟମାନେ ଠିଆ ହୋଇ କରତାଳି ଦେଇଥିଲେ।

ସେହିପରି ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷ ବିରୋଧରେ ଆମେରିକାର ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା। ମାର୍ଚ୍ଚ ୭ ସୁଦ୍ଧା ନ୍ୟୁୟର୍କ ଛାଡ଼ି ପଳାଇବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜାତିସଂଘରେ ରୁଷର ସ୍ଥାୟୀ ପ୍ରତିନିଧି ବାସିଲି ନେବେଜିଆ ସୂଚନା ଦେଇଛନ୍ତି।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ