Advertisment

ୟୁକ୍ରେନର ସମସ୍ତ କ୍ଷତି ଭରଣା କରିବେ ପୁଟିନ୍‌ ସରକାର

ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା

ଅଦ୍ୟତନ ହୋଇଛି
Russia Ukraine Crisis

Russia Ukraine Crisis

Advertisment

ୟୁକ୍ରେନ-ଋଷିଆ ଯୁଦ୍ଧରେ ଧ୍ୱଂସ ହେଲାଣି ୟୁକ୍ରେନର ବଡ଼ ବଡ଼ ସହର । ୟୁକ୍ରେନରେ ଏବେ ଚାରିଆଡ଼େ ଯୁଦ୍ଧ ବିଭୀଷିକାର ହୃଦୟଥରା ଚିତ୍ର । ଋଷ ସୈନ୍ୟଙ୍କ ଆକ୍ରମଣରେ ଶହଶହ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଲକ୍ଷଲକ୍ଷ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଆଉ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ୟୁକ୍ରେନର ଯାହା ବି କ୍ଷତି ହେବ ତାହା ଋଷ୍‌ ହିଁ ପୂରଣ କରିବ। ଯାହାକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା। ସତରେ କଣ ୟୁକ୍ରେନର କ୍ଷତି ବହନ କରିପାରିବ ଋଷ?

Advertisment

ଫେବୃଆରୀ ୨୪ରୁ ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଋଷିଆ ରାଷ୍ଟ୍ରପତି କାହାରି କଥାରେ ହୁଙ୍କୁନାହାନ୍ତି ସେପଟେ ଜେଲେନସ୍କି ମଧ୍ୟ ହାର ମାନୁନାହାନ୍ତି । ଆଉ ଏହାରି ମଧ୍ୟରେ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିନେଉଛନ୍ତି ଋଷ ସୈନ୍ୟ । ବର୍ତ୍ତମାନ ସ୍ଥିତିରେ କେହି କାହାରିକୁ ଛାଡିବାକୁ ନାରାଜ୍‌ । ଅହରହ ଗୁଳି-ମିଜାଇଲ ମାଡ ଚାଲିଛି । ଋଷର ସୈନ୍ୟଙ୍କୁ କଡ଼ା ଜବାବ ଦେଉଛନ୍ତି ୟୁକ୍ରେନ ସୈନ୍ୟ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରକୁ ଏକାକି ସାମ୍ନା କରୁଛି ୟୁକ୍ରେନ ସେନା।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ ହଜାର ଋଷ ସୈନ୍ୟଙ୍କୁ ୟୁକ୍ରେନ ସୈନ୍ୟ ନିହତ କରିଥିବା ନେଇ ସୂଚନା ମିଳିଛି । ସେପଟେ ଋଷର ମଧ୍ୟ କମ୍‌ କ୍ଷତି ହୋଇନି । ଋଷ୍‌ର ୩୦ ଫାଇଟର୍ ଜେଟ୍, ୩୧ଟି ହେଲିକପ୍ଟର, ୨୧୭ ଟ୍ୟାଙ୍କ ଆଉ ୯ଶହ AFV କୁ ଧ୍ୱଂସ କରିସାରିଲାଣି ୟୁକ୍ରେନ ସୈନ୍ୟ । କେବଳ ସେତିକି ନୁହେଁ, ୪୨ଟି MLRS, ୧୧ଟି ଆଣ୍ଟି ଏୟାର ଡିଫେନ୍ସ, ୩୭୪ ଅଟୋ ମୋବାଇଲ ଟେକନିକସ୍‌ ବି, ଧ୍ୱଂସ କରିଥିବା ଜେଲେନସ୍କିଙ୍କ ଦାବି କରିଛି । ୨ ଥର ଉଭୟ ଦେଶ ମଧ୍ୟରେ ଆଲୋଚନା ହେଲାଣି କିନ୍ତୁ ସମାଧାନର କୌଣସି ରାସ୍ତା ଫିଟୁନି

Advertisment

। ନିଷ୍କର୍ସ ନବାହାରିବା ଯାଏଁ, ୟୁକ୍ରେନ୍‌ ମିଲିଟାରୀ ଫୋର୍ସ ଉପରେ, ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଋଷର ଆକ୍ରମଣରେ ୟୁକ୍ରେନ ସେନାର ମନବଳ ଭାଙ୍ଗିନି । ରଣକ୍ଷେତ୍ରକୁ ନଛାଡ଼ି ଋଷ ସୈନ୍ୟଙ୍କୁ ଦେଉଛନ୍ତି ମୁହଁତୋଡ଼ ଜବାବ । ଆଉ ଏହାରି ମଧ୍ୟରେ ୟୁକ୍ରେନର ସବୁ କ୍ଷତି ଋଷ ବହନ କରିବ ବୋଲି ଜେଲେନସ୍କି କହିଛନ୍ତି ।

Russia-Ukraine Conflict Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ