Russia Ukraine war
କୌଣସି ପରିସ୍ଥିତିରେ ବି ରୁଷ୍ ପାଖରେ ଆତ୍ମସମର୍ପଣ କରିବାକୁ ୟୁକ୍ରେନ ରାଜି ନୁହଁ। ମାରିଅପୋଲ୍ରେ ଆତ୍ମସମର୍ପଣ କରିବା ଲାଗି ରୋକଠୋକ୍ ମନା କରିଛି ୟୁକ୍ରେନ। ଆତ୍ମସମର୍ପଣ କରି ମାନବିକ କରିଡରରେ ଚାଲିଯିବା ଲାଗି ରୁଷ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ୟୁକ୍ରେନ ସେନା ପ୍ରତ୍ୟାଖ୍ୟାନ କରିଛି। ଏହାସହ ରୁଷ୍ ସେନାର ଚେତାବନୀକୁ ମଧ୍ୟ ୟୁକ୍ରେନ ସେନା ଠୋକର ଦେଇଛି।
ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ଉପପ୍ରଧାନମନ୍ତ୍ରୀ କହିଛନ୍ତି ଏହାସହ ଏନେଇ ରୁଷ ସେନା ସହ କୌଣସି ଆଲୋଚନା ହେବନି ବୋଲି ସେ କହିଛନ୍ତି। ୟୁକ୍ରେନର ପ୍ରତ୍ୟାଖ୍ୟାନ ପରେ ରୁଷ ପକ୍ଷରୁ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରର ବଡ଼ ବଡ଼ ବ୍ରିଜ୍ ଉପରେ ରକେଟ୍ ମାଡ଼ କରିଛି ରୁଷ୍।
ଏହାସହ ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍। ସେପଟେ ରୁଷ୍ ଓ ୟୁକ୍ରେନର ଯୁଦ୍ଧ ଭିତରେ ଆସନ୍ତା ୨୫ ତାରିଖରେ ପୋଲାଣ୍ଡ ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରିବା ନେଇ ପୋଲାଣ୍ଡ ସହ ଆଲୋଚନା କରିବେ। ବାଇଡେନ୍ ସହଯୋଗୀ ରାଷ୍ଟ୍ରଙ୍କ ସହ ମିଶି ସହାୟତା ପହଞ୍ଚାଇବା ନେଇ ଆଲୋଚନା କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647839383.jpg)