Advertisment

ଜଟିଳ ହେଉଛି ୟୁକ୍ରେନ ଯୁଦ୍ଧ ସ୍ଥିତି : ଉଗ୍ର ରୂପ ଦେଖାଉଛନ୍ତି ପୁଟିନ,ଆକ୍ରମଣକୁ ନିନ୍ଦା କଲା ଜାତିସଂଘ

ବିପର୍ଯ୍ୟୟ ପରେ ଆପଣାଇଲେ ବିକଳ୍ପ ରାସ୍ତା, ଆକ୍ରମଣକୁ ନିନ୍ଦା କଲେ ଜାତିସଂଘ ମହାସଚିବ

ଅଦ୍ୟତନ ହୋଇଛି
Russia Ukraine Crisis

US slams ‘utter brutality’ of Russian attacks

Advertisment

ଜଟିଳ ହେଉଛି ୟୁକ୍ରେନ ଯୁଦ୍ଧ ସ୍ଥିତି । ଗଲା ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭ ପରଠାରୁ ପୁଟିନ ଦେଖାଇଛନ୍ତି ତାଙ୍କର ଉଗ୍ର ରୂପ । ଖାସ୍ କରି ଖାରକିଭ୍ ଓ ଖେରସନରେ ଋଷ ସେନାର ବିପର୍ଯ୍ୟୟ ପରେ ବିକଳ୍ପ ରାସ୍ତା ଆପଣେଇଛନ୍ତି ପୁଟିନ୍ । ଆକାଶ ମାର୍ଗରୁ ୟୁକ୍ରେନ ରାଜଧାନୀ କିଭ୍ ଉପରେ ଘନ ଘନ ଆକ୍ରମଣ କରିଛି ଋଷ ସେନା । ୟୁରୋପୀୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୟୁକ୍ରେନ ସେନା ସ୍ଥଳ ଯୁଦ୍ଧରେ ଋଷ ସୈନ୍ୟଙ୍କ ଉପରେ ଭରି ପଡିବା ପରେ ପୁଟିନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣର ସହାୟତା ନେଇଛନ୍ତି । ସେହିପରି ଆକ୍ରମଣ ଏତେ ପ୍ରଚଣ୍ଡ ଯେ, ତାହା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏହା ଆରମ୍ଭ ମାତ୍ର, ଏହାକୁ ଆହୁରି ଜୋରଦାର ଆକ୍ରମଣ କରାଯିବ ବୋଲି ରାଷ୍ଟ୍ରପତି ପୁଟିନ୍ ଧମକ ଦେବା ପରେ ସ୍ଥିତି ଆହୁରି ସଂଗୀନ ହୋଇପଡିଛି ।

Advertisment

ୟୁକ୍ରେନ ରାଜଧାନୀ କିଭ୍ ଉପରେ କରାଯାଇଥିବା ପ୍ରଚଣ୍ଡ କ୍ଷେପଣାସ୍ତ୍ର ଆକ୍ରମଣକୁ ଯଥାର୍ଥ କହିଛନ୍ତି ରାଷ୍ଟ୍ରପତି ପୁଟିନ୍ । ୟୁକ୍ରେନ ସେନା ଋଷର ଭିତ୍ତିଭୂମି ଓ ପାଇପ୍ଲାଇନକୁ ଟାର୍ଗେଟ କରିଥିବା ସୁରକ୍ଷା ପରିଷଦ ବୈଠକରେ ସେ ଅଭିଯୋଗ କରିଛନ୍ତି । କର୍ଚ୍ଚ ବ୍ରିଜ୍ ଆକ୍ରମଣ ଆତଙ୍କବାଦୀ କାର୍ଯ୍ୟ ବୋଲି ପୁଟିନ୍ ଦୋହରାଇଛନ୍ତି । ତେବେ ଆଗକୁ ଏଭଳି ଆକ୍ରମଣ ହେଲେ ତାହାର ସାଂଘାତିକ ଦୁସ୍ପରିଣାମ ଭୋଗିବାକୁ ପଡିବ ବୋଲି ସେ ଚେତାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ୟୁକ୍ରେନ୍‌ ପାଇଁ ଢାଲ ସାଜିବ ଆମେରିକା

କ୍ରିମିଆକୁ ସଂଯୋଗ କରୁଥିବା ବ୍ରିଜକୁ ଟ୍ରକ୍ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଦେଖିବାକୁ ମିଳିଥିଲା ପୁଟିନଙ୍କ ଆକ୍ରୋଶ । କିଭ୍ ସମେତ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ଋଷ ସେନା ୮୪ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା । କିଗରେ ବ୍ୟାପକ କ୍ଷତି ହେବା ସହ ୧୭ ଜଣଙ୍କ ଜୀବନ ଯାଇଛି ଶତାଧିକ ଆହତ ହୋଇଛନ୍ତି ।

Advertisment

ଜାତିସଂଘ ସାଧାରଣ ପରିଷଦ ଜରୁରୀ ବୈଠକରେ ଋଷିଆକୁ ଆତଙ୍କବାଦୀ ଦେଶ ଭାବେ ବର୍ଣ୍ଣନା କରିଛି ୟୁକ୍ରେନ୍ । ଋଷିଆର ବର୍ବର ଆକ୍ରମଣ ରୋକିବାକୁ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର ବୋଲି କହିଥିଲେ ୟୁକ୍ରେନ ପ୍ରତିନିଧି । ସେହିପରି ଋଷିଆର ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ।

ଋଷିଆ ଅଯଥାରେ ପରିସ୍ଥିତିକୁ ଜଟିଳ କରୁଛି ବୋଲି ସେ କହିଛନ୍ତି । ଏପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୁତିନଙ୍କ କ୍ଷେପଣାସ୍ତ୍ର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ପୁଟିନଙ୍କ ବେଆଇନ ଯୁଦ୍ଧର ଏହା ଚରମ ବର୍ବରତା ବୋଲି କହିଛନ୍ତି ବାଇଡେନ୍ ।

Advertisment
Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ