/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647759146.jpg)
Russia Ukrain War
ଆଜିକୁ ମିଶାଇ ୨୫ ଦିନରେ ପହଞ୍ଚିଛି ରୁଷିଆ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ। ୟୁକ୍ରେନୀୟ ଅସ୍ତ୍ରଭଣ୍ଡାରକୁ ହାଇପର୍ସୋନିକ୍ ମିଜାଇଲ୍ କିଂଝଲ୍ ନିକ୍ଷେପ କରି ଧ୍ୱଂସ କରିଛି ଋଷ। ଏମିତିକି ଗୋଟିଏ ରାତିକ ଭିତରେ ୬୯ଟି ସେନା ଭିତ୍ତିଭୂମି ଧ୍ୱଂସ କରିଥିବା ଦାବି କରିଛି ମସ୍କୋ। ଦକ୍ଷିଣରେ ଥିବା ମାଇକୋଲେଭ୍ ସହରର ଏକ ସେନା ଘାଟିରେ ଘନଘନ ବୋମାମାଡ଼ରେ ୫୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ତେଣେ ୟୁକ୍ରେନ୍ର ବିଭିନ୍ନ ସହରର ଧ୍ୱସ୍ତବିଧ୍ୱସ୍ତ କୋଠା ଭିତରୁ ଚାଲିଛି ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟ। ସେପଟେ ୨୫ ଦିନର ଏହି ଯୁଦ୍ଧରେ ୮୪୭ ଜଣ ୟୁକ୍ରେନିୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁଏନ୍ ହ୍ୟୁମାନ ରାଇଟ୍ ଅଫିସ। ଏହି ଯୁଦ୍ଧରେ ୧ ହଜାର ୩୯୯ ଜଣ ନାଗିରକ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଥିବା କହିଛି OCHHR । ଅଧିକାଂଶ ଲୋକଙ୍କ ମୃତ୍ୟୁ ମିଜାଇଲ ଆକ୍ରମଣରେ ହୋଇଥିବା କହିଛି ୟୁାନଇଟେଡ୍ ନେସନର ମାନବିକାଧିକାର କାର୍ଯ୍ୟାଳୟ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)