Advertisment

ବ୍ରିଟେନରେ ବଦଳିଯିବ କି କ୍ଷମତା? ନୂଆ ଇତିହାସ ରଚିପାରେ ଲେବର୍ ପାର୍ଟି

ବ୍ରିଟେନ ସରକାରରୁ ଗାଦିଚ୍ୟୁତ ହୋଇପାରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି। ଆଜି ଭୋଟ୍ ଗଣତି ଚାଲି ଥିବାବେଳେ ସୁନକଙ୍କୁ ପଛରେ ପକାଇ ବହୁ ଆଗରେ ଅଛନ୍ତି ଲେବର ପାର୍ଟିର କୀର ଷ୍ଟାରମେର୍।

ଅଦ୍ୟତନ ହୋଇଛି
UK election 2024

Rishi Sunak

Advertisment

ବ୍ରିଟେନରେ ବଦଳିଯିବ କି ସତ୍ତା? ନୂଆ ଇତିହାସ ରଚିବ କି ଲେବର୍ ପାର୍ଟି? ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନ୍ତଜାର୍ତୀୟ ଗଣମାଧ୍ୟମରେ ଆସିଥିବା ଏକଜିଟ୍ ପୋଲରେ ଲେବର୍ ପାର୍ଟି ଦେଢ଼ ଦଶନ୍ଧି ପରେ ପୁଣି କ୍ଷମତାକୁ ଫେରୁଥିବା ଆଭାସ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଆସିଲା ଚିନ୍ତାଜନକ ତଥ୍ୟ; ବିଶ୍ୱର ଏକ ତୃତୀୟାଂଶ ବାଲ୍ୟ ବିବାହ ଭାରତରେ

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟାଇ କୀର ଷ୍ଟାରମେର୍ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟର୍ଲାଣ୍ଡର ୬୫୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଛି। ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ସୁନକ ଶେଷ ମୁହୂର୍ତ୍ତରେ ଲେବର ଦଳର ସମ୍ଭାବ୍ୟ ସଂଖ୍ୟାଗରିଷ୍ଠତା ରୋକିବାକୁ ମତଦାତାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ଉପରେ ଅଧିକ ଟିକସ ବୋଝ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ଲେବର୍ ପାର୍ଟିକୁ ଭୋଟ୍ ମିଳିଥିବା କୁହାଯାଉଛି।

Advertisment

ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ କୀର ଷ୍ଟାରମେରଙ୍କଠୁ ବହୁ ପଛରେ ରହି ଯାଇଛନ୍ତି। ଯଦି ଏଗଜିଟ୍ ପୋଲ୍ ଅନୁସାରେ ଫଳାଫଳ ଆସେ, ତେବେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟାଇ କୀର ଷ୍ଟାରମେର୍ ନୂଆ ପ୍ରଧାନମନ୍ତ୍ରୀ ହେବେ।

UK Elections Rishi Sunak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ