• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜିମକୁ ଆସୁଥିବା ଲୋକଙ୍କ ନିକଟରୁ ଚୋରି । ଆଉ ସେହି ଚୋରି ପଇସାରେ ବଞ୍ଚୁଥିଲେ ଲକଜୁରିୟସ ଲାଇଫ୍ । ୟୁକେର ବ୍ରୋମଲେ ସହରରୁ ଏପରି ଘଟଣା ସାମ୍ନାକୁ ଆସିଛି । ପ୍ରେମୀ ଯୁଗଳ, ଜିମ ଲକରରୁ ଚୋରି କରି ଲକଜୁରୀ ଲାଇଫ ବଞ୍ଚୁଥିଲେ । ୩୯ ବର୍ଷ ବୟସ୍କ ଆଶଲେ ସିଂ ଓ ତାଙ୍କର ମହିଳା ବନ୍ଧୁ ସୋଫି ବ୍ରୁନେ ଏପରି କାରନାମା କରିଛନ୍ତି ।

ଜିମକୁ ଆସୁଥିବା ଲୋକଙ୍କ ପାଖରୁ ବ୍ୟାଙ୍କ କାର୍ଡ ଏବଂ ସିମ୍ କାର୍ଡ ଚୋରି କରି ସେହି ପଇସାରେ ଅୟସ କରୁଥିଲେ । ଗତ ଏକ ବର୍ଷ ମଧ୍ୟରେ ଏହି ଲଭବାର୍ଡ ୧୮ ଜଣଙ୍କୁ ଟାର୍ଗେଟ କରିଥିଲେ । ଚୋରି କରିଥିବା ସାମଗ୍ରୀ ମଧ୍ୟରେ ଅଧିକ ସଂଖ୍ୟକ କ୍ରେଡିଟ କାର୍ଡ ଥିବା ଜଣା ପଡ଼ିଛି ।

ପୋଲିସ ପକ୍ଷରୁ କୁହା ଯାଇଛି ଯେ, କ୍ରେଡିଟ କାର୍ଡକୁ ବ୍ୟବହାର କରି ଏହି ଦମ୍ପତ୍ତି ବିଭିନ୍ନ ପ୍ରକାର ମହଙ୍ଗା ସାମଗ୍ରୀ କିଣୁଥିଲେ । କ୍ରେଡିଟ କାର୍ଡକୁ ବ୍ୟବହାର କରି ସେମାନେ ବ୍ୟାଗ, ଜୋତା ଏବଂ କୁକୁର ଛୁଆ ମଧ୍ୟ କିଣିଥିଲେ । ପରେ ନିଜର ଏକ ହଲିଡେ ପ୍ୟାକେଜ ପ୍ଲାନ ମଧ୍ୟ କରିଥିଲେ । ଅନ୍ୟପଟେ ସିମ ମଧ୍ୟ ଚୋରି କରି ନେଇଥିବାରୁ ପୀଡିତମାନେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିନଥିଲେ । ଫଳରେ ବହୁ ଚାପ ଓ ଆର୍ଥିକ କ୍ଷତି ସହିଥିଲେ ବୋଲି ପୋଲିସ କହିଛି ।

ଲିସାମରେ ଅବସ୍ଥିତ ଏକ ପୋଲିସ ଟିମ୍ ସିସିଟିଭିରେ ଏହି ପ୍ରେମୀ ଯୁଗଳଙ୍କ ଉପରେ ନଜର ରଖିଥିଲେ । ପରେ ଫୋନ, କାର୍ ଏବଂ ଚେହେରାକୁ ଦେଖି ଏପରି ଘଟଣା ସମ୍ପର୍କରେ ଅନୁମାନ ଲଗାଇ ପାରିଥିଲେ । କିଛିଦିନ ପୋଲିସ ଟିମ ଉଭୟଙ୍କ ପିଛା କରିବା ପରେ ଘଟଣାର ପର୍ଦ୍ଦଫାଶ ହୋଇଥିଲା ।

ଗତ ବର୍ଷ ଜାନୁଆରୀ ୨୭ ରେ ଦମ୍ପତ୍ତିଙ୍କୁ ଗିରଫ କରିଥିଲା ପୋଲିସ । ୨,୦୦୦ ୟୁରୋର ଦାମୀ ସାମଗ୍ରୀ ନେଇ ପ୍ୟାରିସ ଫେରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ ଉଭୟ । ଲଣ୍ତନରେ ଚୋରିର ପରିମାଣ ବହୁ ବଢ଼ି ଯାଇଛି । ନାଗରିକମାନେ ଲଗାତାର ଭାବେ ବୃଦ୍ଧି ପାଉଥିବା ଚୋରିକୁ ନେଇ ଚିନ୍ତିତ ରହୁଛନ୍ତି । ଆର୍ଥିକ ପରିସ୍ଥିତି ବିଗିଡ଼ି ଯାଉଛି । ଏଣୁ ଏହି ଦମ୍ପତ୍ତିଙ୍କୁ ଧରିବା ନିହାତି ଆବଶ୍ୟକ ଥିଲା ବୋଲି ମାମଲାର ଅନୁସନ୍ଧାନ କରୁଥିବା ଜୈନେକ ପୋଲିସ ଅଧିକାରୀ କହିଛନ୍ତି ।

ଦମ୍ପତ୍ତିଙ୍କୁ ଧରିବା ପରେ ତାଙ୍କର ଏପରି ଆୟର ଉତ୍ସକୁ ପ୍ରଥମେ ବ୍ୟାନ କରାଯିବ ଓ ପରେ ପୀଡିତଙ୍କୁ କ୍ଷତିପୂରଣ ଦେବାକୁ ଚେଷ୍ଟା କରାଯିବ ବୋଲି ପୋଲିସ ଅଫିସର କହିଛନ୍ତି । ବର୍ଷେ ମଧ୍ୟରେ ପ୍ରାୟ ୧୮ ଜଣ ଲୋକଙ୍କୁ ଟାର୍ଗେଟ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।