Two Helicopters Collide Mid-Air In Australia
ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା। ଆକାଶରେ ମୁହାଁମୁହିଁ ହେଲେ ହେଲିକପ୍ଟର। ଏଭଳି କିଛି ଘଟଣା ଘଟିଛି, ଅଷ୍ଟ୍ରେଲିଆ କ୍ୱୁଇନସଲାଣ୍ଡ ସମୁଦ୍ରକୂଳରେ। ଦୁଇଟି ହେଲିକପ୍ଟର ସମୁଦ୍ରରୁ କିଛି ଫୁଟ୍ ଉଡ଼ିବା ବେଳେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ପାଖରେ ଥିବା ଅନ୍ୟ ଏକ ହେଲିକପ୍ଟର ସହାୟତା ପାଇଁ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।
ୱିଣ୍ଡସ୍କ୍ରିନ୍ରେ ତ୍ରୁଟି ପରେ ଗୋଟିଏ ହେଲିକପ୍ଟର ଅନ୍ୟ ହେଲିକପ୍ଟର ସହ ମାଡ଼ ହୋଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି, ୬ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
ଘଟଣା ପରେ ରେସ୍କ୍ୟୁ ଅପରେସନ୍କୁ ଜୋରଦାର କରାଯାଇଛି। ବିଶେଷ ଭାବେ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଅନ୍ୟତ୍ର ନିଆଯାଇଛି। ପୁରା ଘଟଣାରେ ଏବେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672651112.jpg)