Advertisment

ଚକିତ କଲା ଭଳି ଘଟଣା; ଗୁଗଲ୍‌ ଉପରେ ଲାଗିଲା ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା

ବିଶ୍ୱର ମୋଟ ସମ୍ପତ୍ତି ଠାରୁ ବି ଅଧିକ ଜୋରିମାନା । ଏମିତି ଜୋରିମାନା ଲାଗିଛି ଗୁଗଲ୍‌ ଉପରେ । ଜୋରିମାନାର ପରିମାଣକୁ ଆପଣ ସହଜରେ ବି ଗଣି ପାରିବେନି ।

Russia Fines Google

Russia Fines Google

Advertisment

ଆଶ୍ଚର୍ଯ୍ୟ...ଅଦ୍ଭୂତ ଘଟଣା...ବିଶ୍ୱର ଜିଡିପି ଠାରୁ ଅଧିକ...ବିଶ୍ୱର ମୋଟ ସମ୍ପତ୍ତି ଠାରୁ ବି ଅଧିକ ଜୋରିମାନା । ଏମିତି ଜୋରିମାନା ଲାଗିଛି ଗୁଗଲ୍‌ ଉପରେ । ଜୋରିମାନାର ପରିମାଣକୁ ଆପଣ ସହଜରେ ବି ଗଣି ପାରିବେନି ।

Advertisment

ପ୍ରାୟ ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜୋରିମାନା ଲାଗିଛି । ଯାହା ୨୦ ଡିସିଲିୟନ ଡଲାର ସହ ମଧ୍ୟ ସମାନ। ରୁଷ ପକ୍ଷରୁ ଗୁଗଲ ଉପରେ ଏହି ଅଦ୍ଭୂତ ପୂର୍ବ ପରିମାଣର ଜୋରିମାନା ଲଗା ଯାଇଛି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି । ତେବେ ସବୁଠୁ ବଡ଼ ପ୍ରଶ୍ନ ଗୁଗଲ୍‌ ଉପରେ ଏତେ ପରିମାଣର ଜୋରିମାନା ଲାଗିଲା କାହିଁକି ? ଏମିତି କଣ କଲା ଯେ ଗୁଗଲ୍‌ ଯାହାଫଳରେ ଏତେ ପରିମାଣର ଜୋରିମାନ ଲାଗିଲା ? ଆସନ୍ତୁ ଜାଣିବା...

କୁହାଯାଉଛି ଯେ, ଜୋରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଏହି ଜୋରିମାନା ଲାଗୁ କରାଯାଇଛି । ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ସମ୍ପର୍କରେ ରୁଷ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟ ହେଉ ନଥିଲା । ଯାହା ପରେ ବିବାଦ ଦେଖା ଦେଇଥିଲା । କୁହାଯାଉଛି ଯେ ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ ଆମେରିକା ସର୍ମଥନ କରୁନାହିଁ । ଯାହାଫଳରେ ରୁଷ-ଗୁଗଲ୍‌ ମଧ୍ୟରେ ଲଢେଇ ଦେଖା ଦେଇଥିବା କୁହା ଯାଉଛି । 

Advertisment

କହିବାକୁ ଗଲେ ୟୁଟ୍ୟୁବରେ ରୁଷ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା। ଏହା ବିରୋଧରେ ରୁଷ କୋର୍ଟରେ ଗୋଟିଏ ମାମଲା ହୋଇଥିଲା। ଏହାର ଶୁଣାଣି କରି ରୁଷର ଗୋଟିଏ କୋର୍ଟ ଗୁଗଲ ଉପରେ ୨୦ ଡିଲିୟନ ଡଲାର ପରିମାଣ ଆର୍ଥିକ ଦଣ୍ଡ ଲାଗୁ କରିଛନ୍ତି । କୋର୍ଟ କହିଛନ୍ତି ଯେ ୟୁଟ୍ୟୁବରେ ରୁଷ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ଅବରୋଧ କରି ଗୁଗୁଲ ଜାତୀୟ ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଛି। ତେଣୁ ସଂସ୍ଥାକୁ ଦଣ୍ଡିତ କରାଯାଉଛି। ଏହା ବ୍ୟତୀତ ଗୁଗୁଲକୁ ଏହି ଚ୍ୟାନେଲଗୁଡ଼ିକ ପୁନଃ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ଲାଟଫର୍ମ ୯ ମାସ ମଧ୍ୟରେ ଏହି ଆଦେଶ ପାଳନ ନକରେ, ଜୋରିମାନା ରାଶିକୁ ପ୍ରତିଦିନ ବଢ଼ାଯିବ। ପ୍ରତିଦିନ ଗୁଗଲ ଉପରେ ୧୨୦୦ ଡଲାର ଲେଖାଏ ଜୋରିମାନା ଲାଗି ଚାଲିଥିବ। 

ଗୁଗଲ ବିରୋଧରେ ଏହି ମାମଲା ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା। ୟୁଟ୍ୟୁବ୍ ପକ୍ଷରୁ ଆରଟି ଓ ସ୍ପୁଟ୍ନିକ୍ ସମେତ ରୁଷର ଅନେକ ରାଷ୍ଟ୍ରାୟତ୍ତ ଚ୍ୟାନେଲ ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ଘୋଷଣା କରାଯିବା ପରେ ରୁଷ ମାମଲା ରୁଜୁ କରିଥିଲା। ଏବେ ଏହାର ରାୟ ସାମ୍ନାକୁ ଆସିଛି । 

Advertisment
Russia Google
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ