Advertisment

ଏଲୋନ୍‌ଙ୍କୁ ଟେନସନ୍‌ ! ଟ୍ୱିଟରକୁ କଡ଼ା ଟକ୍କର ଦେବ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲୁ ସ୍କାଇ

ଟ୍ୱିଟର୍‌ ରାସ୍ତାରେ କଣ୍ଟା ସାଜିବ କି ବ୍ଲୁ ସ୍କାଇ । ଟ୍ୱିଟରର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ନେଇକି ଆସୁଛନ୍ତି ।

ଅଦ୍ୟତନ ହୋଇଛି
Twitter Founder Jack Dorsey

Twitter Founder Jack Dorsey

Advertisment

ଟ୍ୱିଟର୍‌ କିଣୁ କିଣୁ ଏଲୋନ୍‌ ମସ୍କଙ୍କ ସାମ୍ନାରେ ନୂଆ ସଙ୍କଟ । ଟ୍ୱିଟରର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ଖୁବ୍ ଶୀଘ୍ର ଟ୍ୱିଟର୍‌ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି । ଆମେରିକୀୟ ପତ୍ରିକା 'ପିପୁଲ' ଅନୁଯାୟୀ ଜ୍ୟାକ୍ ତାଙ୍କର ନୂତନ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ପରୀକ୍ଷଣ ମଧ୍ୟ କରି ସାରିଛନ୍ତି । ତେବେ ନୂତନ ପ୍ଲାଟଫର୍ମ ରିଲିଜ୍ ପାଇଁ ବର୍ତ୍ତମାନ ସୁଦ୍ଧା ସମୟ ସୀମା ନିର୍ଦ୍ଦିଷ୍ଟ କରାଯାଇ ନାହିଁ । ଜ୍ୟାକ୍‌ ଡୋର୍ସି ୨୦୦୬ରେ ଟ୍ୱିଟର ପ୍ରତିଷ୍ଠା କରିଥିଲେ, ଯାହାକି ବିଶ୍ୱର ବହୁଳ ବ୍ୟବହୃତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଥିଲା  ।

Advertisment

ଏଲୋନ୍‌ ମସ୍କଙ୍କ ହାତକୁ ଟ୍ୱିଟର ମାଲିକାନା ଯିବାର ଏକ ସପ୍ତାହ ପୂର୍ବରୁ ଜ୍ୟାକ୍‌ ଡୋର୍ସି ନୂତନ ସୋସିଆଲ ମିଡିଆ ଆପ୍ ବ୍ଲୁ ସ୍କାଇ ଆଣିବା ପାଇଁ ଯୋଜନା କରିଥିବା ପ୍ରକାଶ କରି ସାରିଥିଲେ। ବର୍ତ୍ତମାନ ଏହାର ଆଭ୍ୟନ୍ତରୀଣ ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ଏହାସହ ଜ୍ୟାକ୍‌ଙ୍କର ନୂତନ ପ୍ଲାଟଫର୍ମ ପାଇଁ ଥିବା ବୈଷୟିକ ଆହ୍ୱାନଗୁଡିକ ପରୀକ୍ଷା କରାଯିବ । ଏହା ପରେ ଚୂଡ଼ାନ୍ତ ପରୀକ୍ଷା କରାଯିବ ।

ପ୍ରଥମେ କିଛି ଲୋକଙ୍କୁ ଏହି ଆପର ବିଟା ସଂସ୍କରଣ ଯୋଗାଇ ଦିଆଯିବ । ଏହି ପର୍ଯ୍ୟାୟ ପରେ ସାଧାରଣ ଜନତା ବ୍ୟବହାର କରିପାରିବେ ବ୍ଲୁ ସ୍କାଇ । ବ୍ଲୁ ସ୍କାଇ ଆପରେ ପ୍ରୋଟୋକଲ୍ ନାମକ ଏକ ଟେକ୍ନୋଲୋଜି ବ୍ୟବହୃତ ହେବ । ଏହି ଟେକ୍ନୋଲୋଜି ସୋସିଆଲ ନେଟୱାର୍କକୁ ଗୋଟିଏ ବନ୍ଧନରୁ ମୁକ୍ତ କରିବ ।

Advertisment

ଅର୍ଥାତ୍ ବ୍ଲୁ ସ୍କାଇ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହାର ନିଜର କିମ୍ବା କୌଣିସି ୱେବସାଇଟକୁ ଯିବାକୁ ମଧ୍ୟ ପଡିବ ନାହିଁ । ପ୍ରଥମେ 'ବ୍ଲୁ ସ୍କାଇକୁ' ଏକ ପ୍ରକଳ୍ପ ରୂପେ ଆରମ୍ଭ କରିବା ପାଇଁ ଚିନ୍ତା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ନାମରେ ଏକ ଆପ୍‌ ତଥା କମ୍ପାନୀ ତିଆରି କରାଯାଇଛି ।

ସେପଟେ ଟ୍ୱିଟରର ମାଲିକାନା ଗ୍ରହଣ ପରେ ଏଲୋନ୍ ମସ୍କ କମ୍ପାନୀକୁ ସମ୍ପୂର୍ଣ୍ଣ ଅପଡେଟ୍ କରିବେ ବୋଲି ସୂଚନା ଦେଇଛନ୍ତି । ସେବା ସାମଗ୍ରୀ ମଡରେସନ ନିୟମକୁ ଢ଼ିଲା କରି ଟ୍ୱିଟରକୁ ବଦଳାଇବାକୁ ସେ ପ୍ରତିଶୃତି ଦେଇଛନ୍ତି । ଏହାସହ ଆଲଗୋରିଦମକୁ ଅଧିକ ସ୍ୱଚ୍ଛ ଏବଂ ସବସ୍କ୍ରିପସନ୍ ବ୍ୟବସାୟ ସାପେକ୍ଷ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି ।

Advertisment

ଅନ୍ୟପଟେ ଟ୍ୱିଟରର କମାଣ ସମ୍ଭାଳୁ ସମ୍ଭାଳୁ ନୂଆ ବସ୍‌ ବଡ଼ ଆକ୍ସନ୍‌ ନେଇଛନ୍ତି । ଟ୍ୱିଟର କିଣିବା ପରଠାରୁ ଏଲନ ମସ୍କ (Elon Musk) ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି । ପ୍ରଥମେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଏବଂ ତାଙ୍କ ଦଳକୁ ବାହାରିବାର ରାସ୍ତା ଦେଖେଇ ସାରିବା ପରେ ବର୍ତ୍ତମାନ ସେ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦେଇଛନ୍ତି । ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ସେ ନିଜେ ଟ୍ୱିଟରର ସର୍ବାସର୍ବା ହୋଇଯାଇଛନ୍ତି । ପଦରୁ ହଟିଥିବା ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ମାର୍ଥା ଲେନ୍‌ ଫାକ୍ସ , ଓମିଡି କୋର୍ଡେଷ୍ଟାନି, ଦେଭିଡ଼ ରୋସେନବ୍ଲେଷ୍ଟ୍‌, ପେଟ୍ରିକ ପିଚେଟ, ଏଗାଁନ ଡରବନ, ଫି-ଫି ଲି ଏବଂ ମିନି ଅଲମାଏହୋ ।

Twitter Jack Dorsey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ