Advertisment

ବୁଲେଟିନ୍‌ ପଢୁଥିଲେ ଆଙ୍କର୍‌.. ହଠାତ ଏମିତି ଘଟିଲା..ଦେଖନ୍ତୁ ଭିଡିଓ...

ଏମିତି ସାମ୍ବାଦିକାଙ୍କୁ ଶହେ ସଲାମ। ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ବୋଷ୍ଟନ ୨୫ ର ଆଙ୍କର୍‌ଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ତାଙ୍କର ସମ୍ବାଦ ପରିବେଷଣର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
TV News Anchor swallows Fly During Live Telecast

News Anchor

Advertisment

କର୍ମ ହିଁ ଜୀବନ..କର୍ମ ହିଁ ଭଗବାନ। ଏହାକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ଜଣେ ସାମ୍ବାଦିକା। ସମ୍ବାଦ ପରିବେଷଣ ବେଳେ ଯେତେ ବି ବାଧାବିଘ୍ନ ଆସିବା ସତ୍ତ୍ୱେ ସେ ନିଜ କର୍ମକୁ ପ୍ରଥମେ ପ୍ରାଥମିକତା ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି ଓ ତାଙ୍କୁ ଖୁବ୍‌ ପ୍ରଶଂସା ବି କରାଯାଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏମିତି ସାମ୍ବାଦିକାଙ୍କୁ ଶହେ ସଲାମ। ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ବୋଷ୍ଟନ ୨୫ ର ଆଙ୍କର୍‌ଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ତାଙ୍କର ସମ୍ବାଦ ପରିବେଷଣର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନ୍ୟୁଜ୍‌ ପଢ଼ିବା ସମୟରେ ହଠାତ ଏକ ମାଛି ତାଙ୍କ ଆଖିରେ ଆସି ଲାଖି ଯାଉଛି। ସେ କିନ୍ତୁ ଏହାକୁ ଖାତିର ନ କରି ନିଜ କାମକୁ ଅଧିକ ଗୁରୁତ୍ୱ ଦେଇଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ନିଷ୍ଠାପର କର୍ତ୍ତବ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି।

ଅଧିକ ପଢ଼ନ୍ତୁ: ପଢୁଥିଲେ ପାଣିପାଗ ଖବର; ଷ୍ଟୁଡିଓରେ ହଠାତ୍‌ ସେନ୍ସଲେସ୍ ହେଲେ ଆଙ୍କର୍‌

Advertisment

ସୂଚନା ମୁତାବକ ବୋଷ୍ଟନ ୨୫ ର ଆଙ୍କର୍‌ ଭାନିଶା ୱେଲ୍ଚ ବୁଲେଟିନ୍‌ ପଢୁଥିବା ବେଳେ ହଠାତ ଗୋଟେ ମାଛି ଉଡ଼ି ଆସି ତାଙ୍କ ଆଖିରେ ପଶିଯାଇଥିଲା। ହେଲେ ବି ନିଜ ନିୟନ୍ତ୍ରଣ ନ ହରାଇ ନ୍ୟୁଜ୍‌ ପଢ଼ିବାରେ ଲାଗିଲେ। ଏହାପରେ ମାଛିଟି ତାଙ୍କ ଆଖିରୁ ଆସି ପାଟିରେ ପଶିଗଲା। କିନ୍ତୁ ଯେମିତି କିଛି ଘଟିନାହିଁ। ସେହିପରି ଟିଭି ଆଗରେ ନିଜକୁ ପରିବେଷଣ କଲେ ଭାନିଶା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment

ଏହି ଭିଡିଓ ଭାଇରାଲ ହେବା ପରେ ଭାନିଶାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି। ନେକ୍ସଟା ନାକ ଆକାଉଣ୍ଟରୁ ଏହି ଭିଡିଓକୁ ଏକ୍ସରେ ସେୟାର କରାଯାଇଛି। ନିଜ ବୃତ୍ତି ପ୍ରତି ତାଙ୍କର ଏତେ ଭଲ ପାଇବାକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଲୋକେ ବିଭିନ୍ନ ମତ ଦେଉଛନ୍ତି। ଅନେକ ତାଙ୍କୁ ସୁପରଷ୍ଟାର କହି ସମ୍ବୋଧନ ମଧ୍ୟ କରିଛନ୍ତି। ତେବେ ଏଭଳି ସାମ୍ବାଦିକା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ୍ୟ ନିଶ୍ଚୟ।

ଅଧିକ ପଢ଼ନ୍ତୁ: ଖବର ପଢ଼ୁ ପଢ଼ୁ ହଠାତ୍‌ ଗଳିପଡ଼ିଲେ ନ୍ୟୁଜ୍‌ ଆଙ୍କର; ଭାଇରାଲ ହେଉଛି ଭିଡିଓ

Viral Video TV Anchors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ