Advertisment

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍‌ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍‌ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।  ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।

ଅଦ୍ୟତନ ହୋଇଛି
Mine Blast in Turkey

Mine Blast in Turkey

Advertisment

ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍‌ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍‌ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।  ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।

Advertisment

ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସନ୍ଧ୍ୟାରେ ଖନନ କାମ ଚାଲିଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। କେହି କିଛି ବୁଝିବା ପୂର୍ବରୁ ଖଣି ଧସିବାକୁ ଲାଗିଥିଲା। ଫଳରେ ମାଟି ତଳେ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ଖଣି ଭିତରେ ମିଥେନ ଗ୍ୟାସ ଲିକ୍‌ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣା ତୁର୍କୀର କାଲା ନଗର ନିକଟରେ ଘଟିଥିବା ଜଣାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ଏହି ଘଟଣାରେ ତୁର୍କୀ ସ୍ୱାସ୍ଥ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ ସବୁଠାରୁ ବଡ ଔଦ୍ୟୋଗିକ ଦୁର୍ଘଟଣା ବୋଲି କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଖଣି ଭିତରୁ ୧୧ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisment

ମିଳିଥିବା ଖବର ଅନୁଯାୟୀ, ଏହି ଖଣିରେ ପ୍ରାୟ ୧୧୦ ଜଣ ଲୋକ କାମ କରୁଥିଲେ। ବିସ୍ଫୋରଣ ପରେ ଏମାନଙ୍କ ମଧ୍ୟରୁ କିଛି ଆପେ ଆପେ ବାହାରି ଆସିଛନ୍ତି ଏବଂ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି। ତେବେ ୨୫ ଜଣଙ୍କର ମୃତ୍ୟୁ ଘଟିଛି।

କୁହାଯାଉଛି, ବିସ୍ଫୋରଣ ବାର୍ଟିନ ପ୍ରାନ୍ତର ଅମସାରା ସହରରେ ହୋଇଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ପ୍ରାୟ ୫୦ ଶ୍ରମିକ ମାଟିତଳେ ୩୦୦ରୁ ୩୫୦ ମିଟର ତଳେ ଫସି ରହିଛିନ୍ତ। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ବିସ୍ଫୋରଣ ସନ୍ଧ୍ୟାରେ ହୋଇଥିଲା। ତେଣୁ ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ଜଣାଯାଇଛି।

Advertisment

ଅନ୍ୟପକ୍ଷେ ତୁର୍କୀ ରାଷ୍ଟ୍ରପତି ରେସେପ ତଇପ ଏର୍ଦାଗନ ଶନିବାର ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଆଜି ଦୁର୍ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ସେ ଆଶା ରଖିଥିବା କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ତୁର୍କିରେ ୨୦୧୪ରେ ଭୟଙ୍କର ଖଣି ବିସ୍ଫୋରଣରେ ୩୦୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Coal Mining Blasting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ