Advertisment

Earthquake: ଘଣ୍ଟାଏ ଭିତରେ ୫ ଥର ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ

ରୁଷିଆର ପୂର୍ବ ଉପକୂଳରେ ଆଜି ଘଣ୍ଟାଏ ମଧ୍ୟରେ ପାଞ୍ଚଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପେଟ୍ରୋପାଭଲୋଭସ୍କ-କାମଚାଟସ୍କିଠାରୁ ପ୍ରାୟ ୧୪୪ କିଲୋମିଟର ପୂର୍ବ ସମୁଦ୍ରରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ରୁଷିଆର ପୂର୍ବ ଉପକୂଳରେ ଆଜି ଘଣ୍ଟାଏ ମଧ୍ୟରେ ପାଞ୍ଚଟି ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ରୁଷିଆର କାମଚାଟକା ଉପଦ୍ୱୀପ ଏବଂ ହାୱାଇ ପାଇଁ ସୁନାମୀ ଚେତାବନୀ ଜାରି କରାଯାଇଛି। ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ଭେ (USGS) ଅନୁଯାୟୀ, ଏହି ଭୂମିକମ୍ପ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୪ ମ୍ୟାଗ୍ନିଚ୍ୟୁଡର। ପେଟ୍ରୋପାଭଲୋଭସ୍କ-କାମଚାଟସ୍କିଠାରୁ ପ୍ରାୟ ୧୪୪ କିଲୋମିଟର ପୂର୍ବ ସମୁଦ୍ରରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା। ପ୍ରଥମେ ୫.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ହୋଇଥିଲା, ତା’ପରେ ୬.୭ ଏବଂ ୭.୪ ମ୍ୟାଗ୍ନିଚ୍ୟୁଡର ଦୁଇଟି ବଡ଼ ଧରଣର ଭୂମିକମ୍ପ ହୋଇଥିଲା। ଏହା ପରେ ବି ଦୁଇ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।

Advertisment

ଏହି ଘଟଣା ପରେ, ଯୁକ୍ତରାଷ୍ଟ୍ରର ପ୍ୟାସିଫିକ୍ ସୁନାମୀ ଚେତାବନୀ କେନ୍ଦ୍ର (PTWC) କାମଚାଟକା ଉପକୂଳରେ ୦.୩ ରୁ ୧ ମିଟର ଉଚ୍ଚତାରେ ସୁନାମୀ ସମ୍ଭାବନା ଥିବା ଚେତାବନୀ ଜାରି କରିଥିଲା। ହାୱାଇ, ଜାପାନ ଏବଂ ମିଡୱେ ଆଟୋଲରେ ମଧ୍ୟ କମ୍ ଉଚ୍ଚତାର ସୁନାମୀ ଆସିବାର ଆଶଙ୍କା ରହିଥିଲା। ତେବେ, ହାୱାଇ ପାଇଁ ଜାରି ହୋଇଥିବା ସୁନାମୀ ଚେତାବନୀକୁ ପରେ ରଦ୍ଦ କରାଯାଇଛି, କାରଣ ସେଠାରେ କୌଣସି ବଡ଼ ଧରଣର ସୁନାମୀ ଆଶଙ୍କା ନାହିଁ।

କାମଚାଟକା ଉପଦ୍ୱୀପ ପ୍ୟାସିଫିକ୍ ଏବଂ ଉତ୍ତର ଆମେରିକା ଟେକ୍ଟୋନିକ୍ ପ୍ଲେଟ୍‌ର ମିଳନ ସ୍ଥାନରେ ଅବସ୍ଥିତ। ୧୯୦୦ ମସିହାରୁ ଏହି ଅଞ୍ଚଳରେ ୮.୩ ବା ତା’ଠାରୁ ଅଧିକ ମ୍ୟାଗ୍ନିଚ୍ୟୁଡର ସାତୋଟି ବଡ଼ ଭୂମିକମ୍ପ ଘଟିଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ବା ମୃତ୍ୟୁର ଖବର ମିଳିନାହିଁ।

Advertisment

ଅଧିକ ପଢନ୍ତୁ: ଉଡାଣ ଭରିବା ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଥିଲେ ୩୦୦ରୁ ଅଧିକ ଯାତ୍ରୀ

Russia Earthquake Tsunami Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ