Advertisment

Donald Trump: ନିଜେ ଋଷଠୁ କିଣୁଛି, ଭାରତକୁ ଟାରିଫ୍ ନାଲିଆଖି ଦେଖାଉଛି ଆମେରିକା

ସାମ୍ବାଦିକଙ୍କ ପ୍ରଶ୍ନରେ ହଡ଼ବଡ଼େଇ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। କହିଲେ ମୁଁ କିଛି ଜାଣିନି, ଯାଞ୍ଚ କରିବି କହି ପ୍ରଶ୍ନକୁ ଏଡ଼ାଇଗଲେ ଟ୍ରମ୍ପ। ଋଷଠୁ ଶକ୍ତିକ୍ରୟକାରୀ ରାଷ୍ଟ୍ରଙ୍କ ଉପରେ ଶତପ୍ରତିଶତ ଶୁଳ୍ପ ନେଇ ବଢାଇଲେ ଦ୍ବନ୍ଦ୍ବ।

ଅଦ୍ୟତନ ହୋଇଛି
Trump

Trump

Advertisment

ପଦାରେ ପଡିଲା ଟ୍ରମ୍ପଙ୍କ ଦୋ ମୁହାଁ ନୀତି। ଋଷରୁ ନିଜେ କିଣୁଛନ୍ତି, ହେଲେ ଭାରତକୁ ଟାରିଫ୍ ନାଲିଆଖି ଦେଖାଉଛନ୍ତି। ରୁଷୀୟ ତୈଳ ଉତ୍ପାଦ କ୍ରୟ କରୁଥିବାରୁ ଭାରତ ଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ୍। ହେଲେ ନିଜେ ଆମେରିକା ଋଷରୁ କିଣୁଛି ୟୁରାନିୟମ୍ ଓ ରାସାୟନିକ ସାର। ଏନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ହଡ଼ବଡ଼େଇଯାଇ ଟ୍ରମ୍ପ କହିଛନ୍ତି, ମୁଁ ଏ ବିଷୟରେ କିଛି ଜାଣିନାହିଁ। ମୋତେ ଯାଞ୍ଚ କରିବାକୁ ପଡିବ। ଅନ୍ୟପଟେ ଋଷଠୁ ଶକ୍ତି କିଣୁଥିବା ରାଷ୍ଟ୍ରଙ୍କ ଉପରେ ଶତପ୍ରତିଶତ ଟାରିଫ୍ ଲଗାଇବା ପ୍ରସଙ୍ଗରେ ଟ୍ରମ୍ପ୍ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ପ୍ରତିଶତ କହିନାହିଁ। ଅନ୍ୟପଟେ ଆସନ୍ତାକାଲି ଋଷ ସହିତ ଆମେରିକାର ବୈଠକ ହେବ ବୋଲି ସୂଚନା ମିଳିଛି।

Advertisment

ଗତ କାଲି ଭାରତ ଉପରେ ପୁଣି ଟାରିଫ ବଢ଼ାଇବାକୁ ଘୋଷଣା କରିଥିଲେ ଟ୍ରମ୍ପ। ଆସନ୍ତା ୨୪ ଘଣ୍ଟାରେ ପୁଣି ଟାରିଫ ବୃଦ୍ଧି କରିବାକୁ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ଆସନ୍ତା ୨୪ ଘଣ୍ଟାରେ ଭାରତ ଉପରେ ଟାରିଫ ଆହୁରି ବଢ଼ାଇବି। ଭାରତ ଏକ ଭଲ ବାଣିଜ୍ୟିକ ପାର୍ଟନର ନୁହେଁ। କାରଣ ସେମାନେ ଆମ ସହିତ ଅଧିକ ବ୍ୟବସାୟ କରନ୍ତି। କିନ୍ତୁ ଆମେ ସେମାନଙ୍କ ସହିତ ବ୍ୟବସାୟ କରୁନାହୁଁ। ତେଣୁ ଆମେ ୨୫ ପ୍ରତିଶତ ଆମଦାନୀ ଶୁଳ୍ପ ବଢ଼ାଇବାକୁ ସମାଧାନ କଲୁ। ଏବେ ଭାବୁଛି ଆଗାମୀ ୨୪ ଘଣ୍ଟାରେ ସେହି ହାରକୁ ଯଥେଷ୍ଟ ବୃଦ୍ଧି କରିବି ବୋଲି କହିଥିଲେ।

ଭାରତ ରୁଷୀୟ ତୈଳ ଓ ଅନ୍ୟାନ୍ୟ ସାମରିକ ଉତ୍ପାଦ କ୍ରୟ କରିବାରୁ ଭାରତ ଉପରେ ଶୁଳ୍କ ବୃଦ୍ଧି କରାଯିବାର ଦିନେ ପରେ ପୁଣି ଥର ଟାରିଫ୍ ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଅନ୍ୟପଟେ ଟାରିଫ୍ ୱାର ଭିତରେ ଦେଶବାସୀଙ୍କୁ ସ୍ବଦେଶୀ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
American President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ