Advertisment

Attack Plans for Iran: ଧ୍ୱଂସ ହେବ ଇରାନ; ଭିତିରି ପ୍ଲାନିଂ କରୁଛନ୍ତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ କେବଳ ଫାଇନାଲ ଆଦେଶକୁ ଅପେକ୍ଷା ରହିଛି । ରିପୋର୍ଟ ମୁତାବକ, ଏଯାଏଁ ଇରାନରେ ୪୫୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

ଅଦ୍ୟତନ ହୋଇଛି
Trump privately approved attack plans

Trump privately approved attack plans

Advertisment

ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଛି । ଏହାରି ଭିତରେ ଯୁଦ୍ଧ ମଇଦାନକୁ ଓହ୍ଲାଇପାରେ ଆମେରିକା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଇରାନର ପରିସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୋର ସବୁକିଛି ପାଇଁ ଏକ ଯୋଜନା ଅଛି, କିନ୍ତୁ ଆମେ ଦେଖିବୁ କ'ଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ୬୦ ଦିନ ହେଲା ଏହି ବିଷୟରେ କଥା ହୋଇଥିଲୁ, ହେଲେ ସେମାନେ ମାନିନାହାନ୍ତି । ଏବେକାର ସମୟରେ କିଛି ବି ହୋଇପାରେ, ତେବେ ମୃତ୍ୟୁ ଏବଂ ବିନାଶ ଦେଖିବାକୁ ମୁଁ ଘୃଣା କରେ । ଅଗାମୀ ସପ୍ତାହ ଆହୁରି ବଡ ହେବାକୁ ଯାଉଛି ବୋଲି ଟ୍ରମ୍ଫ କହିଛନ୍ତି । ଇରାନକୁ ବିନା କୌଣସି ସର୍ତ୍ତରେ ପରମାଣୁ ଯୋଜନାକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ହେବ ବୋଲି ଟ୍ରମ୍ପ କହିଛନ୍ତି ।  

Advertisment

ଅଧିକ ପଢନ୍ତୁ: ଯୁଦ୍ଧବିରତି ତୁଳନାରେ ପ୍ରକୃତ ସମାପ୍ତି ହିଁ ଶ୍ରେୟସ୍କର, ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ସହଜରେ ମାରିପାରିବୁ: ଟ୍ରମ୍ପ

ବୁଧବାର ଦିନ ସାମ୍ବାଦିକ ମାନଙ୍କୁ ଟ୍ରମ୍ପ କହିଛନ୍ତି, ଗତ ସପ୍ତାହରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ ପରମାଣୁ ଅସ୍ତ୍ର ପାଇବାକୁ ଇରାନ ବାସ୍ କିଛି ସପ୍ତାହ ଦୂରରେ ଥିଲା । ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ପରମାଣୁ ଇଚ୍ଛା ପୂରଣ ହୋଇ ପାରିବ ନାହିଁ । ତେଣୁ ସେ ଏବେ ଅସ୍ତ୍ରବିରତି ନୁହେଁ, ପୂର୍ଣ୍ଣ ବିଜୟ ଚାହୁଁଛନ୍ତି । ଆପଣ ଜାଣିଛନ୍ତି, କେଉଁ ଭଳି ବିଜୟ; କୌଣସି ପରମାଣୁ ଅସ୍ତ୍ର ନୁହେଁ ।

Advertisment

ଇତିମଧ୍ୟରେ ଆମେରିକା ତାର ସାମରିକ ବାହିନୀକୁ ମଧ୍ୟପ୍ରାଚ୍ୟକୁ ପଠାଇଛି । ପୂର୍ବ ଭୂ-ମଧ୍ୟସାଗରୀୟ ସାଗରକୁ ଏକ ନୌସେନା ଯୁଦ୍ଧଜାହାଜ ପଠାଇଥିବା ବେଳେ ଆରବ ସାଗରକୁ ଆଉ ଏକ ସାମୁଦ୍ରିକ ଯୁଦ୍ଧଜାହାଜ ପଠାଇଛି । ଏହା ପରେ ଆମେରିକା ମଧ୍ୟ ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ଇସ୍ରାଏଲ ସହିତ ସାମିଲ ହୋଇପାରେ ବୋଲି ସମ୍ଭାବନା ବଢି ଯାଇଛି ।

ଅନ୍ୟପଟେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ୍। ଟ୍ରମ୍ପଙ୍କ ଉପରେ ରାଗିଗଲେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନେଇ। ସେ କହିଛନ୍ତି ଇସ୍ରାଏଲ୍ ହମଲାରେ ସାମିଲ ହେଲେ ଆମେରିକା ଅପୂରଣୀୟ କ୍ଷତି ସହିବ । କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ । ଦିନକ ତଳେ ଇରାନକୁ ଆତ୍ମସମର୍ପଣ କରିବାକୁ କହିଥିଲେ ଟ୍ରମ୍ପ ।  ସେପଟେ ଇସ୍ରାଏଲ ଉପରେ ଫତାହା ୱାନ୍ ସୁପର ସୋନିକ୍ କ୍ରୁଜ୍ ମିଜାଇଲ ମାଡ଼ କରିଥିବା ଦାବି କରିଛି ଇରାନ୍। ରିପୋର୍ଟ ଅନୁଯାୟୀ, ଉଭୟ ଦେଶର ଯୁଦ୍ଧରେ ଇରାନରେ ୪୫୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଇସ୍ରାଏଲରେ ୨୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।

Advertisment

ଅଧିକ ପଢନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ

US President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ