Advertisment

Donald Trump: ଟ୍ରମ୍ପଙ୍କ ନୂଆ ଗେମ୍‌; ଚୀନ୍ ଛାତ୍ରଙ୍କୁ ଆମେରିକାରେ ଅନୁମତି

ଚୀନ୍ ସହିତ ଉତ୍ତମ ଏବଂ ସମ୍ମାନଜନକ ସମ୍ପର୍କ ବଜାୟ ରଖିବାକୁ ଚାହୁଁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Trump-Opens-US-Doors

Trump-Opens-US-Doors

Advertisment

ଭାଙ୍ଗିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁହଁ ଟାଣ। ସେ ଚୀନ୍ ସହ ତେରିମେରି ହେବାକୁ ଚାହୁଁ ନାହାନ୍ତି। ଏନେଇ ସେ ନୂଆ ଗେମ୍ ଖେଳିଛନ୍ତି। ସେ ଚୀନ୍ ଛାତ୍ରମାନଙ୍କୁ ଆମେରିକାରେ ପଢ଼ିବାକୁ ଅନୁମତି ଦେବା ସହ ବାଣିଜ୍ୟ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟାରିଫକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି।

Advertisment

ଟ୍ରମ୍ପ କହିଛନ୍ତି ଯେ ଚୀନ୍ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଜାରି ରହିଥିବା ସତ୍ତ୍ୱେ ୬ ଲକ୍ଷ ଚୀନ୍ ଛାତ୍ରଙ୍କୁ ଆମେରିକୀୟ କଲେଜରେ ପଢ଼ିବାକୁ ଅନୁମତି ଦିଆଯିବ।

ଟ୍ରମ୍ପ ହ୍ୱାଇଟ୍ ହାଉସରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ବର୍ତ୍ତମାନ ଚୀନ୍ ଛାତ୍ରମାନଙ୍କୁ ଆମେରିକା ପ୍ରବେଶ କରିବାକୁ ଅନୁମତି ଦେବ ନାହିଁ ବୋଲି ଗୁଜବ ଜୋର ଧରିଛି। ଏହାକୁ ସେ ସେ ଖାରଜ କରିଛନ୍ତି ଆଉ କହିଛନ୍ତି, 'ଆମେ ଚୀନ ଛାତ୍ରମାନଙ୍କୁ ଆସିବାକୁ ଅନୁମତି ଦେବୁ। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଚୀନ୍ ସହିତ ମିଶି କାମ କରିବୁ ବୋଲି ଟ୍ରମ୍ପ୍ କହିଛନ୍ତି।'

Advertisment

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ-ମ୍ୟାଙ୍ଗଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ସମୟରେ, ଟ୍ରମ୍ପ ଆମେରିକା-ଚୀନ୍ ସମ୍ପର୍କ ଉପରେ ଜୋର ଦେଇଥିଲେ ଆଉ କହିଥିଲେ, ଆମେରିକା ଚୀନ୍ ସହିତ ଭଲ ସମ୍ପର୍କ ରଖିବ।

ସେ ଏହା ମଧ୍ୟ ସ୍ପଷ୍ଟ କରିଦେଲେ ଯେ ସେ ଏପରି କିଛି ପଦକ୍ଷେପ ନେବେ ନାହିଁ ଯାହା ଦେଶକୁ ଧ୍ୱଂସ କରିଦେବ। ଟ୍ରମ୍ପ କହିଛନ୍ତି, 'ଆମର ଚୀନ୍ ସହିତ ଭଲ ସମ୍ପର୍କ ରହିବ। ସେମାନଙ୍କର କିଛି ଅଧିକାର ଅଛି। ଆମର ବି କିଛି ଅଧିକାର ଅଛି, ମୁଁ ସେହି ଅଧିକାର ସହିତ ଖେଳିବାକୁ ଚାହୁଁ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି।'

Advertisment

ସେ ଏହା ମଧ୍ୟ ସ୍ପଷ୍ଟ୍ କରିଛନ୍ତି ଯେ " ଟାରିଫ୍ ଏବଂ ଅନ୍ୟାନ୍ୟ ଉପାୟରେ ଚୀନରୁ ଆମେରିକାକୁ ବିପୁଳ ପରିମାଣର ରାଜସ୍ୱ ଆସେ। କିନ୍ତୁ ଏହା ସତ୍ତ୍ୱେ, ଆମେ ଦୁଇ ଦେଶ ମଧ୍ୟରେ ଏକ ଉତ୍ତମ ଏବଂ ସମ୍ମାନଜନକ ସମ୍ପର୍କ ବଜାୟ ରଖିବାକୁ ଚାହୁଁ।"

US President Donald Trump China United States Of America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ