Advertisment

ଶାନ୍ତ ସ୍ୱଭାବର ଏହି ୨୦ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ କଲେ ଗୁଳି...କିନ୍ତୁ କାହିଁକି ?

ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ।

ଅଦ୍ୟତନ ହୋଇଛି
Donald Trump Pennsylvania Rally Shooting Updates

Trump attacker

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆକ୍ରମଣକାରୀ ଟ୍ରମ୍ପଙ୍କ ମୁଣ୍ଡକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲା। ହେଲେ ଗୁଳିଟି ତାଙ୍କ କାନର ଉପର ଭାଗରେ ବାଜିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରମ୍ପଙ୍କ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆକ୍ରମଣକାରୀକୁ ଘଟଣାସ୍ଥଳରେ ଗୁଳି କରି ହତ୍ୟା କରିଥିଲେ। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ। ତେବେ ଏହି ଆକ୍ରମଣକାରୀ କିଏ ? କାହିଁକି ସେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିଲା? ଜାଣନ୍ତୁ..

Advertisment

ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ। ତେବେ ଆକ୍ରମଣ ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି କହିଥିଲା ଯେ ସେ ଟ୍ରମ୍ପ ଏବଂ ତାଙ୍କ ପାର୍ଟି 'ରିପବ୍ଲିକାନ୍ସ'କୁ ଘୃଣା କରେ। ତେବେ ଟ୍ରମ୍ପଙ୍କ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଥୋମାସକୁ ଗୁଳି କରି ହତ୍ୟା କରିଛନ୍ତି।

ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ !

ଏବିସି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କ୍ରୁକ୍ସର ପୂର୍ବତନ ସହପାଠୀମାନେ ତାକୁ ଜଣେ ଶାନ୍ତ ସ୍ୱଭାବର ଛାତ୍ର ବୋଲି କହିବା ସହ ସେ ପ୍ରାୟତଃ ଏକାକୀ ରହୁଥିବା କହିଛନ୍ତି। ସେ କେବେବି ରାଜନୀତି କିମ୍ୱା ଟ୍ରମ୍ପଙ୍କ ବିଷୟରେ ଆଲୋଚନା କରୁନଥିଲେ ବୋଲି ସେ କହିଛନ୍ତି। କ୍ରୁକ୍ସର ଅନ୍ୟଜଣେ ସହପାଠୀ ଜେସନ କୋହଲରଙ୍କ କହିବା ମୁତାବକ, ଅଭିଯୁକ୍ତ ସୁଟର କ୍ରୁକ୍ସକୁ ଅନେକ ସମୟରେ ଗାଳିଗୁଲଜ କରାଯାଉଥିଲା। କୋହଲର୍ ଗଣମାଧ୍ୟମକୁ କହିଛନ୍ତି, ସେ ଶାନ୍ତ ଥିଲେ, କିନ୍ତୁ ତାଙ୍କୁ ଧମକଚମକ ଦିଆଯାଉଥିଲା। ତାଙ୍କ ବେଶପୋଷାକ ହେତୁ ତାଙ୍କୁ ପରିହାସ କରାଯାଉଥିଲା।

Advertisment

ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, କ୍ରୁକ୍ସ ରହୁଥିବା ଅଞ୍ଚଳର କାଉନସିଲ୍ ପ୍ରତିନିଧୀ ଡନ୍ ଗ୍ରିଜବେକ୍ କହିଛନ୍ତି ଯେ ତାଙ୍କ ପରିବାର ମଧ୍ୟବିତ୍ତ ଶ୍ରେଣୀର । କ୍ରୁକ୍ସ ଏକ ନର୍ସିଂହୋମରେ କାମ କରୁଥିଲେ । ଏହି ଘଟଣା ପରେ ହଠାତ ସମସ୍ତେ ଚକିତ ହୋଇ ଯାଇଥିଲେ।ଏହି ଘଟଣା ପରେ ଅନୁସନ୍ଧାନକାରୀମାନେ କ୍ରୁକ୍ସଙ୍କ କାରରେ ଏକ ସନ୍ଦେହଜନକ ଉପକରଣ ପାଇଥିଲେ, ଯାହାକୁ ବୋମା ନିଷ୍କ୍ରିୟକାରୀ ସଦସ୍ୟ ଯାଞ୍ଚ କରି ବିଶ୍ଳେଷଣ କରିଥିଲେ। ଅଧିକାରୀମାନେ ବର୍ତ୍ତମାନ କ୍ରୁକ୍ସଙ୍କ ଫୋନ୍ ଖୋଜୁଛନ୍ତି।

ଓବିସିର ପିଟ୍ସବର୍ଗ ଫିଲ୍ଡ ଅଫିସ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଏଜେଣ୍ଟ କେଭିନ ରୋଜେକ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଳିରେ ବ୍ୟବହୃତ ବନ୍ଧୁକଟି ଏକ ଆର୍ ଷ୍ଟାଇଲ୍ ସେମି ଅଟୋମେଟିକ୍ ରାଇଫଲ ଯାହାର ଲାଇସେନ୍ସ ରହିଛି। ଏହାକୁ କ୍ରୁକ୍ସଙ୍କ ବାପାଙ୍କ ନାଁରେ କିଣାଯାଇଥିବା କୁହାଯାଉଛି। ତେବେ କ୍ରୁକ୍ସଙ୍କର କୌଣସି ମାନସିକ ରୋଗ ନଥିବା ଜଣାପଡିଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ।

Advertisment

ଓବିସି ଅନୁଯାୟୀ, ସୁଟର ଏକାକୀ ଏହି କାଣ୍ଡ ଭିଆଇଛି। ଅନ୍ୟ କୌଣସି ବ୍ୟକ୍ତି ତାଙ୍କୁ ସହଯୋଗ କରୁଥିବା ଜଣାପଡିନି। ତାଙ୍କର ରାଜନୈତିକ ଆଭିମୁଖ୍ୟ ତୁରନ୍ତ ସ୍ପଷ୍ଟ ହୋଇନଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଡିସକୋର୍ଡଥାରେ ଅଭିଯୁକ୍ତ ସୁଟରର ଏକ ଆକାଉଣ୍ଟ ରହିଛି ଯାହାକି କ୍ୱଚିତ୍ ବ୍ୟବହୃତ ହେଉଥିଲା। ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାର ଯୋଜନା କରିବା ଓ ହିଂସାକୁ ପ୍ରୋତ୍ସାହିତ ପାଇଁ ବ୍ୟବହୃତ ହୋଇଥିବା କୌଣସି ପୂର୍ବ ସୁରାକର ପ୍ରମାଣ ମିଳିନି।

Donald Trump Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ