Advertisment

Trump Again Claims: ପୁଣି ଟ୍ରମ୍ପଙ୍କ ମୁହଁ ଫୁଟାଣି, ମାରିଲେ ସାଂଘାତିକ ଗାଲୁ

ଟ୍ରମ୍ପ୍‌ କିନ୍ତୁ ତାଙ୍କର ଏହି ଫୁଟାଣି ସେତିକିବେଳେ ମାରିଛନ୍ତି ଯେତେବେଳେ ଅଜରବୈଜାନର ରାଷ୍ଟ୍ରପତି ଏବଂ ଆର୍ମେନିଆର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ତିନି ନେତା ଏକ ତ୍ରିପାକ୍ଷିକ ସ୍ୱାକ୍ଷର ସମାରୋହରେ ଯୋଗ ଦେଇଥିଲେ। ଏଠାରେ ଆମେରିକାର ମଧ୍ୟସ୍ଥତାରେ ଏକ ଶାନ୍ତି ଚୁକ୍ତି ଉପରେ ଦସ୍ତଖତ ହୋଇଥିଲା।

Trump Again Claims

Trump Again Claims

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦେଖାଇଛନ୍ତି ଡହରାମୀ। ସେ କହିଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଚାରି ଦିନିଆ ସାମରିକ ସଂଘର୍ଷକୁ ସମ୍ଭାଳି ନେଇଥିଲେ। ନଚେତ ଏହା ପରମାଣୁ ଯୁଦ୍ଧର ରୂପ ନେଇଥାନ୍ତା।

Advertisment

ହ୍ୱାଇଟ୍ ହାଉସରେ ଟ୍ରମ୍ପ କହିଛନ୍ତି ଯୁଦ୍ଧ ସମୟରେ ୫ କି ୬ଟି ବିମାନ 'ମାରି ଖସାଇ ଦିଆଯାଇଥିଲା'। ସେ କିନ୍ତୁ ସ୍ପଷ୍ଟ କରି ନଥିଲେ, ଏହି ବିମାନଗୁଡ଼ିକ କେଉଁ ଦେଶର - ଭାରତର ନା ପାକିସ୍ତାନର? ସେ ଏହା ମଧ୍ୟ କହି ନଥିଲେ କେଉଁ ଦେଶର କେତେ କ୍ଷତି ହୋଇଛି।

ଅନ୍ୟପକ୍ଷରେ ଭାରତ କିନ୍ତୁ ମୂଳରୁ ଟ୍ରମ୍ପଙ୍କ କଥାକୁ ଏଡାଇ ଆସୁଛି ଆଉ କହିଆସୁଛି ଯେ ଉଭୟ ଦେଶର ପାରସ୍ପରିକ ବୁଝାମଣା ମାଧ୍ୟମରେ ସେମାନଙ୍କର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଛି ଏବଂ ଏଥିରେ ଆମେରିକାର କୌଣସି ଭୂମିକା ନାହିଁ।

Advertisment

ଟ୍ରମ୍ପ୍‌ କିନ୍ତୁ ତାଙ୍କର ଏହି ଫୁଟାଣି ସେତିକିବେଳେ ମାରିଛନ୍ତି ଯେତେବେଳେ ଅଜରବୈଜାନର ରାଷ୍ଟ୍ରପତି ଏବଂ ଆର୍ମେନିଆର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ତିନି ନେତା ଏକ ତ୍ରିପାକ୍ଷିକ ସ୍ୱାକ୍ଷର ସମାରୋହରେ ଯୋଗ ଦେଇଥିଲେ। ଏଠାରେ ଆମେରିକାର ମଧ୍ୟସ୍ଥତାରେ ଏକ ଶାନ୍ତି ଚୁକ୍ତି ଉପରେ ଦସ୍ତଖତ ହୋଇଥିଲା।

ଏହି ସମୟରେ ଟ୍ରମ୍ପ ଗାଲୁମାରି ପୁଣି କହିଛନ୍ତି, "ରାଷ୍ଟ୍ରପତି ଭାବରେ ମୋର ସବୁଠାରୁ ବଡ଼ ଭୂମିକା ହେଉଛି ବିଶ୍ୱରେ ଶାନ୍ତି ଆଉ ସ୍ଥିରତା ଆଣିବା। ଭାରତ ଏବଂ ପାକିସ୍ତାନ ସହିତ ଆମର ସଫଳତା ପରେ ଆଜିର ଏହି ଚୁକ୍ତିନାମା ଆସିଛି।"

Advertisment

ଟ୍ରମ୍ପ୍ କହିଛନ୍ତି “ସେମାନେ ପରସ୍ପର ବିରୁଦ୍ଧରେ ପୂରା ଶକ୍ତି ଲଗାଇ ଲଢ଼ୁଥିଲେ, ପରିସ୍ଥିତି ବହୁତ ଗମ୍ଭୀର ହୋଇଯାଇଥିଲା। ହୁଏତ ଏକ ପରମାଣୁ ଯୁଦ୍ଧ ହୋଇଯାଇଥାନ୍ତା - କିନ୍ତୁ ତା' ପୂର୍ବରୁ, ଉଭୟ ମହାନ ନେତା ଏକାଠି ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିନେଲେ। ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିଛି।”

India Donald Trump Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ